ଟ୍ରେନ ଉପରେ ଏହି ଗୋଲାକାର ଢ଼ାଙ୍କୁଣୀ ଲାଗିବାର ରହିଛି ଏକ ବଡ଼ କାରଣ, ଜାଣନ୍ତୁ

ଭାରତୀୟ ରେଳ ବିଭାଗ ଦୁନିଆର ୪ର୍ଥ ବୃହତ୍ତମ ରେଳ ନେଟଓ୍ଵାର୍କ। ଏହାରି ମଧ୍ୟରେ ସବୁବର୍ଗର ଲୋକ ଯାତ୍ରା କରିଥାନ୍ତି। ଭାରତୀୟ ରେଳ ସହ ଜଡ଼ିତ ମାଜାଳିଆ କଥା ଆଜି ଆମେ ଆପଣଙ୍କୁ କହିବୁ।
ଆପଣ ଟ୍ରେନ ଉପରେ ଥିବା ଡବାକୁ ପ୍ରାୟତଃ ଦେଖିଥିବେ। ଏହା ଗୋଲାକାର ସଦୃଶ୍ୟ ରହିଥାଏ। ଏହା ଦେଖିବାକୁ ଠିକ୍ ଢ଼ାଙ୍କୁଣୀ ଭଳି। କିନ୍ତୁ ଆପଣ କେବେ ଭାବିଛନ୍ତି ଯେ ଟ୍ରେନ ଉପରେ ଏପରି କାହିଁକି ହୋଇଥାଏ। କୋଚ ଉପରେ ଏପରି ଡବା ରହିବାର କାରଣ ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବୁ।
ରେଳ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଟ୍ରେନ ଉପରେ ଥିବା ଏହି ପ୍ଲେଟ ବା ଗୋଲାକାର ଦେଖାଯାଉଥିବା ଏହି ଡବାକୁ ରୁଫ ଭେଣ୍ଟିଲେଟର କୁହାଯାଏ। ଟ୍ରେନରେ ଯେବେ ଯାତ୍ରୀଙ୍କ ସଂଖ୍ୟା ବଢ଼ିଯାଏ ସେହି ସମୟରେ ଯେପରି ଲୋକ ଅଣନିଶ୍ୱାସୀ ହେବେ ନାହିଁ ସେଥିପାଇଁ ଏହି ଭେଣ୍ଟିଲେଟର ଲଗାଯାଇଛି। ଟ୍ରେନ ଭିତରେ ଗରମ ପବନକୁ କମାଇବା ପାଇଁ ଏହାର ବ୍ୟବହାର କରାଯାଏ। ଏହାରି ମଧ୍ୟରେ ଗରମ ପବନ ବାହାରକୁ ଯାଇଥାଏ। ସଫୋକେସନ ବା ଅଣନିଶ୍ୱାସୀ ହେବାରୁ ଲୋକ ମୁକ୍ତି ପାଆନ୍ତି।

ଏହା ବ୍ୟତିତ ଆପଣ ଦେଖିଥିବେ ଟ୍ରେନ ଭିତରେ ଏକ ଜାଲି ଭଳିଆ ରହିଥାଏ । ଯାହା ଟ୍ରେନ ଭିତରେ ଥିବା ଗରମ ପବନକୁ ବାହାର କରିଥାଏ । ତେଣୁ ଏହି ଜାଲିକୁ ଟ୍ରେନ ଛାତରେ ଲଗାଯାଇଥାଏ।
ଏହି କାରଣରୁ ଟ୍ରେନ ଉପରେ ଏଭଳି ଗୋଲାକାର ପ୍ଳେଟ ଲଗାଯାଏ । ଯାହାପାଇଁ ଗରମ ପବନ ଟ୍ରେନ ବାହାରକୁ ଚାଲିଯାଏ। ଏହାସହ ଜାଲି ଉପରେ ମଧ୍ୟ ଏକ ପ୍ଲେଟ ଲାଗିଥାଏ। ଯଦିଓ ବର୍ଷା ହୁଏ ତେବେ ଏହା ଜାଲି ମଧ୍ୟରେ ଭିତରକୁ ଯାଇନଥାଏ। ଲୋକ ଆରାମରେ ଯାତ୍ରା କରିବା ପାଇଁ ଏଭଳି ପ୍ଲାନିଂ କରାଯାଇଥିଲା।