ବ୍ୟବସାୟ ଓ ଅର୍ଥନୀତି

ଏହି ୨ଟି SUV ଭାରିଆଣ୍ଟରେ ମିଳୁଛି ଦମଦାର ଡିସକାଉଣ୍ଟ, ଜାଣନ୍ତୁ ଡିଟେଲ୍ସ

ଭାରତରେ କାରର ଚାହିଦା ବଢ଼ୁଥିବାରୁ ଅନେକ ନୂଆ କାର ଲଞ୍ଚ ହେଉଛି । ସେହିପରି ଅନେକ କାରରେ ଡିସକାଉଣ୍ଟ ମଧ୍ୟ ଦିଆଯାଉଛି । ଯାହା ଦ୍ୱାରା କାର ପ୍ରେମୀମାନେ କାର କିଣିବା ପାଇଁ ଆଗ୍ରହ ପ୍ରକାଶ କରିବେ । ତେବେ ଏହାକୁ ନଜରରେ ରଖି ଦୁଇଟି କମ୍ପାନୀ ନିଜ ନିଜ କାରରେ ଡିସକାଉଣ୍ଟ ଦେଉଛନ୍ତି । ୨୦୨୩ ସରିବାକୁ ବସିଥିବା ବେଳେ ବର୍ଷ ଶେଷରେ ଏହି ଅଫର ଦିଆଯାଉଛି । ତେବେ ଆସନ୍ତୁ ଜାଣିବା କେଉଁ କାରରେ ଏହି ଅଫର ମିଳୁଛି ।

ଭାରତରେ Volkswagen Taigun ଏସୟୁଭିରେ ୧.୪୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦିଆଯାଉଛି । ଏହି ଡିସକାଉଣ୍ଟରେ କ୍ୟାସ୍‌ ଡିସକାଉଣ୍ଟ, ଏକ୍ସଚେଞ୍ଜ ବୋନସ୍ ଏବଂ କିଛି ସ୍ପେସାଲ ସୁବିଧାକୁ ସାମିଲ କରାଯାଇଛି । କିନ୍ତୁ ଏହି ଅଫର ୩୧ ଡିସେମ୍ବର, ୨୦୨୩ ପର୍ଯ୍ୟନ୍ତ ହିଁ ରହିଛି । Volkswagen Taigun SUVର ଏକ୍ସ-ଶୋ’ରୁମ୍ ଦାମ୍‌ ୧୧.୬୨ ଲକ୍ଷରୁ ଆରମ୍ଭ ହୋଇ ୨୧.୧୦ ଲକ୍ଷ ପର୍ଯ୍ୟନ୍ତ ଥାଏ । କିନ୍ତୁ ଡିସକାଉଣ୍ଟ ପରେ ଏହି କାରର ଏକ୍ସ ସୋ’ରୁମ୍ ମୂଲ୍ୟ ପ୍ରାୟ ୧୦.୨୮ ଲକ୍ଷ ଟଙ୍କା କୁ ଖସି ଆସିଛି ।

ଅନ୍ୟପଟେ Maruti Suzuki ଏହାର ଲୋକପ୍ରିୟ ମଡେଲ Jimny SUV ର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛି । Jimny ଜେଟା MT ଭାରିଆଣ୍ଟର ମୂଲ୍ୟ ବର୍ତ୍ତମାନ ୧୦.୭୪ ଲକ୍ଷ ଟଙ୍କା, ତେବେ ଏହାର ପୂର୍ବ ଏକ୍ସ-ସୋରୁମ୍ ମୂଲ୍ୟ ୧୨.୭୪ ଲକ୍ଷ ଟଙ୍କା ଥିବାବେଳେ ବର୍ତ୍ତମାନ ୨ ଲକ୍ଷ ଟଙ୍କା ହ୍ରାସ ପାଇଛି । ଏତେ ଅଧିକ ଟଙ୍କା ହ୍ରାସ ହୋଇଥିବାରୁ ଏହାକୁ କିଣିବା ପାଇଁ ଲୋକଙ୍କ ମନରେ ଆଗ୍ରହ ଆସିବ ବୋଲି ଆଶା କରାଯାଉଛି । ଦୀପାବଳି ସମୟରେ ଏହି ଏସୟୁଭିରେ ୧ ଲକ୍ଷ ଟଙ୍କାର ଡିସକାଉଣ୍ଟ ଦିଆଯାଇଥିଲ। । ଏବଂ ବର୍ତ୍ତମାନ ପୁଣି ଏହି ଅଫର କାର ପ୍ରେମୀଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି ।

