୮ ଲକ୍ଷ ଟଙ୍କାରୁ କମ ଦାମରେ ମିଳୁଛି Tata Tiago ev, ମିଳିବ ଆଡ଼ଭାନ୍ସ ସେପ୍ଟି ଫିଚର୍ସ

ଟାଟା ମୋଟର୍ସ କମ୍ ମୂଲ୍ୟରେ ଅନେକ ଇଲେକ୍ଟ୍ରିକ କାର୍ ପ୍ରଦାନ କରେ । ଏହିପରି କମ୍ପାନୀର ଏକ ଶସ୍ତା ଇଭି କାର୍ ହେଉଛି ଟାଟା ଟିଆଗୋ । ଏହି ହାଇ ଟେକ୍ କାର୍ ବିଭିନ୍ନ ଭରିଆଣ୍ଟରେ ୨୫୦ ରୁ ୩୧୫ KM ର ଡ୍ରାଇଭିଂ ରେଞ୍ଜ ଦେଇଥାଏ । କାରର ଏହି ଫିଚର୍ସ ଗ୍ରାହକମାନଙ୍କୁ ମଧ୍ୟ ବହୁତ ପସନ୍ଦ ଆସୁଛି ।

ଟାଟା ମୋଟର୍ସ କମ୍ ମୂଲ୍ୟରେ ଅନେକ ଇଲେକ୍ଟ୍ରିକ କାର୍ ପ୍ରଦାନ କରେ । ଏହିପରି କମ୍ପାନୀର ଏକ ଶସ୍ତା ଇଭି କାର୍ ହେଉଛି ଟାଟା ଟିଆଗୋ । ଏକ୍ସ-ଶୋ’ରୁମରେ ଏହି କାରର ପ୍ରାରମ୍ଭିକ ମୂଲ୍ୟ ହେଉଛି ୭.୯୯ ଲକ୍ଷ । ଏହି ହାଇ ଟେକ୍ କାର୍ ବିଭିନ୍ନ ଭରିଆଣ୍ଟରେ ୨୫୦ ରୁ ୩୧୫ KM ର ଡ୍ରାଇଭିଂ ରେଞ୍ଜ ଦେଇଥାଏ । କାରର ଏହି ଫିଚର୍ସ ଗ୍ରାହକମାନଙ୍କୁ ମଧ୍ୟ ବହୁତ ପସନ୍ଦ ଆସୁଛି ।

ଟାଟା ଟିଆଗୋ ଇଭି ହେଉଛି ଏକ ପାଞ୍ଚ ସିଟ୍ ବିଶିଷ୍ଟ କାର, ଯେଉଁଥିରେ ୧୯.୨ ଏବଂ ୨୪ kWh ର ଦୁଇଟି ବ୍ୟାଟେରୀ ପ୍ୟାକ୍ ମିଳିଥାଏ । ଏହା ବ୍ୟତୀତ କମ୍ପାନୀ ଏହି କାରରେ ଅଟୋମେଟିକ ଟ୍ରାନ୍ସମିସନ ପ୍ରଦାନ କରୁଛି । ଏହି ଟାଟା କାର୍ ଗ୍ଲୋବାଲ୍ NCAP କ୍ରାସ୍ ଟେଷ୍ଟରେ ୪ ଷ୍ଟାର ରେଟିଂ ପାଇଛି । କାରର ଟପ୍ ମଡେଲ୍ ୧୨.୬୨ ଲକ୍ଷ ଟଙ୍କାରେ ଉପଲବ୍ଧ ।

ଟାଟା ଟିଆଗୋ ଇଭିର ଫିଚର୍ସ:

ଏହି ବ୍ରାଣ୍ଡେଡ୍ କାରରେ ଅନେକ ଜବରଦସ୍ତ ଫିଚର୍ସ ଦିଆଯାଇଛି । କାରର ଟପ୍ ମଡେଲରେ ଅଲୋୟ ଚକ ଦିଆଯାଇଥାଏ । ଏହା ସହିତ ଟାୟାର ପ୍ରେସର ମନିଟରିଂ ସିଷ୍ଟମ ମଧ୍ୟ ଉପଲବ୍ଧ । ଏହା ଏକ 15A ଚାର୍ଜର ସହିତ ଆସିଥାଏ, ଯାହା ଛଅ ଘଣ୍ଟା ମଧ୍ୟରେ କାରକୁ ସମ୍ପୂର୍ଣ୍ଣ ଚାର୍ଜ କରେ । ଏହି କାର ଫାଷ୍ଟ ଚାର୍ଜିଂକୁ ମଧ୍ୟ ସପୋର୍ଟ କରେ । ମାତ୍ର ୫୭ ମିନିଟରେ ଏହି ଇଭି କାର୍ ପ୍ରାୟ ୮୦ ପ୍ରତିଶତ ଚାର୍ଜ ହୁଏ ।

ଏହା ବ୍ୟତୀତ କାରଟି ୭୩.୭୫ Bhp ର ହାଇ ପାୱାର ଜେନେରେଟ କରେ, ଏହି କାର ରାସ୍ତାରେ ଘଣ୍ଟା ପ୍ରତି ୧୧୯ କିଲୋମିଟର ସ୍ପିଡ ଦେଇଥାଏ । ସବୁଠାରୁ ବଡ କଥା ହେଉଛି ଏହି କାରରେ ମୋଟ ୬ ଟି ଏୟାରବ୍ୟାଗ ରହିଛି ଏବଂ ଏହା ସହ ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ ମଧ୍ୟ ଉପଲବ୍ଧ ।

ଷ୍ଟିଅରିଂ ମାଉଣ୍ଟେଡ୍ କଣ୍ଟ୍ରୋଲ୍ ଏବଂ ଟଚ୍ ସ୍କ୍ରିନ୍ ଇନଫୋଟେନ୍ମେଣ୍ଟ ସିଷ୍ଟମ ସହିତ ବଜାରରେ ଏହି କାର୍ ମିଳିଥାଏ । କାରରେ ସୁରକ୍ଷା ଉପରେ ମଧ୍ୟ ସମ୍ପୂର୍ଣ୍ଣ ଯତ୍ନ ନିଆଯାଇଛି । ଶିଶୁଙ୍କ ସୁରକ୍ଷା ପାଇଁ ଏହା ଚାଇଲଡ ଏଙ୍କରେଜ୍ ସିଷ୍ଟମ ସହିତ ଆସେ । ଏଥିରେ କ୍ରୁଜ୍ କଣ୍ଟ୍ରୋଲ ମଧ୍ୟ ମିଳିଥାଏ ।

You might also like