ଚଳିତ ମାସରେ ଲଞ୍ଚ ହେବ ଏହି ୩ଟି ଦମଦାର୍ କାର, ଇଲେକ୍ଟ୍ରିକ୍ ସ୍ପୋର୍ଟସ୍ କାର ମଧ୍ୟ ସାମିଲ

୨୦୨୫ ଏପ୍ରିଲ୍ ମାସଟି କାର୍ ପ୍ରେମୀଙ୍କ ପାଇଁ ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛି । କାରଣ ଏହି ସମୟରେ ବଜାରରେ ଅନେକ ନୂଆ ଏବଂ ଆଡଭାନ୍ସ ଟେକ୍ନୋଲୋଜି ସହିତ ଲେସ୍ କାର୍ ଆସିବାକୁ ଯାଉଛି । ଏହି ମାସରେ, ଭାରତରେ କିଛି ପ୍ରିମିୟମ୍ SUV ଏବଂ ଏକ ଦମଦାର ଇଲେକ୍ଟ୍ରିକ୍ ସ୍ପୋର୍ଟସ୍ କାର ମଧ୍ୟ ଲଞ୍ଚ ହେବ । ଏହି କାରଗୁଡ଼ିକରେ ନୂଆ ଫିଚର୍ସ, ଦମଦାର ପରଫରମାନ୍ସ ଏବଂ ଜବରଦସ୍ତ ଡିଜାଇନ୍ ଦେଖିବାକୁ ମିଳିବ । ତେବେ ଆସନ୍ତୁ ଏହି ଆଗାମୀ ୩ଟି କାର ବିଷୟରେ ବିସ୍ତୃତ ଭାବରେ ଜାଣିବା ।
Volkswagen Tiguan R:
Volkswagen ଖୁବ୍ଶୀଘ୍ର ଭାରତରେ ଏହାର ନ୍ୟୁ ଜେନେରେସନର ଟିଗୁଆନ୍ ଲଞ୍ଚ କରିବାକୁ ଯାଉଛି । ଏହା ଏକ ଟପ୍ ଏବଂ ଗ୍ଲୋବାଲ ମଡେଲ୍ ହେବ, ଯାହାକୁ ସୀମିତ ସଂଖ୍ୟାରେ ଭାରତରେ ଇମ୍ପୋର୍ଟ କରାଯିବ । ପ୍ରାରମ୍ଭିକ ବ୍ୟାଚ୍ରେ ଏହାର କେବଳ ୩୦୦ ୟୁନିଟ୍ ଉପଲବ୍ଧ ହେବ । Volkswagen Tiguan R ଏକ ଦମଦାର ଏବଂ ପାୱାରଫୁଲ SUV ହେବ, ଯାହା ସ୍ପୋର୍ଟି ଲୁକ୍ ଏବଂ ଲଗଜରୀ ଫିଚର୍ସ ସହିତ ଆସିବ ।
ଏଥିରେ ଏକ ୨.୦-ଲିଟର ଟର୍ବୋଚାର୍ଜଡ୍ ପେଟ୍ରୋଲ ଇଞ୍ଜିନ୍ ମିଳିବ, ଯାହା ପ୍ରାୟ ୩୨୦hp ପାୱାର ଜେନେରେଟ୍ କରିବ । ଏହି କାରରେ ୭-ସ୍ପିଡ୍ ଡୁଆଲ୍-କ୍ଲଚ୍ ଅଟୋମେଟିକ୍ ଗିଅରବକ୍ସ ରହିବ, ଯାହା ସୁଗମ ଏବଂ ଫାଷ୍ଟ ଡ୍ରାଇଭିଂ ଏକ୍ସପେରିଏନ୍ସ ଦେବ । ଏଥିରେ ଏକ ଅଲ୍-ହ୍ୱିଲ୍ ଡ୍ରାଇଭ୍ (AWD) ସିଷ୍ଟମ୍ ଦିଆଯାଇଛି, ଯାହା ଏହାକୁ ସମସ୍ତ ପ୍ରକାରର ରାସ୍ତାରେ ଭଲ ପରଫରମାନ୍ସ ପ୍ରଦାନ କରିବାକୁ ସକ୍ଷମ କରିବ ।
Skoda Kodiaq:
ସ୍କୋଡା କୋଡିଆକ୍ ଭାରତୀୟ ବଜାରରେ ଏକ ପ୍ରିମିୟମ୍ ଏବଂ ଆଡଭାନ୍ସ SUV ଭାବରେ ପ୍ରବେଶ କରିବ । ଯାହା ପୂର୍ବ ଅପେକ୍ଷା ବଡ଼, ଷ୍ଟାଇଲିସ୍ ଏବଂ ଅଧିକ ଫିଚର୍ସଯୁକ୍ତ ହେବ । ଏହା ସହିତ, ଏକ ୨.୦-ଲିଟର ଟର୍ବୋଚାର୍ଜଡ୍ ପେଟ୍ରୋଲ ଇଞ୍ଜିନ୍ ଯୋଗାଇ ଦିଆଯିବ, ଯାହା ପ୍ରାୟ ୧୯୦hp ପାୱାର ପ୍ରଦାନ କରେ । ଏହା ଏକ ୭-ସ୍ପିଡ୍ ଡୁଆଲ୍-କ୍ଲଚ୍ ଅଟୋମେଟିକ୍ ଗିଅରବକ୍ସ ଏବଂ ଅଲ୍-ହ୍ୱିଲ୍ ଡ୍ରାଇଭ୍ (AWD) ସିଷ୍ଟମ୍ ସହିତ ଲେସ୍ ହେବ, ଯାହା ଏହାକୁ ସମସ୍ତ ପ୍ରକାରର ଭୂମିରେ ଦମଦାର ପରଫରମାନ୍ସ ଦେବା ପାଇଁ ସକ୍ଷମ କରିବ ।
MG Cyberster:
MG Cyberster ଏକ ଫ୍ୟୁଚରିଷ୍ଟିକ୍ ଇଲେକ୍ଟ୍ରିକ୍ ସ୍ପୋର୍ଟସ୍ କାର ଭାବରେ ଭାରତୀୟ ବଜାରକୁ ଆସିବାକୁ ଯାଉଛି । ଏହା ସମ୍ପୂର୍ଣ୍ଣ ଭାବରେ ଇଲେକ୍ଟ୍ରିକ୍ ହେବ ଏବଂ ଏଥିରେ ସୁପରକାର୍ ପରି ଷ୍ଟାଇଲିଂ ରହିବ । ଏହି କାରରେ ୫୧୦hp ପାୱାର ଏବଂ ୭୨୫Nm ଟର୍କ ରହିବ, ଯାହା ହାଇ-ପରଫରମାନ୍ସ ଡ୍ରାଇଭିଂ ଏକ୍ସପେରିଏନ୍ସ ଦେବ ।
ସାଇବରଷ୍ଟରରେ ଏକ ହାଇ-କାପାସିଟି ଲିଥିୟମ-ଆୟନ ବ୍ୟାଟେରୀ ରହିବା, ଯାହା ଥରେ ଫୁଲ୍ ଚାର୍ଜ ହେବା ପରେ ପ୍ରାୟ ୫୮୦ କିଲୋମିଟର ରେଞ୍ଜ ଦେବ । ପରଫରମାନ୍ସ ଦୃଷ୍ଟିରୁ, ଏହି କାରଟି ମାତ୍ର ୩ ସେକେଣ୍ଡରେ ୦-୧୦୦ କିମି/ଘଣ୍ଟା ବେଗରେ ଗତି କରିପାରିବ । ଯାହା ଏହାକୁ ଭାରତର ଦ୍ରୁତତମ ଇଲେକ୍ଟ୍ରିକ୍ କାର ମଧ୍ୟରୁ ଗୋଟିଏ କରିଥାଏ ।
Also read: ୩୦ ବର୍ଷ ପରେ ପୁଣି ବଜାରରେ ଏଣ୍ଟ୍ରି କରିପାରେ Yamaha RX100, ଲଞ୍ଚ ପୂର୍ବରୁ ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