ଟଙ୍କା ନିବେଶ କରିବା ପାଇଁ ମାର୍କେଟରେ ଅନେକ ପ୍ରକାର ଅପସନ୍ ମହଜୁଦ ରହିଛି। କିଛି ଲୋକ ବ୍ୟାଙ୍କ ଫିକ୍ସଡ ଡିପୋଜିଟରେ ନିବେଶ କରିବା ପସନ୍ଦ କରନ୍ତି ତ ଆଉ କିଛି ଲୋକ ଇନସୁରାନ୍ସ ପଲିସି, ଟର୍ମ ପଲିସି, ପେନସନ୍ ପଲିସି ଆଦିରେ ନିବେଶ କରନ୍ତି। ସେହିପରି ଆଉ କିଛି ଲୋକ ସେୟାର ମାର୍କେଟ ଏବଂ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରନ୍ତି। ବହୁତ ଲୋକ ଏମିତି ବି ଅଛନ୍ତି ଯେଉଁମାନେ ପୋଷ୍ଟ ଅଫିସର ଖାସ୍ ସ୍କିମରେ ନିବେଶ କରିବାକୁ ଅଧିକ ଫାଇଦାପୂର୍ଣ୍ଣ ବୋଲି ଭାବନ୍ତି।
ପୋଷ୍ଟ ଅଫିସରେ ନିବେଶ କରିବା ସବୁଠୁ ସୁରକ୍ଷିତ ହୋଇଥାଏ। ଏଥିପାଇଁ ପ୍ରତ୍ୟେକ ଲୋକ ଅନ୍ୟ ସବୁ ଅପେକ୍ଷା ପୋଷ୍ଟ ଅଫିସକୁ ବେଶି ବିଶ୍ୱାସ କରିଥାନ୍ତି। କେନ୍ଦ୍ର ସରକାର ଅଧିନସ୍ଥ କାର୍ଯ୍ୟ କରୁଥିବା ଏହି ବିଭାଗ ସେଫ୍ଟି ସହିତ ଭଲ ରିଟର୍ଣ୍ଣ ରାଶି ମଧ୍ୟ ପ୍ରଦାନ କରେ।
ଟାଇମ ଡିପୋଜିଟ:
ଆଜି ଆମେ ଆପଣଙ୍କୁ ପୋଷ୍ଟ ଅଫିସର ଏମିତି ସବୁ ସ୍କିମ ସମ୍ପର୍କରେ କହିବୁ ଯେଉଁଥିରେ ଆପଣଙ୍କୁ ଆଦୌ ଚିନ୍ତା କରିବାକୁ ପଡ଼ିବ ନାହିଁ। ବିନା ଟେନସନରେ ଏହି ସବୁ ସ୍କିମରେ ଆପଣ ନିଜ ଟଙ୍କାକୁ ଡବଲ୍ କରିପାରିବେ। ପୋଷ୍ଟ ଅଫିସର ବର୍ଷେରୁ ୩ ବର୍ଷ ମଧ୍ୟରେ ଟାଇମ ଡିପୋଜିଟ ସ୍କିମରେ ୫.୫% ସୁଧ ମିଳିଥାଏ। ଏମିତିରେ ୫ ବର୍ଷର ଡିପୋଜିଟରେ ୬.୭% ସୁଧ ମିଳିବ। ଯଦି ଆପଣ ଏଥିରେ ନିବେଶ କରୁଛନ୍ତି ତେବେ ଆପଣଙ୍କ ଟଙ୍କା ପାଖାପାଖି ୧୧ ବର୍ଷ ମଧ୍ୟରେ ଡବଲ ହୋଇଯିବ।
ରିକରିଂ ଡିପୋଜିଟ:
ପୋଷ୍ଟ ଅଫିସର ରିକରିଂ ଡିପୋଜିଟର ମଧ୍ୟ ଆପଣ ଲାଭ ଉଠାଇପାରିବେ। ଏଠାରେ ନିବେଶ କରିବା ପରେ ଆପଣଙ୍କୁ ବାର୍ଷିକ ୫.୮%ସୁଧ ମିଳିବ। ଯଦି ଆପଣ ଏହି ସୁଧରେ ନିବେଶ କରୁଛନ୍ତି ତେବେ ସାଢ଼େ ୧୨ ବର୍ଷରେ ଆପଣଙ୍କ ଟଙ୍କା ଡବଲ ହୋଇଯିବ।

