ଜୁନ୍‌ ୧ ରୁ ଜରୁରୀ ଜିନିଷ ମୂଲ୍ୟରେ ଆସିପାରେ ପରିବର୍ତ୍ତନ, ପକେଟ ଉପରେ ପଡିବ ପ୍ରଭାବ

ମଇ ମାସ ଶେଷ ହେବାକୁ ଯାଉଛି । ପ୍ରତି ମାସର ୧ ତାରିଖରେ କିଛି ଅତ୍ୟାବଶ୍ୟକ ଜିନିଷ ଦାମରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଯାହାର ପ୍ରଭାବ ସିଧାସଳଖ ପଡିଥାଏ ପକେଟ ଉପରେ । ଆସନ୍ତୁ ଜାଣିବା ଆଗାମୀ ଜୁନ ୧ ତାରିଖରୁ କେଉଁ ଜିନିଷ ଉପରେ ଆସିପାରେ ପରିବର୍ତ୍ତନ ।

ନୂଆଦିଲ୍ଳୀ : ମଇ ମାସ ଶେଷ ହେବାକୁ ଯାଉଛି । ପ୍ରତି ମାସର ୧ ତାରିଖରେ କିଛି ଅତ୍ୟାବଶ୍ୟକ ଜିନିଷ ଦାମରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଯାହାର ପ୍ରଭାବ ସିଧାସଳଖ ପଡିଥାଏ ପକେଟ ଉପରେ । ଆସନ୍ତୁ ଜାଣିବା ଆଗାମୀ ଜୁନ ୧ ତାରିଖରୁ କେଉଁ ଜିନିଷ ଉପରେ ଆସିପାରେ ପରିବର୍ତ୍ତନ ।

ରୋଷେଇ ଗ୍ୟାସ ଦାମ ଉପରେ ଆସିପାରେ ପରିବର୍ତ୍ତନ

୧ ଜୁନରୁ ରୋଷେଇ ଗ୍ୟାସର ଦାମରେ ଆସିପାରେ ବଡ଼ ପରିବର୍ତ୍ତନ । କାରଣ ପ୍ରତି ମାସର ୧ ତାରିଖରେ ଏଲପିଜି ଗ୍ୟାସର ଦାମରେ ପରିବର୍ତ୍ତନ ଆସିଥାଏ । ଗତ ମାସ ୧ ତାରିଖରେ ମଧ୍ୟ କମର୍ସିଆଲ ସିଲିଣ୍ଡର ଦାମରେ ପରିବର୍ତ୍ତନ ଦେଖାଯାଇଥିଲା । ହେଲେ ଘରୋଇ ଗ୍ୟାସ ଉପରେ କୌଣସି ପରିବର୍ତ୍ତନ ହୋଇ ନଥିଲା । କିନ୍ତୁ ମାର୍ଚ୍ଚ ମାସରେ ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ ୫୦ ଟଙ୍କା ହ୍ରାସ ପାଇଥିଲା ।

ସିଏନଜି-ପିଏନଜି ମୂଲ୍ୟରେ ଆସିପାରେ ପରିବର୍ତ୍ତନ

ପ୍ରତି ମାସ ୧ ତାରିଖରେ ସିଏନଜି-ପିଏନଜି ମୂଲ୍ୟରେ ପରିବର୍ତ୍ତନ ହୋଇଥାଏ । ମଇ ୧ ତାରିଖରେ ମଧ୍ୟ ଏଥିରେ ପରିବର୍ତ୍ତନ ହୋଇ ନଥିଲା । ହେଲେ ଏଥର ସିଏନଜି-ପିଏନଜି ମୂଲ୍ୟରେ ପରିବର୍ତ୍ତନ ଆସିପାରେ ।

ଇଲେକ୍ଟ୍ରିକ ଟୁ ହ୍ଵିଲର ଗାଡ଼ି ହୋଇପାରେ ମହଙ୍ଗା

୧ ଜୁନରୁ ଇଲେକ୍ଟ୍ରିକ ଟୁ-ହ୍ଵିଲର ଗାଡ଼ି ଦାମରେ ପରିବର୍ତ୍ତନ ହୋଇପାରେ । ଯଦି ଆପଣ ଇଲେକ୍ଟ୍ରିକ ବାଇକ କିମ୍ବା ସ୍କୁଟି କିଣିବାକୁ ଚାହୁଁଛନ୍ତି, ଜୁନରୁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିପାରେ । ଏହି ସବୁ ଟୁ-ହ୍ଵିଲର ଗାଡ଼ିରେ ୨୫ ହଜାରରୁ ୩୫ ହଜାର ଟଙ୍କା ବୃଦ୍ଧି ହୋଇପାରେ ।

୧୦୦ ଦିନ- ୧୦୦ ଜମାରାଶି : ଆରବିଆଇ

୧ ଜୁନରୁ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ନୂଆ ଅଭିଯାନ ଆରମ୍ଭ କରିଛି । ବାସ୍ତବରେ ବ୍ୟାଙ୍କ୍‌ ଦାବିଦାର ନଥିବା ଜମାକୁ ସେଟେଲ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଯାହାର ନାମ ୧୦୦ ଦିନରେ ୧୦୦ ଜମାରାଶି ରଖାଯାଇଛି । ରିଜର୍ଭ ବ୍ୟାଙ୍କ ଏ ସମ୍ପର୍କ ରେ ସବୁ ବ୍ୟାଙ୍କକୁ ଗାଇଡ ଲାଇନ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.