Volkswagen Taigun SUV ଫିଚର :
Volkswagen Taigun SUVରେ ନୂଆ ଇଲେକ୍ଟିକ୍‌ ଫ୍ରଣ୍ଟ ସିଟ୍, ଡିଜିଟାଲ୍ ସାଉଣ୍ଡ ପ୍ୟାକେଜ୍, 7 ସ୍ପିଡ୍ ଡାଇରେକ୍ଟ-ସିଫ୍ଟ ଗିଅରବକ୍ସ ଏବଂ ଏକ ଏମ୍ପ୍ଲିଫାୟର୍ ସହିତ ଏକ ସବୱୁଫର୍ ଭଳି ଫିଚର ଦିଆଯାଇଛି । ଏହି ଏସୟୁଭିରେ ଇଣ୍ଟିଗ୍ରେଟେଡ୍ DRL ସହିତ ଏଲଇଡି ହେଡ୍ ଲ୍ୟାମ୍ପ, ଏଲଇଡି ଟେଲ ଲ୍ୟାମ୍ପ ରହିଛି । କ୍ୟାବିନ ଭିତରେ ଏକ କାର୍ବନ ଫିନିଶ, ଲେଦର ସିଟ୍ ଏବଂ ଏକ ଇଲେକ୍ଟ୍ରିକ୍‌ ସନରୁଫ୍‌ ରହିଛି ।

ଅନ୍ୟପଟେ ଗ୍ରାହକଙ୍କୁ ଅଧିକ ଆକର୍ଷିତ କରିବା ପାଇଁ Maruti Suzuki ଉଭୟ ଜେଟା ଏବଂ ଆଲଫା ଭାରିଆଣ୍ଟ ପାଇଁ Jimny Thunder Edition ସାମ୍ନାକୁ ଆଣିଛି । ତେବେ ଏହି ଏଡିସନରେ କିଛି ବିଶେଷ ଫିଚର ରହିଛି । ଏଥିରେ କୌଣସି ମେକାନିକାଲ ଚେଞ୍ଜ ହୋଇନି ।। ଏଥିରେ ୧.୫ -ଲିଟର ପେଟ୍ରୋଲ ଇଞ୍ଜିନ୍ ରହିଛି । Jimny ଜେଟାର ଷ୍ଟାଣ୍ଡାର୍ଡ ଫିଚର ଗୁଡ଼ିକରେ ଷ୍ଟିଲ୍ ହ୍ଵିଲ୍‌ , ୭.୦-ଇଞ୍ଚ୍ ଟଚ୍ ସ୍କ୍ରିନ୍, େଓ୍ଵୟାରଲେସ୍‌ ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ୍ କାର ପ୍ଲେ, ୬ଟି ଏୟାରବ୍ୟାଗ, ଇଏସପି ଏବଂ ଆହୁରି ଅନେକ ଫିଚର ସାମିଲ କରାଯାଇଛି ।

 

Subhalaxmi Das

Recent Posts

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି : ସୁରେଶ ରାଉତରାୟ

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି ।  କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା ବଢ଼ିବାରେ…

11 mins ago

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ୍‌ ଉପରକୁ ଉଗ୍ରବାଦୀଙ୍କ ଗୁଳିମାଡ଼, ୨ ଯବାନ ଆହତ

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂଙ୍କ ସୁରକ୍ଷା ଟିମ୍‌ ଉପରକୁ ଗୁଳିମାଡ଼ । ସନ୍ଦିଗ୍ଧ ଉଗ୍ରବାଦୀମାନେ ଏହି ଗୁଳିମାଡ଼ କରିଥିବା…

56 mins ago

କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର

କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର । ଜଣେ ଅଭିଜ୍ଞ, ବରିଷ୍ଠ ସାଂସଦ ହେଉଛନ୍ତି କଟକ ସାଂସଦ…

1 hour ago

ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ : ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ; ସ୍ଥିତି ଉପରେ ଲଗାତାର ନଜର

ଜମ୍ମୁ କଶ୍ମୀର ରିଆସି ଜିଲ୍ଲାରେ ତୀର୍ଥଯାତ୍ରୀ ବସ୍‌ ଉପରକୁ ଆତଙ୍କବାଦୀ ଆକ୍ରମଣ କରିବା ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା…

1 hour ago

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର, ବରଯାତ୍ରୀ ମାତା ପାର୍ବତୀଙ୍କ ପିତ୍ରାଳୟ ଅଭିମୁଖେ ଗମନ କରିବେ

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର  l ଆଜି ମଧ୍ୟ ରାତ୍ରରେ ଦେବ ଦେବ ମହାଦେବଙ୍କ ବରଯାତ୍ରୀ…

1 hour ago

ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ନିଷ୍ପତ୍ତି, ଚାଷୀଙ୍କ ପାଇଁ ଜାରି କଲେ ୨୦,୦୦୦ କୋଟି ଟଙ୍କା

ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପିଏମ୍‌ ନରେନ୍ଦ୍ର ମୋଦି ନିଜର ପ୍ରଥମ ନିଷ୍ପତ୍ତି…

2 hours ago