ମନ୍ଥଲି ଇନକମ ସ୍କିମ:
ପୋଷ୍ଟ ଅଫିସର ସବୁଠୁ ବେଷ୍ଟ ସ୍କିମ ମଧ୍ୟରୁ ମାସିକ ଆୟ ଯୋଜନା ହେଉଛି ଅନ୍ୟତମ। ଏଥିରେ ମଧ୍ୟ ଅନେକ ଲୋକ ଅନେକ ଟଙ୍କା ନିବେଶ କରିଥାନ୍ତି। ଏହି ସ୍କିମରେ ବର୍ତ୍ତମାନ ଏବେ ୬.୬% ସୁଧ ମିଳୁଛି। ଏହି ସୁଧରେ ଆପଣ ଟଙ୍କା ନିବେଶ କଲେ ୧୧ ବର୍ଷ ପରେ ଏହା ଦ୍ୱିଗୁଣ ହୋଇଯିବ।
ସିନିଅର ସିଟିଜେନ୍ସ ସେଭିଙ୍ଗସ ସ୍କିମ:
ଏହି ସେଭିଙ୍ଗସ୍ ସ୍କିମ ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ସବୁଠୁ ଉପଯୁକ୍ତ। ୭.୪% ସୁଧ ଦେଉଥିବା ଏହି ସ୍କିମ ସିନିୟର ସିଟିଜେନ୍ସ ଙ୍କୁ ଅଧିକ ଫାଇଦା ଯୋଗାଇଥାଏ। ଏହି ସ୍କିମ ସିନିୟର ସିଟିଜେନ୍ସଙ୍କ ମଧ୍ୟରେ ବେଶ ଲୋକପ୍ରିୟ ମଧ୍ୟ ରହିଛି। ଏଥିରେ ୧୦ ବର୍ଷ ପରେ ଟଙ୍କା ଡବଲ ହୋଇଯାଏ।
ସୁକନ୍ୟା ସମୃଦ୍ଧି ଯୋଜନା:
ଯଦି ଆପଣଙ୍କ ର ବି କନ୍ୟା ସନ୍ତାନ ଅଛି ତେବେ ଆପଣ ଏହି ସ୍କିମର ଫାଇଦା ଉଠାଇପାରିବେ। କେନ୍ଦ୍ର ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଏହି ସ୍କିମ ଗ୍ରାହକଙ୍କୁ ୭.୬% ସୁଧରେ ଲାଭ ଦେଇଥାଏ। ଝିଅ ମାନଙ୍କ ପଢ଼ା ଠୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଆବଶ୍ୟକ ହେଉଥିବା ଧନରାଶି ଆପଣ ଏହି ସ୍କିମ ମାଧ୍ୟମରେ ପାଇପାରିବେ। ଏଥିରେ ଟଙ୍କା ସାଢ଼େ ୯ ବର୍ଷରେ ଡବଲ ହୋଇଯାଏ।
କିସାନ ବିକାଶ ପତ୍ର:
ଏହି ଯୋଜନା ଜରିଆରେ ଲୋକଙ୍କୁ ୬.୯% ସୁଧ ମିଳେ। ଏହା ମଧ୍ୟ ନିବେଶ କରିବାର ଭଲ ମାଧ୍ୟମ। ଏଥିରେ ଆପଣଙ୍କ ଟଙ୍କା ୧୨୪ ମାସ ମାନେ ୧୦ ବର୍ଷ ୪ ମାସ ପରେ ଡବଲ ହୋଇଯିବ। ଏଥିରେ ସରକାରଙ୍କ ପୁରା ଗ୍ୟାରେଣ୍ଟି ମଧ୍ୟ ରହିଥାଏ।