ବ୍ୟବସାୟ ଓ ଅର୍ଥନୀତି

କର୍ମଚାରୀଙ୍କ ପାଇଁ ଖୁସି ଖବର! ଅବସର ବୟସ ଓ ପେନସନରେ ହେବ ବୃଦ୍ଧି; ଶୀଘ୍ର ନିଷ୍ପତ୍ତି ନେଇ ପାରନ୍ତି ମୋଦି ସରକାର

କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାର ବହୁତ ଜଲ୍‌ଦି ଏକ ଖୁସି ଖବର ଦେଇ ପାରନ୍ତି। ସରକାର, କର୍ମଚାରୀମାନଙ୍କ ଅବସର ବୟସ ଏବଂ ପେନସନ ରାଶି ବଢ଼ାଇବା ଉପରେ ବିଚାର କରୁଛନ୍ତି। ମିଳିଥିବା ସୂଚନା ମୁତାବକ, ଏହି ପ୍ରସ୍ତାବ (ୟୁନିଭର୍ସାଲ ପେନସନ ସିଷ୍ଟମ) ଆର୍ଥିକ ପରାମର୍ଶଦାତା ସମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଠାଇଛି, ଯେଉଁଥିରେ କର୍ମଚାରୀମାନଙ୍କର କାର୍ଯ୍ୟ ବୟସ ସୀମା ବଢ଼ାଇବା କଥା କୁହାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ଆର୍ଥିକ ପରାମର୍ଶଦାତା ସମିତି କହିଛି ଯେ ଦେଶରେ ଅବସର ବୟସ ସୀମା ବଢ଼ାଇବା ସାଙ୍ଗକୁ ୟୁନିଭର୍ସାଲ ପେନସନ ସିଷ୍ଟମ ମଧ୍ୟ ଆରମ୍ଭ କରି ଦିଆଯାଉ। ଯଦି ଏହି ସୁପାରିଶ ମୋଦି ସରକାର ମାନି ନିଅନ୍ତି, ତା’ ହେଲେ କର୍ମଚାରୀମାନଙ୍କୁ ବଡ଼ ଲାଭ ମିଳି ପାରିବ।

କର୍ମଚାରୀଙ୍କୁ ପ୍ରତି ମାସରେ ନ୍ୟୂନତମ ୨୦୦୦ ଟଙ୍କା ପେନସନ

ସମିତିର ରିପୋର୍ଟ ମୁତାବକ, ଏହି ପ୍ରସ୍ତାବରେ ଏହା ମଧ୍ୟ ପରାମର୍ଶ ଦିଆଯାଇଛି କି, ବରିଷ୍ଠ ନାଗରିକମାନଙ୍କୁ ପ୍ରତି ମାସରେ ନ୍ୟୂନତମ ୨୦୦୦ ଟଙ୍କା ପେନସନ ଦିଆଯାଉ। ଆର୍ଥିକ ପରାମର୍ଶଦାତା ସମିତି ଦେଶରେ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷାର ସୁବନ୍ଦୋବସ୍ତ କରିବାକୁ ସୁପାରିଶ କରିଛି। ଏଥି ସହିତ ରିପୋର୍ଟରେ ପ୍ରସ୍ତାବ ରହିଛି କି, ଅବସର ବୟସ ସୀମା ବଢ଼ାଇବା ଜରୁରୀ। ଏହା ସାମାଜିକ ସୁରକ୍ଷା ବ୍ୟବସ୍ଥା ଉପରେ ଚାପ କମାଇବା ପାଇଁ କରାଯାଇ ପାରିବ। ରିପୋର୍ଟରେ ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ କୌଶଳ ବିକାଶ ସମ୍ପର୍କରେ ପରାମର୍ଶ ଦିଆଯାଇଛି।

ପ୍ରସ୍ତାବ ମୁତାବକ, କେନ୍ଦ୍ର ଏବଂ ରାଜ୍ୟ ସରକାର ଏମିତି ନୀତି ପ୍ରସ୍ତୁତ କରନ୍ତୁ, ଯଦ୍ଦ୍ଵାରା କୌଶଳ ବିକାଶ କରାଯାଇ ପାରିବ। ଏହି ପ୍ରୟାସରେ ଅସଙ୍ଗଠିତ କ୍ଷେତ୍ରରେ ରହୁଥିବା ଲୋକେ, ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକେ, ଶରଣାର୍ଥୀ, ପ୍ରବାସୀ, ଯାହାଙ୍କ ପାଖରେ ପ୍ରଶିକ୍ଷଣ ପ୍ରାପ୍ତ କରିବାର ସାଧନ ନାହିଁ, ସେମାନଙ୍କୁ ପ୍ରଶିକ୍ଷିତ କରାଯିବା ଉଚିତ। ସେମାନଙ୍କୁ ବି ସାମିଲ କରାଯିବା ଦରକାର। World Population Prospects 2019 ରିପୋର୍ଟ ମୁତାବକ, ଭାରତରେ ୨୦୫୦ ମସିହା ସୁଦ୍ଧା ପାଖାପାଖି ୩୨ କୋଟି ବରିଷ୍ଠ ନାଗରିକ ହୋଇ ଯାଇଥିବେ। ଅର୍ଥାତ୍‌ ଦେଶର ପାଖାପାଖି ୧୯.୫ ପ୍ରତିଶତ ଜନସଂଖ୍ୟା ଅବସର ଶ୍ରେଣୀକୁ ଆସିଯିବ। ବର୍ଷ ୨୦୧୯ରେ ଭାରତରେ ପାଖାପାଖି ୧୦ ପ୍ରତିଶତ ଜନସଂଖ୍ୟା ଅର୍ଥାତ୍‌ ୧୪ କୋଟି ଲୋକ ବରିଷ୍ଠ ନାଗରିକ ଶ୍ରେଣୀରେ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଏବେ ଠାରୁ ପ୍ରସ୍ତୁତି କରାଯିବା ଉଚିତ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago