ମାସର ପ୍ରଥମ ଦିନରୁ ସାଧାରଣ ଜନତାଙ୍କୁ ବଡ ଝଟକା, ୨୫ ଟଙ୍କା ବଢିଲା LPG ସିଲିଣ୍ଡର ଦାମ୍

ଆଜି ମାସ ଆରମ୍ଭରୁ ସାଧାରଣ ଜନତାଙ୍କୁ ଲାଗିଛି ବଡ ଝଟକା। ବିନା ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡର ଦାମ୍ ୨୫ ଟଙ୍କା ବଢିଛି। ସେହିପରି ୧୯ କିଗ୍ରା କର୍ମସିଆଲ ଗ୍ଯାସ ସିଲିଣ୍ଡର ଦାମ୍ ୭୫ ଟଙ୍କା ବଢିଛି। ଆଜି ଠାରୁ ୧୪.୨ କିଲୋଗ୍ରାମର ଅଣ ସବସିଡିଯୁକ୍ତ ଏଲପିଜି ରୋଷେଇ ଗ୍ୟାସ ସିଲିଣ୍ଡର ପାଇଁ ୮୮୪.୫ ଟଙ୍କା ଦେବାକୁ ହେବ। ସେହିପରି ୧୯ କିଗ୍ରା କର୍ମସିଆଲ ଗ୍ଯାସ ପାଇଁ ୧୬୯୩ ଦାମ୍ ଦେବାକୁ ପଡିବ।

ଏତିକି ଟଙ୍କା ମହଙ୍ଗା ହେଲା ଦର

ଦେଶର ସବୁଠାରୁ ବଡ଼ ତୈଳ କମ୍ପାନୀ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଲିମିଟେଡ୍‌ ଏଲ୍‌ପିଜି ବିତରଣ କମ୍ପାନୀ ଏହି ଦାମ୍‌ ବୃଦ୍ଧି କରିଛି । ଇଣ୍ଡେନ୍‌ ଓ୍ୱେବସାଇଟ୍‌ ଅନୁସାରେ ସବ୍‌ସିଡ଼ି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ଦିଲ୍ଲୀରେ ୨୫ଟଙ୍କା ବଢିଛି । କିନ୍ତୁ କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ ୭୫ ଟଙ୍କା ବୃଦ୍ଧି ପାଇଛି । ମାତ୍ର ୧୫ ଦିନ ପୂର୍ବରୁ ଅଣ ସବସିଡି LPG ସିଲିଣ୍ଡର ଦାମ ୫୦ ଟଙ୍କା ବଢିଥିଲା।
ଏପରି ଚେକ କରନ୍ତୁ ଏଲପିଜି ଦାମ୍‌

ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ଚେକ୍‌ କରିବା ପାଇଁ ଆପଣଙ୍କୁ ସରକାରୀ ତୈଳ କମ୍ପାନୀର ୱେବସାଇଟକୁ ଯିବାକୁ ହେବ। ଏଠାରେ କମ୍ପାନୀ ପ୍ରତି ମାସ ନୂଆ ରେଟ ଜାରି କରିଥାଏ। ଲିଙ୍କରେ ଆପଣ ନିଜ ସହରର ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ଚେକ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.