୧ ଡିସେମ୍ବରରୁ ବଦଳୁଛି ଏହି ୪ ନିୟମ, ଆପଣଙ୍କ ଜୀବନ ଉପରେ ପଡିବ ଭାରି ପ୍ରଭାବ

୧ ଡିସେମ୍ବର ୨୦୨୦ରୁ ସାଧାରଣ ଲୋକଙ୍କ ଜୀବନରେ ଅନେକ ପ୍ରକାର ପରିବର୍ତ୍ତନ ହେବାକୁ ଯାଉଛି। ଏଥିରେ RTGS, ରେଲେଓ୍ଵ ଏବଂ ଗ୍ୟାସ ସିଲିଣ୍ଡର ସହ ଜଡିତ ଅନେକ ନିୟମ ବଦଳିବାକୁ ଯାଉଛି। ଏହି ପରିବର୍ତ୍ତନର ସିଧା ପ୍ରଭାବ ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ପଡିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରିୟଲ ଟାଇମ୍ ଗ୍ରସ ସେଟଲମେଣ୍ଟ (RTGS)କୁ ନେଇ ନିୟମରେ ପରିବର୍ତ୍ତନ କରିଛି। ଏହି ନିୟମ କ୍ୟାସ୍ ଟ୍ରାନ୍ସଫର୍ ସହ ଜଡିତ ରହିଛି। ଏହାବ୍ୟତୀତ ସରକାରୀ ତୈଳ କମ୍ପାନୀ ପ୍ରତି ମାସ ଗ୍ୟାସର ମୂଲ୍ୟକୁ ଅପଡେଟ୍ କରିଥାନ୍ତି। ତାହେଲେ ଆସନ୍ତୁ ଜାଣିବା ଡିସେମ୍ବର ପହିଲାରୁ କ’ଣ କ’ଣ ନିୟମର ସବୁ ପରିବର୍ତ୍ତନ ହେଉଛି।

RTGS ସୁବିଧାର ଫାଇଦା

ବର୍ଷର ଶେଷ ମାସ ଅର୍ଥାତ ଡିସେମ୍ବର ଠାରୁ ଆପଣଙ୍କ ବ୍ୟାଙ୍କ ଟଙ୍କା ନେଣ ଦେଣ ସହ ଜଡିତ ନିୟମକୁ ପରିବର୍ତ୍ତନ କରିବାକୁ ଯାଉଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରିୟଲ ଟାଇମ୍ ଗ୍ରସ୍ ସେଟଲମେଣ୍ଟ (RTGS)କୁ 24x7x365ଉପଲବ୍ଧ କରିବା ପାଇଁ ଘୋଷଣା କରିଥିଲା ଯାହାକି ଏବେ ଡିସେମ୍ବର ୨୦୨୦ ଠାରୁ ଲାଗୁ ହେବାକୁ ଯାଉଛି । ଅର୍ଥାତ୍ ଏବେ ଆପଣ ଆରଟିଜିଏସ ମାଧ୍ୟମରେ ୨୪ ଘଣ୍ଟା ମନି ଟ୍ରାନ୍ସଫର କରିପାରିବେ। ବର୍ତ୍ତମାନ RTGS ସିଷ୍ଟମ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଯେଉଁ ବନ୍ଦ ରହୁଥିଲା ତାହା ଆଉ ବନ୍ଦ ରହିବ ନାହିଁ । ଏବେ ଏହା ସପ୍ତାହଯାକ ୨୪ ଘଣ୍ଟା ଉପଲବ୍ଧ ହେବ ।

ପ୍ରିମିୟମରେ କରିପାରିବେ ପରିବର୍ତ୍ତନ

ଏବେ ୫ ବର୍ଷ ପରେ ବୀମାଧାରକ ଚାହିଁଲେ ପ୍ରିମିୟମ ରାଶିକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରିବେ । ଅର୍ଥାତ ଅଧା କିସ୍ତି ପର୍ଯ୍ୟନ୍ତ ବି ପଲିସି ଜାରି ରଖିହେବ।

୧ ଡିସେମ୍ବର ଠାରୁ ଚାଲିବ ଅନେକ ନୂଆ ଟ୍ରେନ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଇଣ୍ଡିଆନ୍ ରେଲେଓ୍ଵ ୧ ଡିସେମ୍ବର ଠାରୁ ନୂଆ ଟ୍ରେନ ଚଳାଇବାକୁ ଯାଉଛି। ଏଥିରେ ଝେଲମ ଏକ୍ସପ୍ରେସ୍ ଏବଂ ପଞ୍ଜାବ ମେଲ ଉଭୟ ସାମିଲ ରହିଛି। ଏହି ଦୁଇ ଟ୍ରେନ ସାଧାରଣ ଶ୍ରେଣୀର ବୋଲି ଜଣାପଡ଼ିଛି ।

ବଦଳିଯିବ ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ୍

ପ୍ରତି ମାସର ପ୍ରଥମ ତାରିଖରେ ସରକାର ରନ୍ଧନ ଗ୍ୟାସ୍ ବା LPG ସିଲିଣ୍ଡର ଦାମର ସମୀକ୍ଷା କରିଥାନ୍ତି। ଅର୍ଥାତ୍ ୧ ଡିସେମ୍ବର ଦିନ ମଧ୍ୟ ସାରାଦେଶରେ ରନ୍ଧନ ଗ୍ୟାସ ଦାମର ପରିବର୍ତ୍ତନ ହେବ। ଜଣାଇବାକୁ ଚାହିବୁଁ ଯେ ଗତ ମାସରୁ ଏହି ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ।

Leave A Reply

Your email address will not be published.