ଏଚଡିଏଫସି ସହିତ ଏହି ବ୍ୟାଙ୍କ୍ ହ୍ରାସ କଲେ ସୁଧ ଦର, ଏବେ ଶସ୍ତା ହେବ ଘର କିଣିବା

ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ଦ୍ବାରା ଫେବୃଆରୀ ମାସରେ ରେପୋ ରେଟ ଉପରେ ରିହାତି କରିବା ପରେ ଅନେକ ବ୍ୟାଙ୍କ୍ ନିଜର ସୁଧ ଦରକୁ କମ୍ କରିଦେଇଛନ୍ତି। ଏଚଡିଏଫସି ବ୍ୟାଙ୍କରେ ସୁଧର ରିହାତି ପରେ ଫେବୃଆରୀ ୫ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଟି ବ୍ୟାଙ୍କ୍ (ଏସବିଆଇ, ବ୍ୟାଙ୍କ୍ ଅଫ୍ ବରୋଦା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍) ଏମିତି କରିସାରିଛନ୍ତି।

ଏଚଡିଏଫସି ବ୍ୟାଙ୍କ୍

ପ୍ରାଇଭେଟ ସେକ୍ଟରରେ ସବୁଠାରୁ ବଡ ଏଚଡିଏଫସି ବ୍ୟାଙ୍କ୍ ଏମସିଏଲଆରରେ ପାଞ୍ଚ ବେସିସ୍ ପଏଣ୍ଟ ଛାଡ କରିବା ପାଇଁ ଘୋଷଣା କରିଛି। ବ୍ୟାଙ୍କ୍ ଦୁଇ ଏବଂ ତିନି ବର୍ଷର ଅବଦ୍ଧି ବିଶିଷ୍ଟ ଲୋନକୁ ବର୍ତ୍ତମାନ ୮,୮୫ ପ୍ରତିଶତ ଏବଂ ୯ ପ୍ରତିଶତ କରିଦେଇଛନ୍ତି। ଅନ୍ୟ କୌଣସି ଲୋନରେ କୌଣସି ପ୍ରକାର ସୁଧ ଛାଡ ହେବାର ପରିବର୍ତ୍ତନ ହୋଇନାହିଁ।

barodaବ୍ୟାଙ୍କ୍ ଅଫ୍ ବରୋଦା ଗୋଟିଏ ବର୍ଷର ଅବଦ୍ଧି ଥିବା ସବୁ ପ୍ରକାରର ଲୋନରେ ଏମସିଏଲଆରରେ ୧୦ ବିପିଏସ ଛାଡ କରିଥିଲେ। ବର୍ତ୍ତମାନ ବ୍ୟାଙ୍କର ନୂଆ ଏମସିଏଲଆର ୮.୨୫ ପ୍ରତିଶତ ହୋଇଯାଇଛି।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍

ଏହି ବ୍ୟାଙ୍କ୍ ୨୭ ଫେବୃଆରୀ ରେ ସୁଧ ହାରରେ ୧୦ ବିପିଏସ ରୁ ରିହାତି କରିବାର ଘୋଷଣା କରିଥିଲା। ବ୍ୟାଙ୍କ୍ ଗୋଟେ ବର୍ଷର ଅବଦ୍ଧି ବିଶିଷ୍ଟ ଲୋନର ସୁଧ ଦର ୮.୫୫ ପ୍ରତିଶତ କମାଇ ୮.୪୫ ପ୍ରତିଶତ କରିଦେଇଥିଲେ।

ସର୍ବପ୍ରଥମେ ଘୋଷଣା କରିଥିଲା ଏସବିଆଇ

ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ( ଏସବିଆଇ) ସୁଧ ଦରରେ ରିହାତି କରିବାର ପ୍ରଥମେ ଘୋଷଣା କରିଥିଲା। ବ୍ୟାଙ୍କ୍ ୩୦ ଲକ୍ଷ ଟଙ୍କାର ଲୋନ ଉପରେ ୫ ବିପିଏସ କମ୍ କରିବାର ଘୋଷଣା କରିଥିଲା।

Leave A Reply

Your email address will not be published.