ଭଲ କ୍ରେଡିଟ୍ ସ୍କୋର ଥିବା ସତ୍ତ୍ବେ ମିଳେନାହିଁ ବ୍ୟାଙ୍କ ଲୋନ୍, ଜାଣନ୍ତୁ କ’ଣ ହୋଇପାରେ ଏହାର କାରଣ

ଆମ୍ଭେମାନେ ସର୍ବଦା ଶୁଣିଛେ, କ୍ରେଡିଟ୍ ସ୍କୋର ଖରାପ ହେବା କାରଣରୁ କୌଣସି ବ୍ୟାଙ୍କ କିମ୍ବା କୌଣସି ବିତ୍ତୀୟ କମ୍ପାନୀ ଋଣ ଦିଅନ୍ତି ନାହିଁ। ଖରାପ କ୍ରେଡିଟ୍ ସ୍କୋର ଯୋଗୁଁ ମଧ୍ୟ କ୍ରେଡିଟ କାର୍ଡ ମିଳେନାହିଁ। କିନ୍ତୁ ଏବେ ଆପଣମାନଙ୍କ ପାଇଁ ଖୁସି ଖବର ଆସିଛି। ଯଦି ଆପଣଙ୍କ ଭଲ କ୍ରେଡିଟ୍ ସ୍କୋର ନାହିଁ ତେବେ ମଧ୍ୟ ଆପଣଙ୍କୁ ଋଣ ମିଳିପାରିବ। ଏହା ପଛରେ ଅନେକ କାରଣ ରହିଛି, ଯାହାକୁ ବ୍ୟାଙ୍କ କିମ୍ବା ବିତ୍ତୀୟ କମ୍ପାନୀ ଋଣ ଦେବା ପାଇଁ ମନା କରିବା ପରେ ମଧ୍ୟ କହିନଥାନ୍ତି। କିନ୍ତୁ ଆମେ ଆପଣଙ୍କ ଏସବୁ ବିଷୟରେ ନିଶ୍ଚିତ ଭାବେ ଜଣାଇବୁ।

ପ୍ରଥମରୁ ଋଣ ବୋଝ ଥିଲେ

ଯଦି ଆପଣଙ୍କ ଉପରେ ପୂର୍ବରୁ କୌଣସି ଋଣ ବୋଝ ରହିଛି ଏବଂ ଏହାକୁ ପୂରଣ କରିବା ପାଇଁ ମାସକୁ ଆପଣଙ୍କ ଦରମାର ୫୦ ପ୍ରତିଶତ ଖର୍ଚ୍ଚ ହେଉଛି, ତେବେ ଆପଣଙ୍କୁ ନୂଆ ଋଣ ମିଳିବ ନାହିଁ। ଯଦି ଆପଣ ପୁରୁଣା ଋଣର ଇଏମଆଇକୁ ବିଳମ୍ବ ନ କରି ଠିକ୍ ସମୟରେ ଭରିଦେବେ ତେବେ ଆପଣଙ୍କୁ ନୂଆ ଋଣ ମିଳିପାରେ।

ଅଧିକ ସ୍ଥାନରେ ଆବେଦନ କରନ୍ତୁ ନାହିଁ

କେବେ ବି ଋଣ କିମ୍ବା କ୍ରେଡିଟ୍ କାର୍ଡ ନେବା ପାଇଁ ଅଧିକ ସ୍ଥାନରେ ଆବେଦନ କରନ୍ତୁ ନାହିଁ। ଯଦି ଆପଣ ଏପରି କରିବା ଦ୍ବାରା ଭଲ କ୍ରେଡିଟ୍ ସ୍କୋର ହେବା ସତ୍ତ୍ବେ ଆପଣଙ୍କ ଋଣ ରିଜେକ୍ଟ ହୋଇପାରେ। ଏଥିରୁ ବଞ୍ଚିବା ପାଇଁ ବ୍ୟାଙ୍କ କିମ୍ବା କୌଣସି ବିତ୍ତୀୟ ସଂସ୍ଥାନରୁ ଋଣ ନେବାକୁ ଚେଷ୍ଟା କରନ୍ତୁ ଯେଉଁଠି ଆପଣଙ୍କ କମ୍ ସୁଧରେ ଋଣ ମିଳିପାରିବ।

କ୍ରେଡିଟ୍ ସ୍କୋର କ’ଣ ?

କ୍ରେଡିଟ୍ ସ୍କୋରକୁ ସାଧାରଣତଃ ସିବିଲ ସ୍କୋର ବୋଲି କୁହାଯାଏ। ଭାରତରେ ଏହାକୁ କ୍ରେଡିଟ ଇମଫୋମେସନ ବ୍ୟୁରୋ ଅଫ ଇଣ୍ଡିଆ(ସିବିଲ) ସର୍ବପ୍ରଥମେ ଏହାକୁ ଜାରି କରିଥିଲା। ଆରମ୍ଭରୁ ଏହାକୁ ନେବା ପାଇଁ ପଇସା ଖର୍ଚ୍ଚ କରିବାକୁ ପଡିଥିଲା। କିନ୍ତୁ ଏହା ଏବେ ପ୍ରତିମାସରେ ଫ୍ରିରେ ମିଳୁଛି। ଏବେ ଦେଶରେ ଚାରୋଟି କମ୍ପାନୀ ରହିଛି, ଯାହା କ୍ରେଡିଟ୍ ସ୍କୋର ପ୍ରଦାନ କରୁଛି। ଏହି କମ୍ପାନୀ କ୍ରିଫ ହାଇ ମାର୍କ କ୍ରେଡିଟ୍ ସର୍ଭିସ, ଇକ୍ବିଫେକ୍ସ କ୍ରେଡିଟ ସର୍ଭିସ, ଏକ୍ସପେରିଅନ କ୍ରେଡିଟ ସର୍ଭିସ ଏବଂ ଟ୍ରାନ୍ସ ୟୁନିଅନ ସିଭିଲି ଲିମିଟେଡ। ଆପଣ ଏହି ଚାରୋଟି କମ୍ପାନୀରୁ ପ୍ରତି ମାସରେ ଫ୍ରିରେ ପାଇପାରିବେ।

