ଏବେ କ୍ୟାସ୍‌ ଦରକାର ହେଲେ ବ୍ୟାଙ୍କ ଆପଣଙ୍କ ଘରେ ନେଇ ଦେବ ଟଙ୍କା, ଜାଣନ୍ତୁ କେଉଁ ବ୍ୟାଙ୍କ ଦେଉଛନ୍ତି କେତେ ଟଙ୍କା

କରୋନା ଭାଇରସ୍‌ ଯୋଗୁ ଏବେ ଦେଶରେ ସ୍ଥିତି ଗମ୍ଭୀର ରହିଛି। ଲକଡାଉନ୍‌ରେ କଟକଣାକୁ କୋହଳ କରାଯାଇଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ଧରୁନି। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟ ଜରୁରୀ ସେବା ସମେତ ବ୍ୟାଙ୍କ ଖୋଲାଯାଇଛି। ବାହାରକୁ ଯିବାରେ ପ୍ରତିବନ୍ଧକ ଥିବାରୁ ଜରୁରୀକାଳୀନ ସ୍ଥିତିରେ ଗ୍ରାହକଙ୍କୁ ଘରେ ଟଙ୍କା ଯୋଗାଇଦେବାକୁ ଯୋଜନା କରିଛି ବ୍ୟାଙ୍କ। ଗ୍ରାହକଙ୍କ ପାଇଁ ବ୍ୟାଙ୍କମାନେ ଏକ ନୂଆ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ଏବେ ଗ୍ରାହକଙ୍କ ଘରେ ନେଇ ନଗଦ ଟଙ୍କା ପହଞ୍ଚିବ ବ୍ୟାଙ୍କ। ଆସନ୍ତୁ ଜାଣିବା ଘରେ ଟଙ୍କା ପହଞ୍ଚାଇବା ପାଇଁ କେଉଁ କେଉଁ ବ୍ୟାଙ୍କର କି କି ନିୟମ ରହିଛି…

SBI ପାଇଁ ନିୟମ:

SBI Investigates Reported Massive Data Leak - BankInfoSecurity

ବୟସ୍କ ତଥା ରୋଗୀଙ୍କ ପାଇଁ ଏସ୍‌ବିଆଇ ଟଙ୍କାର ହୋମ୍‌ ଡେଲିଭରି ଆରମ୍ଭ କରିଛି। ବର୍ତ୍ତମାନ ସ୍ଥିତିରେ ଯଦି ଗ୍ରାହକଙ୍କୁ ଟଙ୍କା ଦରକାର ପଡ଼େ ତେବେ ସେମାନେ ଏହି ସେବାର ଲାଭ ଉଠାଇପାରିବେ। ଏଥିପାଇଁ ଗ୍ରାହକଙ୍କୁ ୧୦୦ ଟଙ୍କା ସର୍ଭିସ୍‌ ଚାର୍ଜ ଦେବାକୁ ପଡ଼ିବ।

HDFCର ସର୍ଭିସ୍‌:

10-15% moderation in salaries not to impact lending practice: HDFC ...

ଦେଶର ସବୁଠୁ ବଡ଼ ପ୍ରାଇଭେଟ୍‌ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ତରଣରୁ ମଧ୍ୟ ଗ୍ରାହକଙ୍କ ପାଇଁ ଏହି ସର୍ଭିସ୍‌ ଆରମ୍ଭ କରାଯାଇଛି। କିନ୍ତୁ ଏହି ସେବା ପାଇଁ ବ୍ୟାଙ୍କ କେତେକ ଲିମିଟ୍‌ ରଖିଛି। ଗ୍ରାହକ ୫୦୦୦ରୁ ଆରମ୍ଭ କରି ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ମଗାଇପାରିବେ। ଏଥିପାଇଁ ୧୦୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ସର୍ଭିସ୍‌ ଚାର୍ଜ ଦେବାକୁ ପଡ଼ିବ। କୋଟାକ୍‌ ବ୍ୟାଙ୍କ ଓ ଆକ୍ସିସ୍‌ ବ୍ୟାଙ୍କ ତରଫରୁ ମଧ୍ୟ ଏହି ସୁବିଧା ଯୋଗାଇ ଦିଆଯାଉଛି।

ICICIର ରହିଛି ଏହି ନିୟମ:

Chanda Kochhar steps down as CEO of ICICI Bank

ଆଇସିଆଇସିଆଇ ତରଫରୁ ମଧ୍ୟ ଗ୍ରାହକଙ୍କ ପାଇଁ କେତେକ ସୁବିଧା ଉପଲବ୍ଧ କରାଯାଇଛି। ଏଥିପାଇଁ ଆପଣଙ୍କୁ ବ୍ୟାଙ୍କର ଇମେଲ୍‌ରେ ଆବେଦନ କରିବାକୁ ପଡ଼ିବ। ବ୍ୟାଙ୍କ ତରଫରୁ ସକାଳ ୯ଟାରୁ ଦ୍ୱିପ୍ରହର ୨ଟା ଯାଏଁ ଏହି ସୁବିଧା ଯୋଗାଇ ଦିଆଯିବ। ଆପଣ ବ୍ୟାଙ୍କରୁ ୨ ହଜାରୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଗେଇପାରିବେ। ଏଥିପାଇଁ ଗ୍ରାହକଙ୍କୁ ଓ୍ଵାନ୍‌ ଟାଇମ୍‌ ଚାର୍ଜ ଭାବେ ୫୦ ଟଙ୍କା ବା ମୋଟ ଅର୍ଥର ୧୮ ପ୍ରତିଶତ ଦେବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.