ଆସିଗଲା ସ୍ମାର୍ଟ ସିଲିଣ୍ଡର, ଏଣିକି ଚୁଟକିରେ ଜାଣି ପାରିବେ କେତେ ଗ୍ୟାସ୍ ବଞ୍ଚିଛି

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ନିଜର ଗ୍ରାହକଙ୍କ ପାଇଁ ନୁତନ ସ୍ମାର୍ଟ ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ଆଣିଛି । ଏହାର ନାମ ହେଉଛି କମ୍ପୋଜିଟ୍ ସିଲିଣ୍ଡର । ଏହାର ଖାସ୍ କଥା ହେଉଛି ଆପଣଙ୍କୁ ଜଣାପଡ଼ିଯିବ ଯେ, ଆପଣଙ୍କ ସିଲିଣ୍ଡରରେ କେତେ ଗ୍ୟାସ୍ ବଞ୍ଚିଛି ଏବଂ କେତେ ଖର୍ଚ୍ଚ ହୋଇଛି । ଏହାବ୍ୟତୀତ ଏହାର ଡିଜାଇନ୍ ବି ଲୋକମାନଙ୍କୁ ପସନ୍ଦ ଆସୁଛି । ଏହା ଲୋକମାନଙ୍କୁ ଖୁବ୍ କାମରେ ଆସିବ । କାରଣ ଏହାଦ୍ୱାରା କେତେ ଗ୍ୟାସ୍ ବ୍ୟବହାର କରୁଛନ୍ତି ଏବଂ କେତେ ଖର୍ଚ୍ଚ କରୁଛନ୍ତି ତାହା ସହଜରେ ଜାଣିପାରିବେ ।

ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ବଜାରକୁ ଆସିଥିବା ଏହି ନୁତନ କମ୍ପୋଜିଟ୍ ସିଲିଣ୍ଡରରେ ତିନି ସ୍ତର ବା ଲେୟର୍ ରହିଛି । ଏଥିରେ ଗୋଟିଏ ବ୍ଲୋ-ମୋଲ୍ଡ ହାଇ-ଡେନ୍ସିଟି ପଲିଇଥାଇଲିନ୍ (ଏଚଡିପିଆଇ) ଇନର୍ ଲେୟାରରେ ତିଆରି ହୋଇଥାଏ । ପୁରୁଣା ଗ୍ୟାସ୍ ସିଲିଣ୍ଡର ତୁଳନାରେ ଏହାର ଓଜନ ୫୦ ପ୍ରତିଶତ ପର୍ଯ୍ୟନ୍ତ କମ୍ । ଏହା ୫ ରୁ ୧୦ କିଲୋ ଓଜନର ମଧ୍ୟ ଉପଲବ୍ଧ ହେଉଛି । ଯଦି ଆପଣଙ୍କ ଘରେ ଅଧିକ ଗ୍ୟାସ୍ ବ୍ୟବହାର କରାଯାଉଛି ତେବେ ଆପଣ ୧୦ କିଲୋ ଓଜନର ଗ୍ୟାସ୍ ସିଲିଣ୍ଡର କିଣିପାରିବେ ।

ଏହି ସ୍ମାର୍ଟ ସିଲିଣ୍ଡରର ବଡି ଟ୍ରାନ୍ସପରେଣ୍ଟ ହୋଇଥାଏ । ଅର୍ଥାତ୍ ଆପଣ ବାହାରୁ ହିଁ ଦେଖି ଜାଣିପାରିବେ ଯେ, ଗ୍ୟାସ୍ କେତେ ବ୍ୟବହାର ହୋଇଛି ଏବଂ କେତେ ଖର୍ଚ୍ଚ ହୋଇଛି । ସେହିପରି ଏହା ରେଗୁଲାର୍ ଗ୍ୟାସ୍ ସିଲିଣ୍ଡର ପରି ଜଙ୍କ୍ ହୁଏନାହିଁ । ଏହାବ୍ୟତୀତ ଏହି ସିଲିଣ୍ଡର ବ୍ୟବହାର କରିବାଦ୍ୱାରା ଆପଣଙ୍କ ଚଟାଣ ମଧ୍ୟ ଅଳିଆ ହେବ ନାହିଁ ।

ଏହାର ଲୁକ୍ ବି ଖୁବ୍ ଭଲ, ଯାହା ଆପଣଙ୍କ ରୋଷେଇ ଘରକୁ ଏକଦମ୍ ଫିଟ୍ ନଜର ଆସିବ । ଏହାକୁ ଘୋଡେଇ ରଖିବାର ବି କୌଣସି ଦରକାର ନାହିଁ । ବର୍ତ୍ତମାନ ପାଇଁ ଏହା ନୂଆଦିଲ୍ଲୀ, ଗୁଡଗାଓଁ, ହାଇଦ୍ରାବାଦ୍, ଫରୀଦାବାଦ୍ ଏବଂ ଲୁଧିୟାନାରେ କିଛି ବଛା ବଛା ଷ୍ଟୋର୍ ରେ ଉପଲବ୍ଧ ହେଉଛି । ଇଣ୍ଡେନ ଗ୍ରାହକ ମାନେ ଏହା ସମ୍ପର୍କରେ ନିକଟରେ ଥିବା ଡିସଟ୍ରିବ୍ୟୁଟର୍ ଙ୍କ ଠାରୁ ପଚାରି ବୁଝିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.