କିପରି ଜାଣିବେ ନିଜର କ୍ରେଡିଟ୍ ସ୍କୋର

ନିଜର କ୍ରେଡିଟ୍ ସ୍କୋର ଜାଣିବା ପାଇଁ କେବଳ ନିଜର ପ୍ୟାନ ନମ୍ବରର ସହାୟତା ନେବାକୁ ପଡିଥାଏ। କ୍ରେଡିଟ୍ ସ୍କୋର ପ୍ରାଇଭେଟ କରାଉଥିବା କମ୍ପାନୀ ୱେବସାଇଟକୁ ଯାଇ ନିଜର ନାମ, ପ୍ୟାନ ନମ୍ବର, ଇ-ମେଲ, ଆଇଡି ଏବଂ ଫୋନ ନମ୍ବର ଦେବାକୁ ପଡିଥାଏ। ଏହାକୁ ସବୁ ଦେବା ପରେ ଆପଣଙ୍କ କ୍ରେଡିଟ ସ୍କୋର ରିପୋର୍ଟ ଆପଣ ପାଇପାରିବେ।

କ’ଣ ପାଇଁ ଆବଶ୍ୟକ ସିଭିଲି ସ୍କୋର

ସିଭିଲି ସ୍କୋର ପ୍ରତ୍ୟେକଙ୍କ ପାଇଁ ଜରୁରୀ ଅଟେ। ଯଦି ଆପଣଙ୍କ ସିଭିଲି ସ୍କୋର ୭୫୦ ପଏଣ୍ଟରୁ କମ୍ ହେଲେ ବ୍ୟାଙ୍କ ଆପଣଙ୍କୁ କୌଣସି ପ୍ରକାରର ଋଣ କିମ୍ବା କ୍ରେଡିଟ୍ କାର୍ଡ ପ୍ରଦାନ କରିବ ନାହିଁ।

ଏହାସହ ପଢନ୍ତୁ : ସାବଧାନ ! ବ୍ୟାଙ୍କରେ ଭୁଲ୍ ଆଧାର ଦେଲେ ହୋଇପାରେ ୧୦ ହଜାର ଟଙ୍କା ଜରିମାନା

ଇଏମଆଇରେ ଜିନିଷ କିଣିବା ବନ୍ଦ କରନ୍ତୁ

ଯଦି ଆପଣ କୌଣସି ଜିନିଷ ଇଏମଆଇରେ କିଣୁଛନ୍ତି ତେବେ ଏହାକୁ ଜଲଦି ବନ୍ଦ କରିଦିଅନ୍ତୁ। ଏପରି କରିବା ଦ୍ବାରା ଏହାର ଏପରି କରିବା ଦ୍ବାରା ଏହାର ନକାରାତ୍ମକ ପ୍ରଭାବ କ୍ରେଡିଟ ସ୍କୋର ଉପରେ ପଡିଥାଏ।

ଅଧିକ ସୁଧ ଦେବାକୁ ପଡିଥାଏ

ଇଏମ୍ଆଇରେ ଜିନିଷ କିଣିବା କେବଳ ଏକମାତ୍ର ଫାଇଦା ହୋଇଥାଏ। ଏପରି କରିବା ଦ୍ବାରା ଆପଣଙ୍କୁ କୌଣସି ଜିନିଷର ସଂପୂର୍ଣ୍ଣ ମୂଲ୍ୟଟି ଏକାସାଙ୍ଗରେ ଦେବାକୁ ପଡିନଥାଏ। ଛୋଟ ଛୋଟ କିସ୍ତିରେ ଏହାକୁ ଆପଣ ଦେଇପାରିବେ। କିନ୍ତୁ ସବୁବେଳେ ଏପରି କରିବାରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ।

୧୬ରୁ ୨୪ ପ୍ରତିଶତ ସୁଧ ଦେବାକୁ ପଡିଥାଏ

ଏପରି ସ୍କିମ୍ କରିବା ପାଇଁ ଆପଣଙ୍କୁ ୧୬ ରୁ ୨୪ ପ୍ରତିଶତ ସୁଧ ଦେବାକୁ ପଡିଥାଏ। ବ୍ୟାଙ୍କ ନିଜର ବ୍ୟକ୍ତିଗତ ଋଣ ଉପରେ ଲାଗିଥିବା ସୁଧ ବିନା କୌଣସି ଇଏମଆଇରେ ନେଇପାରିବ। ଭାରତୀୟ ରିଜର୍ଭ ବ୍ୟାଙ୍କର ସର୍କୁଲାର ଅନୁସାରେ ଶୂନ କିମ୍ବା ବିନା କୌଣସି ଇଏମଆଇର ସିଦ୍ଧାନ୍ତ ରହିନାହିଁ। ବ୍ୟାଙ୍କ ଏବଂ ଅନ୍ୟ ବିତ୍ତୀୟ କମ୍ପାନୀ କେବଳ ଏହାର ମାର୍କେଟିଂ କରେ, କିନ୍ତୁ ପ୍ରକୃତରେ କିଛି ବି ଶସ୍ତା ହୋଇନଥାଏ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago