ବ୍ୟବସାୟ ଓ ଅର୍ଥନୀତି

ଆଜି ଠାରୁ ହେଉଛି ଏହି ବଡ ପରିବର୍ତ୍ତନ, ଆପଣଙ୍କ ପକେଟ ଉପରେ ପଡିବ ପ୍ରଭାବ

କରୋନା ପରିସ୍ଥିତିରେ ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ ସେପ୍ଟେମ୍ବର ୧ଠାରୁ ଅନଲକ-୪ ର ଗାଇଡଲାଇନରେ ବିଶେଷ ପରିବର୍ତ୍ତନ ଦେଖାଯିବ। ଏହି ପରିବର୍ତ୍ତନରେ ଆପଣଙ୍କର ଦୈନିକ ଜୀବନଜାପନ ପ୍ରଣାଳୀ ଓ ରୋଷେଇର ବଜେଟ ଉପରେ ପ୍ରଭାବ ପକାଇବ। ୧ ତାରିଖରୁ ଇନ୍ଧନ କମ୍ପାନୀ ରଷୋଇ ଗ୍ୟାସର ଦାମ୍‌ରେ ପରିବର୍ତ୍ତନ ଅର୍ତ୍ତନ ଆପଣଙ୍କ ଜୀବନରେ ପ୍ରଭାବ ପକାଇବ ।

ଲୋନ ମୋରାଟେରିଅମର ଅବଧି ଶେଷ ହୋଇଯାଇଛି

ବ୍ୟାଙ୍କରୁ ଲୋନ ନେଇଥିବା ଲୋକଙ୍କର କିସ୍ତି ସୁଝିବାର ଅବଧି ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଗଷ୍ଟ ୩୧ ରୁ ଆଗକୁ ବୃଦ୍ଧି କରିନାହିଁ । ତେବେ ଏହି ଅବଧିକୁ ଆଗକୁ ବୃଦ୍ଧି କଲେ ଋଣ ନେଇଥିବା ଗ୍ରାହକଙ୍କୁ ପ୍ରଭାବିତ କରିବ ବୋଲି ସୂତ୍ରରୁ ଜଣା ପଡିଛି।
କୋଭିଡ-୧୯ ର ପାଣିବ। ଅନ୍ୟପକ୍ଷରେ ବ୍ୟାଙ୍କ ତରଫରୁ ମିଳୁଥିବା ମେରୋଟୋରିଅମର ଅବଧି ମଧ୍ୟ ଶେଷ ହୋଇଯାଇଛି। ତେବେ କରୋନା ପାଇଁ ବନ୍ଦ ରହିଥିବା ସମସ୍ତ ସେବାକୁ ସରକାର ପୁଣି ଥରେ ଆରମ୍ଭ କରିସାରିଛନ୍ତି। ଆସନ୍ତୁ ଜାଣିବା କେଉଁ କେଉଁ କ୍ଷେତ୍ରରେ ପରିସ୍ଥିତିକୁ ଆଖି ଆଗରେ ରଖି ରିଜର୍ଭ ବ୍ୟାଙ୍କ ସାଧାରଣ ଲୋକ କିମ୍ବା କମ୍ପାନୀ ଗୁଡିକୁ ଋଣର କିସ୍ତି ସୁଝିବା ପାଇଁ ୬ ମାସର ସମୟ ଦେଇଥିଲେ। ମାର୍ଚ୍ଚ ୧ ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଏହାର ଅବଧି ରହିଥିଲା ଯାହା ବର୍ତ୍ତମାନ ଶେଷ ହୋଇ ଯାଇଛି।

lpgର ଦାମ୍‌

ତୈଳ ମାର୍କେଟିଙ୍ଗର ସମସ୍ତ କମ୍ପାନୀ ପ୍ରତି ମାସର ୧ ତାରିଖରେ LPG ରଷୋଇ ଗ୍ୟାସ ସିଲିଣ୍ଡର ଓ ବିମାନ ଇନ୍ଧନର ନୂତନ ଦାମ ଘୋଷଣା କରିଥାନ୍ତି , କିନ୍ତୁ କରୋନା ପରିସ୍ଥିତି ପାଇଁ ପୂର୍ବ କିଛି ମାସ ଠାରୁ ଏହାର ମୂଲ୍ୟ ସ୍ଥଗିତ ରହିଛି। ବର୍ତ୍ତମାନ ଏହାର ମୂଲ୍ୟ କମିପାରେ କିମ୍ବା ବୃଦ୍ଧି ମଧ୍ୟ ହୋଇପାରେ।

