ଜାଣିଛନ୍ତି କି କିପରି ହୁଏ ଏଟିଏମ ଲୁଟ୍, ଲୁଟେରା ଆପଣାନ୍ତି କେଉଁ ପଦ୍ଧତି

ଏବେ ଡିଜିଟାଲ ଦୁନିଆରେ ବଢିଛି ଏଟିଏମର ବ୍ୟବହାର। ଖାଲି ବ୍ୟବହାର ନୁହଁ ବଢିଛି ଏନେଇ ଲୁଟ ମଧ୍ୟ । ପୋଲିସ ଯେତେ ଚେଷ୍ଟା କଲେ ମଧ୍ୟ ଲୁଟେରା ବିଭିନ୍ନ ନୂତନ ପଦ୍ଧତି ଆପଣାଉଛନ୍ତି । ଆଜି ଆମେ ଚୋର ଏବଂ ଲୁଟେରାଙ୍କ ଦ୍ୱାରା ଆପଣାଯାଉଥିବା ପଦ୍ଧତି ବିଷୟରେ କହିବାକୁ ଯାଉଛୁ । ଯେଉଁ କଥା ଜାଣିବା ପରେ ଆପଣ ଅତନ୍ତ ଟିକେ ସତର୍କ ଓ ସଚେତନ ରହି ପାରିବେ ।
– ଲୁଟ୍ ପାଇଁ ଦିଆସିଲି କାଠି,ଗ୍ଲୁ ଷ୍ଟିକ୍ ବା ଅଠା ଷ୍ଟିକ୍, ଥର୍ମୋ କେମ୍ ,ସ୍କିମର, ଶୋଲ୍ଡର ସର୍ଫିଙ୍ଗ୍ ଭଳି ପଦ୍ଧତି ବ୍ୟବହାର କରାଯାଏ ।
– ସ୍କିମର ଡିଭାଇସ୍ ଜରିଆରେ ଏଟିଏମ୍ କାର୍ଡର ହୋଇଥାଏ କ୍ଲୋନିଙ୍ଗ୍ । ସିମ୍ ସ୍କୋପିଙ୍ଗ୍ ଜରିଆରେ ମଧ୍ୟ ଲୁଟୁଛନ୍ତି ଲୁଟେରା ଗ୍ୟାଙ୍ଗ୍ ।
– ଏଟିଏମ୍ ରେ କାର୍ଡ ସ୍ୱାଇପ୍ କରିବା ସମୟରେ ରୁହନ୍ତୁ ସତର୍କ । ସ୍ମାର୍ଟଚୋରଙ୍କ ଏକ ଦଳ ଏଟିଏମ୍ ଫ୍ରଡ୍ ଜରିଆରେ ଲୋକଙ୍କ ଏଟିଏମରୁୂ କଳାକନା ବୁଲାଉଛନ୍ତି ।
-ଦିଆସିଲି କାଠିରେ ପିନ୍ କରାଯାଉଛି ଚୋରି : ସୂଚନା ନୁସାରେ ଲୁଟ୍ ପାଇଁ ଅଧିକ ଦିଆସିଲି କାଠି ଏବଂ ସ୍କିମର ଟ୍ରିକକୁ ବ୍ୟବହାର କରାଯାଉଛି । କେବଳ ଏକ ଦିଆସିଲି କାଠି ଏବଂ ବ୍ଲେଡ୍ ବ୍ୟବହାର କରି ଲୁଟେରା ଲୁଟିନିଏ ଆପଣଙ୍କ ଟଙ୍କା ।
ସ୍କିମର ଟ୍ରିକ ଜରିଆରେ କିଭଳି ହୁଏ ଲୁଟ୍ :
କ୍ରିପ୍ସ ସାଇବର୍ ସିକ୍ୟୁରିଟି ଏଜେନ୍ସି ଅନୁସାରେ, ଏଟିଏମ୍ କ୍ଲୋନିଙ୍ଗ୍ କାର୍ଡ ଉପରେ ନିର୍ଭର କରେ । ଏକ ଡିଭାଇଜ୍ ଥାଏ ଯାହା ମାଧ୍ୟମରେ ଏଟିଏମ୍ ସ୍କାନ୍ କରି ବ୍ଲାଙ୍କ୍ କାର୍ଡରେ ପ୍ରୋସେସ୍ କରାଯାଏ । ଏହାପରେ ଏଟିଏମ୍ ପିନ୍ ର ଆବଶ୍ୟକତା ପଡେ ଯାହା କି ଫ୍ରଡ୍ କଲ୍ ରେ ୟୁଜରଙ୍କ ପାଖରୁ ମିଳିଯାଏ କିମ୍ବା ୟୁଜର ପଛରେ ଠିଆ ହୋଇ ପିନ୍ ଚୋରି କରିନିଏ । ଜଣେ ୟୁଜର ବହୁତ ଥର ଟଙ୍କା ଉଠାଇବା ପାଇଁ ଏଟିଏମ୍ କୁ ଯାଇଥାନ୍ତି ଏବଂ କାର୍ଡ ସ୍ୱାଇପ୍ କରିବା ପରେ ପିନ୍ ଯେତେବେଳେ ଦିଆଯାଏ ଏରର୍ କିମ୍ବା ଟ୍ରାଞ୍ଜାକସନ୍ ଫେଲ୍ ଦେଖି ସେଠାରୁ ବାହୁଡି ଆସନ୍ତି । ଏହାପରେ ଟ୍ରାଞ୍ଜାକସନ୍ ସଫଳ ହେବାର ମେସେଜ୍ ମଧ୍ୟ ମିଳେ । ଏହି ଡିଭାଇଜ୍ ଦ୍ୱାରା ଏଟିଏମ୍ କ୍ଲୋନ୍ ହୋଇଯାଏ ଏବଂ ଯେଉଁ ନମ୍ବର ପେଡ୍ ଅଛି ସେଥିରେ ଏକ ଫେକ୍ ନମ୍ବରର ପେଡ୍ ଲଗାଇ ଦିଆଯାଏ ଏବଂ ଫେକ୍ ନମ୍ବର ପେଡ୍ ପିନ୍ କଲେକ୍ଟ କରୁଥାଏ ।
ଏହି ଉପାୟ ବ୍ୟବହାର କରି ଆପଣ ବୋଧହୁଏ ଏହି ଅସୁବିଧାରୁ ମୁକ୍ତି ପାଇପାରିବେ :
ସାଇବର ଏକ୍ସପର୍ଟଙ୍କ ମତରେ ଅନଲାଇନ୍ ଟ୍ରାଞ୍ଜାକସନ୍ ରେ କୌଣସି ଅସୁବିଧା ନାହିଁ । ସବୁଠାରୁ ଅଧିକ ଜରୁରୀ ହେଉଛି କାର୍ଡ ସ୍ବାଇପ୍ କରିବା ସମୟରେ ଅଧିକ ସତର୍କ ରହିବା । କାର୍ଡ ସହଜରେ ଯଦି ଭିତରକୁ ଯାଇ ପାରୁନାହିଁ ତେବେ ଚେକ୍ କରନ୍ତୁ ଏହି ଡିଭାଇସ୍ ଅସଲି ନା ନକଲି । ନମ୍ବର ପ୍ଲେଟ୍ ବି ଚେକ୍ କରନ୍ତୁ । ଏଟିଏମ୍ ରେ ପଶିବା ପୂର୍ବରୁ ଉପରୁ ତଳ ଯାଏଁ ଦେଖନ୍ତୁ କାଳେ କେଉଁଠି ଛୋଟ କ୍ୟାମେରା ତ ନାହିଁ । ଏଟିଏମ୍ କିବୋର୍ଡକୁ ଭଲ ଭାବେ ଲକ୍ଷ କରନ୍ତୁ ଯଦି କାର୍ଡ ସ୍ୱାଇପ୍ ସମୟରେ ହାଙ୍ଗ୍ ହେଲା ଭଳି ଅସୁବିଧା ଦେଖାଦେଉଛି ତେବେ ପିନ୍ ଦେବାର ଭୁଲ୍ କରନ୍ତୁ ନାହିଁ । କିବୋର୍ଡରେ ଫାଙ୍କ ଥିବା ଦେଖିଲେ ଭଲ ଭାବରେ ଲକ୍ଷ କରନ୍ତୁ କାରଣ ଏଥିରେ ଲୁଟେରା ଦିଆସିଲି କାଠି ରଖିଥାନ୍ତି ଏବଂ ପରେ ବ୍ଲେଡ୍ ସାହାଯ୍ୟରେ ଏହାକୁ ବାହାରକୁ କାଢିଆଣନ୍ତି । ଯେତେ ପର୍ୟ୍ୟନ୍ତ ଦିଆସିଲି ଭିତରେ ରହିବ ସିଷ୍ଟମ୍ ହ୍ୟାଙ୍ଗ୍ ହେଉଥିବ ।