ଟେଷ୍ଟିଂ ବେଳେ ସାମ୍ନାକୁ ଆସିଲା ରୟାଲ ଏନଫିଲ୍ଡ ବୁଲେଟ୍ 650, ଜାଣନ୍ତୁ ଡିଟେଲ୍ସ

ରୟାଲ୍ ଏନଫିଲ୍ଡ ବୁଲେଟ୍ 650 ଏହାର ରେଟ୍ରୋ ଷ୍ଟାଇଲିଂ ସହ ଗୋଲ ହେଡଲ୍ୟାମ୍ପ ଏବଂ ରିୟର ଭ୍ୟୁ ମିରର୍‌, କ୍ଲାସିକ୍ ଟିୟର-ଡ୍ରପ୍ ସେପଡ୍‌ ର ଫ୍ୟୁଲ୍‌ ଟ୍ୟାଙ୍କ ଏବଂ ଓ୍ଵାୟର-ସ୍ପୋକ୍ ହ୍ଵିଲ୍‌ ସହିତ ହାଇଲାଇଟ୍ କରାଯାଇଛି ।

ରୟାଲ୍ ଏନଫିଲ୍ଡର 350cc, 450cc ଏବଂ 650cc ସେଗମେଣ୍ଟରେ ଅନେକ ପ୍ରଡକ୍ଟ ଆସିବ ବୋଲି କୁହାଯାଉଛି । 650cc ସେଗମେଣ୍ଟରେ ଆସିବାକୁ ଥିବା ମଡେଲଗୁଡିକ ମଧ୍ୟରୁ ଗୋଟିଏ ହେଉଛି ବୁଲେଟ୍ 650 । ନିକଟରେଂ ୟୁରୋପରେ ବୁଲେଟ୍ 650 ଟେଷ୍ଟିଂ ହେଉଥିବା ଦେଖିବାକୁ ମିଳିଛି ।

ରୟାଲ୍ ଏନଫିଲ୍ଡ ବୁଲେଟ୍ 650 ଏହାର ରେଟ୍ରୋ ଷ୍ଟାଇଲିଂ ସହ ଗୋଲ ହେଡଲ୍ୟାମ୍ପ ଏବଂ ରିୟର ଭ୍ୟୁ ମିରର୍‌, କ୍ଲାସିକ୍ ଟିୟର-ଡ୍ରପ୍ ସେପଡ୍‌ ର ଫ୍ୟୁଲ୍‌ ଟ୍ୟାଙ୍କ ଏବଂ ଓ୍ଵାୟର-ସ୍ପୋକ୍ ହ୍ଵିଲ୍‌ ସହିତ ହାଇଲାଇଟ୍ କରାଯାଇଛି । ଏହା ସହିତ କ୍ରୋମ୍ ବିଟ୍ ମଧ୍ୟ ବ୍ୟବହାର ହୋଇଛି । ଇଞ୍ଜିନ୍ କେସିଙ୍ଗ୍ ଏବଂ ଟ୍ୱିନ୍ ଏକ୍ସଜଷ୍ଟ୍ ପାଇପ୍ ରେ ମଧ୍ୟ କ୍ରୋମ୍ ଫିନିଶ୍ ଦିଆଯାଇଛି । ବୁଲେଟ୍ 350 ଭଳି 650cc ମଡେଲରେ ମଧ୍ୟ ସିଙ୍ଗଲ୍‌ ପିସ୍‌ ସିଟ୍ ଅଛି । ବାଇକ୍ ରେ ଦିଆଯାଇଥିବା ଦମଦାର ଡିଜାଇନ୍‌ ଲୋକଙ୍କୁ ପସନ୍ଦ ଆସିବ ।

ବୁଲେଟ୍ 650 କୁ ପାଓ୍ଵାର ଦେବା ପାଇଁ ଏକ 648ccର ପ୍ୟାରେଲାଲ୍‌-ଟ୍ୱିନ୍ ଇଞ୍ଜିନ୍ ବ୍ୟବହାର କରାଯିବ, ଯାହାକି ରୟାଲ୍ ଏନଫିଲ୍ଡର ଅନ୍ୟ 650cc ବାଇକରେ ମଧ୍ୟ ଦେଖାଯାଏ । ବୁଲେଟ୍ 650 ଏକ ଷ୍ଟିଲ୍ ଟ୍ୟୁବଲର୍, ଡବଲ୍ କ୍ରେଡଲ୍ ଫ୍ରେମ୍ ବ୍ୟବହାର କରିବ । ଏହାର ସସପେନ୍ସ ସେଟଅପ୍ ଆଗରେ ଟେଲିସ୍କୋପିକ୍ ଫର୍କସ ଏବଂ ପଛରେ ଆଡଜଷ୍ଟେବଲ୍ ପ୍ରିଲୋଡ୍ ସହିତ ଟ୍ୱିନ୍ ଗ୍ୟାସ୍ ଚାର୍ଜ୍ ସକ୍ ଅବଜରଭର ରହିଛି । ବ୍ରେକିଂ ସେଟଅପ୍ ରେ 320 ମିଲିମିଟର ଫ୍ରଣ୍ଟ ଏବଂ ୨୪୦ ମିଲିମିଟର ରିୟର ଡିସ୍କ ବ୍ରେକ୍ ସାମିଲ ରହିଛି ।

 

You might also like