FASTAG ଥିଲେ ମିଳିପାରେ ଡିସକାଉଣ୍ଡ

କେନ୍ଦ୍ରିୟ ସଡକ ପରିବହନ ମନ୍ତ୍ରାଳୟ ତରଫରୁ ଏକ ବିଶେଷ ନିୟମ ପ୍ରସ୍ତୁତ କରାଯାଇଛି । ଯେକୌଣସି ଗାଡିରେ ଫାଷ୍ଟେଗ ଲାଗିଥିଲେ ସେହି ଗାଡି ଟୋଲ ଗେଟ ପାରି କରି କୌଣସି ଯାଗାକୁ ଯାଇ ୨୪ ଘଣ୍ଟା ମଧ୍ୟରେ ଫେରିଲେ ସେହି ଗାଡିକୁ ରୋଡ ଟ୍ୟାକ୍ସ ଛାଡ ମିଳିବ ।

ମହଙ୍ଗା ହେବ ବିମାନ ଯାତ୍ରା

ନାଗରିକ ଉଡ୍ଡୟନମନ୍ତ୍ରାଳୟ ତରଫରୁ ଘରୋଇ ଏବଂ ଅନ୍ତରାଷ୍ଟ୍ରିୟ ବିମାନ ଯାତ୍ରିଙ୍କ ଠାରୁ ମୋଟା ଅଙ୍କର ଟିକସ୍‌ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି । ଏସଏସଏଫ ଅନୁସାରେ ଘରୋଇ ଯାତ୍ରୀ ବର୍ତ୍ତମାନ ୧୫୦ ଟଙ୍କା ବଦଳରେ ୧୬୦ ଟଙ୍କା ଓ ଅନ୍ତରାଷ୍ଟ୍ରୀୟ ଯାତ୍ରି ୪.୮୫ ବ ଦଳରେ ୫.୨ ଡଲାରର ଟିକଟ କିଣିବେ।

ଇଣ୍ଡିଗୋ ଆରମ୍ଭ କରିବ ଯାତ୍ରା

ବଜାଜ ଏଆରଲାଇନ ଇଣ୍ଡିଗୋ ସେପ୍ଟେମ୍ବର ୧ରୁ ପ୍ରୟାଗରାଜ, କୋଲକତା ଏବଂ ସୁରତରୁ ପୁଣି ଥରେ ଉଡାଣ ଆରମ୍ଭ କରିବ। ଭୋପାଲ- ଲଖନଉ ରୁଟରେ କମ୍ପାନୀ ୧୮୦ ସିଟ ଥିବା ଏୟାର ବସ-୩୨୦ ଚଲାଇବ। ଏହି ଉଡାଣ ସପ୍ତାହରେ ତିନି ଦିନ ଅର୍ଥାତ ସୋମବାର , ବୁଧବାର ଏବଂ ଶୁକ୍ରବାରରେ ସଞ୍ଚଳିତ ହେବ ।

ଟୋଲ ଟେକ୍ସରେ ହେବ ଲାଭ

ରୋଡ ଯାତ୍ରୀଙ୍କୁ ଟୋଲ ଯାତ୍ରା ଟିକସ୍‌ରେ ସରକାର ୫ରୁ ୮ ପ୍ରତିଶତ ପର୍ଯ୍ୟନ୍ତ ଛାଡ କରିଛନ୍ତି। ଏହା ସହିତ ନିଜ ବ୍ୟବସାୟ ବାହାନ ଅନୁସାରେ ଟିକସ ଦେବାକ ପଡିବ । ଅନ୍ୟପକ୍ଷରେ ସଡକ ଦୁର୍ଘଟଣାରେ ପିଡିତ ବ୍ୟକ୍ତିଙ୍କର ମାଗଣା ଚିକିତ୍ସା ରୋଡଟ୍ୟାକ୍ସ ବ୍ୟବସ୍ଥା ସହିତ ଯୋଡିତବାର ବିଚାର କରିଛନ୍ତି। ଏହା ଲାଗୁ ହେଲା ପରେ ରାସ୍ତାରେ ଟୋଲ ରେଟ ବୃଦ୍ଧି ହୋଇଯାଇପାରେ ।

Pritiparna

Recent Posts

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

4 seconds ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

4 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି (କେନ୍ୟୁଜ) : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ…

6 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

11 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

19 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

37 mins ago