୧୧ ଡିସେମ୍ବରରେ ଲଞ୍ଚ ହେବାକୁ ଯାଉଛି Toyota Camry, ନୂଆ ଡିଜାଇନ୍ ସହ ମିଳିବ ବଢିଆ ଫିଚର୍ସ

ଜାପାନର କାର ନିର୍ମାତା କମ୍ପାନୀ ଟୟୋଟା ଖୁବ୍ ଶୀଘ୍ର ଭାରତରେ ନ୍ୟୁ Camry ହାଇବ୍ରିଡ୍ ଫେସଲିଫ୍ଟ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଡିସେମ୍ବର ୧୧ ରେ ଏକ ଇଭେଣ୍ଟ ସମୟରେ Toyota Camry ର ନୂଆ ଭର୍ସନ ଭାରତରେ ପରିଚିତ ହେବାକୁ ଯାଉଛି । ଏହା Camry ର ଫେସେଲିଫଟେଡ୍ ଭର୍ସନ ହେବ ଯାହା ଏକ ସମ୍ପୂର୍ଣ୍ଣ ନୂଆ ଇଣ୍ଟେରିୟର୍ ସହିତ ଆସିବ । Toyota Camry ର ଡିଜାଇନ୍ ଲେକ୍ସସ୍ ପରି ହୋଇପାରେ । ଗତ କିଛି ବର୍ଷ ଧରି ଭାରତୀୟ ବଜାରରେ ହାଇବ୍ରିଡ୍ କାର୍ ସେଗମେଣ୍ଟରେ ଏହି କାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି ।

ପୂର୍ବ ଭର୍ସନ ପରି, ନୂତନ Toyota Camry କେବଳ ଭାରତରେ ଆସେବଲ୍ ହୋଇପାରିବ, ଯାହା ଏକ ଶକ୍ତିଶାଳୀ ହାଇବ୍ରିଡ୍ ଭର୍ସନରେ କିଣାଯାଇପାରିବ । ପୂର୍ବ ଭର୍ସନ ତୁଳନାରେ ଏହି କାର୍ ଅପଡେଟ୍ ଫିଚର୍ ଏବଂ ସ୍ପେସିଫିକେସନ୍ସ ସହିତ ଲଞ୍ଚ କରାଯାଇପାରିବ । Toyota Camry ପୂର୍ବ ଅପେକ୍ଷା ଅଧିକ ଦମଦାର ଲୁକ୍ ସହିତ ବଜାରକୁ ଏଣ୍ଟ୍ରି କରିବ । ଏହା ସହିତ, ନୂତନ ବମ୍ପର ଡିଜାଇନ୍ ହେତୁ, ଏହି କାରଟି ଏବେକାର Toyota Camry ହାଇବ୍ରିଡ୍ ଠାରୁ ଟିକେ ବଡ଼ ହେବ ବୋଲି ଆଶା କରାଯାଉଛି ।

ଏହା ବ୍ୟତୀତ, ନୂଆ ଟୟୋଟା କ୍ୟାମ୍ରିରେ ନୂତନ ଡ୍ୟାସବୋର୍ଡ ଡିଜାଇନ୍ ଆର୍କିଟେକ୍ଚର ସହିତ ଏକ ନୂତନ ଟଚସ୍କ୍ରିନ ମଧ୍ୟ ରହିବ । ୱାୟରଲେସ ଆପଲ୍ କାରପ୍ଲେ ଫିଚର୍ ସହିତ ଏହା ADAS ଫିଚର୍ସ ପାଇବ ବୋଲି ଆଶା କରାଯାଉଛି । ଏହା ସହିତ, କ୍ୟାମ୍ରିରେ ଷ୍ଟିଅରିଂ ଆସିଷ୍ଟାଣ୍ଟ, କର୍ଭଡ୍ ସ୍ପିଡ୍ ରିଡକ୍ସନ୍ ସହିତ ଡ଼ାଇନାମିକ୍ ରାଡାର କ୍ରୁଜ୍ କଣ୍ଟ୍ରୋଲ୍, ଲେନ୍ ଡିପାର୍ଚ୍ଚର୍ ଆଲର୍ଟ ଏବଂ ପ୍ରି-କୋଲିଜନ୍ ବ୍ରେକିଂ ସିଷ୍ଟମ୍ ଭଳି ଫିଚର୍ ମଧ୍ୟ ସାମିଲ ରହିଛି ।

ଅପଡେଟ୍ ହୋଇଥିବା ଟୟୋଟା କ୍ୟାମ୍ରିର ପାୱାର୍ ଟ୍ରେନ୍ ବିଷୟରେ କହିବାକୁ ଗଲେ, ବର୍ତ୍ତମାନର ମଡେଲରେ ୨.୫ ଲିଟର ହାଇବ୍ରିଡ୍ ଇଞ୍ଜିନ୍ ଅଛି, ନୂତନ କ୍ୟାମ୍ରି ମଧ୍ୟ ୨.୫ ଲିଟର ହାଇବ୍ରିଡ୍ ଇଞ୍ଜିନ ପାଇବାକୁ ଯାଉଛି । ଏହା ଫ୍ରଣ୍ଟ ଏବଂ ଅଲ୍- ହ୍ଵିଲ୍ ଡ୍ରାଇଭ୍ କନ୍ଫିଗରେସନରେ ଲଞ୍ଚ ହୋଇପାରେ । ନୂଆ ଟୟୋଟା କ୍ୟାମ୍ରିର ହାଇବ୍ରିଡ୍ ଇଞ୍ଜିନ୍ ୨୨୨ bhp ଜେନେରେଟ କରିବ ବୋଲି ଆଶା କରାଯାଉଛି, ଯାହା ଏବେକାର ମଡେଲ ତୁଳନାରେ ୯ ହର୍ସ ପାୱାର ଅଧିକ ।

You might also like