IPL ଦେଖିବାକୁ Hotstar ସହିତ ମିଳୁଛି ୩ ଜିବିର ଡାଟା, ଜାଣନ୍ତୁ କ’ଣ ସବୁ ରହିଛି ଶସ୍ତା ପ୍ଲାନ

ଆଇପିଏଲ୍ ସିଜିନ ୧୪ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। କରୋନା ଯୋଗୁଁ ବିନା ଦର୍ଶକରେ ଆଇପିଏଲ୍ ମ୍ଯାଚ ହେବାକୁ ଯାଉଛି। ତେଣୁ ଲୋକଙ୍କୁ ଏବେ ମୋବାଇଲରେ ମ୍ୟାଚ୍ ଦେଖିବା ସୁବିଧା ହେବା ସହ ଭଲ ମାଧ୍ୟମ ପାଲଟିଛି। ମୋବାଇଲରେ ମ୍ୟାଚ୍ ଦେଖିବାକୁ ହେଲେ ଅଧିକ ଡାଟା ଥିବା ପ୍ଲାନ ମଧ୍ୟ ଦରକାର। ଅଧିକ ଡାଟାର ଅର୍ଥ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ। ଏମିତି ସମସ୍ତ କମ୍ପାନୀର ୫୦୦ରୁ କମ୍ ଟଙ୍କାରେ ଆସିବାକୁ ଥିବା ପ୍ଲାନ ରହିଛି ଯାହା ଆପଣଙ୍କୁ ଦୈନିକ ୩ ଜିବି ଡାଟା ମିଳିବ।

ରିଲାଏନ୍ସ ଜିଓର ୪୦୧ ଟଙ୍କିଆ ପ୍ଲାନ

ରିଲାଏନ୍ସ ଜିଓର ୪୦୧ ଟଙ୍କିଆ ପ୍ଲାନରେ ଗ୍ରାହକ ଆଇପିଏଲ୍ ଦେଖିବାର ମଜା ଉଠାଇପାରିବେ। ଏହି ପ୍ଲାନରେ Disney+Hotstar ସବସ୍କ୍ରିପସନ ସହିତ ଆସିଥାଏ। ଏହି ପ୍ଲାନର ବୈଧତା ୨୮ ଦିନ ରହିଛି। ଏଥିରେ ୟୁଜର୍ସଙ୍କୁ ଦୈନିକ ୩ଜିବି ଡାଟା ୨୮ ଦିନ ପର୍ଯ୍ୟନ୍ତ ମିଳିବ। ଏହି ପ୍ଲାନରେ ଅନଲିମିଟେଡ୍ କଲ୍ ଏବଂ ପ୍ରତିଦିନ ୧୦୦ ଏସଏମଏସ ମଧ୍ୟ ମିଳିବ।

ରିଲାଏନ୍ସ ଜିଓର ୩୪୯ ଟଙ୍କିଆ ପ୍ଲାନ

ରିଲାଏନ୍ସ ଜିଓର ୩୪୯ ଟଙ୍କିଆ ପ୍ଲାନର ବୈଧତା ୨୮ ଦିନ ରହିଛି। ଏଥିରେ ଗ୍ରାହକଙ୍କୁ ପ୍ରତିଦିନ ୩ ଜିବି ଡାଟା ମିଳିବ। ଏହା ବ୍ୟତୀତ ଏହି ପ୍ଲାନରେ ଅନଲିମିଟେଡ କଲ୍ ଏବଂ ଦୈନିକ ୧୦୦ ଏସଏମଏସର ସୁବିଧା ମଧ୍ୟ ମିଳିବ।

phone
pc: The News Minute

ଏୟାରଟେଲର ୪୦୧ ଟଙ୍କିଆ ପ୍ଲାନ

ଏୟାରଟେଲର ୪୦୧ ଟଙ୍କିଆ ପ୍ଲାନରେ ଅସୀମିତ କଲ୍, ପ୍ରତିଦିନ ୧୦୦ ଏସଏମଏସ୍ ଓ ଦୈନିକ ୩ ଜିବି ଡାଟା ମିଳିବ। ଏହି ପ୍ଲାନର ବୈଧତା ୨୮ ଦିନ ରହିଛି। ଏଥିରେ କମ୍ପାନୀ ପକ୍ଷରୁ ମାଗଣାରେ Disney+Hotstar ସବସ୍କ୍ରିପସନ ମଧ୍ୟ ଦିଆଯିବ।

ଭୋଡାଫୋନ୍ ଆଇଡିଆର ୪୦୧ ଟଙ୍କିଆ ପ୍ଲାନ

ଭୋଡାଫୋନ୍ ଆଇଡିଆର ୪୦୧ ଟଙ୍କିଆ ପ୍ଲାନର ବୈଧତା ୨୮ ଦିନ ରହିଛି। ଏଥିରେ ୟୁଜର୍ସଙ୍କୁ ଦୈନିକ ୩ଜିବି ଡାଟା ମିଳିବ। ଏହା ବ୍ୟତୀତ ଅନଲିମିଟେଡ୍ କଲ୍ ଏବଂ ପ୍ରତି ଦିନ ୧୦୦ ଏସଏମଏସ ମିଳିବ। ଏହି ପ୍ଲାନରେ କମ୍ପାନୀ Disney+Hotstar ସବସ୍କ୍ରିପସନ ପ୍ରଦାନ କରିବ। ଏହି ପ୍ଲାନରେ ଅତିରିକ୍ତ ୧୬ଜିବି ଡାଟା ମଧ୍ୟ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.