ଚାକିରି ଥାଉ ବା ନଥାଉ ଆପଣଙ୍କୁ ମିଳିପାରିବ ପେନସନ୍‌, ଜାଣନ୍ତୁ କେମିତି ପାଇବେ

ଯଦି ଆପଣ ନିଜ ବୃଦ୍ଧବସ୍ଥାକୁ ନେଇ ଚିନ୍ତାରେ ଅଛନ୍ତି ତାହେଲେ ଏହି ଖବର ଖାସ୍‌ କରି ଆପଣଙ୍କ ପାଇଁ। ଏବେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ। ଯଦି ଆପଣ ରିଟାୟରମେଣ୍ଟ ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ନ୍ୟାସନାଲ ପେନସନ୍‌ ସ୍କିମ ଆପଣଙ୍କ ପାଇଁ ଏକ ବହୁତ ଭଲ ଅପସନ୍‌ ଅଟେ। ଚାକିରି ଆରମ୍ଭ କରିବା ପରେ ହିଁ ନ୍ୟାସନାଲ୍‌ ପେନସନ୍‌ ସ୍କିମରେ ନିବେଶ କରିବା ଆରମ୍ଭ କରିଦେବେ ତାହେଲେ ରିଟାୟରମେଣ୍ଟ ସମୟରେ ଆପଣଙ୍କ ପାଖରେ ୩୪ ଲକ୍ଷ ପର୍ଯ୍ୟନ୍ତ ମୋଟା ଫଣ୍ଡ ସଞ୍ଚୟ ହୋଇଯିବ। ଏଥିପାଇଁ ଆପଣଙ୍କୁ ଅଧିକ ନିବେଶ କରିବା ଆବଶ୍ୟକ ନାହିଁ। କେବଳ ୫୦ ଟଙ୍କା ନିବେଶ କରିବାକୁ ହେବ। ତେବେ ଆସନ୍ତୁ ଜାଣିବା ଏହି ସ୍କିମ ବିଷୟରେ ଏବଂ ତାର ଫାଇଦା ବିଷୟରେ।

ଏହି ସ୍କିମରେ ନିବେଶ କରିବା ପରେ ମିଳୁଥିବା ରିଟର୍ଣ୍ଣ ବହୁତ ଫାଇଦାପୂର୍ଣ୍ଣ। ରିଟର୍ଣ୍ଣରେ ମିଳୁଥିବା ସୁଧ ହାର ୯ ରୁ ୧୨ ପ୍ରତିଶତ ମଧ୍ୟରେ ରହିଥାଏ। ରାଷ୍ଟ୍ରୀୟ ପେନସନ୍‌ ପ୍ରଣାଳୀ ଅନ୍ତର୍ଗତ ଚାରୋଟି ସେକ୍ଟର ଆସିଥାଏ ଯାହାଦ୍ୱାରା ଆପଣ ନିଜ ଖାତା ଖୋଲିପାରିବେ। ଏହି ଚାରୋଟି ସେକ୍ଟରରେ ଯାଉଛନ୍ତି କେନ୍ଦ୍ର ସରକାରଙ୍କ ଅଧିନରେ ଥିବା କର୍ମଚାରୀ, ରାଜ୍ୟ ସରକାରଙ୍କ ଅଧିନରେ ଥିବା କର୍ମଚାରୀ, କର୍ପୋରେଟ ସେକ୍ଟରରେ ଥିବା କର୍ମଚାରୀ ଏବଂ ଅଲ୍‌ ସିଟିଜେନ ମଡେଲ ଅର୍ଥାତ ଏଥିରେ ଆପଣ ନିଜେ ହିଁ ଏନପିଏସ ଆକାଉଣ୍ଟ ଖୋଲିପାରିବେ।

ନିବେଶ ଆରମ୍ଭ କରିବାର ବୟସ ୨୫ ବର୍ଷ। ଏନପିଏସରେ ମନ୍ଥଲୀ ଇନଭେଷ୍ଟମେଣ୍ଟ ରହିଛି ୧,୫୦୦ ଟଙ୍କା। ଇନଭେଷ୍ଟ ସମୟ ରହିଛି ୩୫ ବର୍ଷ। ୩୫ ବର୍ଷରେ ମୋଟ ନିବେଶ ହୋଇଥିବା ଟଙ୍କା ୬.୩୦ ଲକ୍ଷ। ଏଥିସହିତ ନିବେଶ ରାଶିରେ ମିଳୁଥିବା ମୋଟ୍‌ ସୁଧ ରହିଛି ୨୭.୯ ଲକ୍ଷ ଟଙ୍କା। ପେନସନ୍‌ ସମୟରେ ମୋଟ ଜମା ରାଶି ୩୪.୧୯ ଲକ୍ଷ ଟଙ୍କା। ଏଥିପାଇଁ ମୋଟ ଟ୍ୟାକ୍ସ ସେଭିଙ୍ଗ୍ସ ୧.୮୯ ଲକ୍ଷ।

ଏହି ଯୋଜନାରେ ନିବେଶ କରିବା ପରେ ଯେତେବେଳେ ଆପଣଙ୍କର ରିଟାୟରମେଣ୍ଟ ବୟସରେ ନିଜ ନିବେଶରେ ୬୦ ପ୍ରତିଶତ ଅଂଶ ଉଠାଇପାରିବେ। ଅର୍ଥାତ ଆପଣ ରିଟାୟରମେଣ୍ଟ ସମୟରେ ୨୦.୫୧ ଲକ୍ଷ ଟଙ୍କା ଜମା ରାଶି ଉଠାଇପାରିବେ। ଏହିପରି ଭାବେ ଏହି ଯୋଜନା ଆପଣଙ୍କୁ ଏକ ଭଲ ରିଟର୍ଣ୍ଣ ଦେଇପାରିବ।

ଏହାସତ୍ତ୍ୱେ ବାକି ରାଶିକୁ ଏନ୍ୟୁଟି ସ୍କୀମ ଅନୁଯାୟୀ ପ୍ରତି ମାସ ଏକ ନିର୍ଦ୍ଧିଷ୍ଟ ପେନସନ୍‌ ପାଇଁ ଲଗାଯାଇପାରିବ। ଯଦି ସରକାରଙ୍କ ତରଫରୁ ୮ ପ୍ରତିଶତ ସୁଧ ଦିଆଯାଏ ତାହେଲେ ଆପଣ ୯,୦୦୦ ପ୍ରତି ମାସ ପେନସନ୍‌ ପାଇପାରିବେ। ନ୍ୟାସନାଲ ପେନସନ୍‌ ସ୍କିମରେ ଏକାସାଥିରେ ଆପଣ ଟଙ୍କା ଉଠାଇପାରିବେନି। ଏହି ସ୍କିମ ଅନୁଯାୟୀ ଆପଣ କେବଳ ୬୦ ପ୍ରତିଶତ ରାଶି ହିଁ ଉଠାଇପାରିବେ ଏବଂ ୪୦ ପ୍ରତିଶତ ରାଶି ଆପଣଙ୍କୁ କୌଣସି ଏନ୍ୟୁଟି ସ୍କିମରେ ନିବେଶ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.