ଲୋକାଲ ମେକାନିକଙ୍କ ପାଖରେ ଗାଡ଼ି ସଜାଡୁଥିଲେ ଧ୍ୟାନ ରଖନ୍ତୁ ଏହିସବୁ ଜିନିଷ, ନଚେତ୍‌ ପଡ଼ିଯିବେ ଠକାମିରେ

ଯଦି ଆପଣ ବି କାର ସୌକିନ ତେବେ ଏହି ଖବର ଆପଣଙ୍କ ପାଇଁ ଖୁବ ଜରୁରୀ। ଗାଡ଼ି ପ୍ରେମୀ ମାନେ ନୂଆ ନୂଆ ଗାଡ଼ି କିଣିବାକୁ ଯେତେ ପସନ୍ଦ କରନ୍ତି ତାକୁ ସେତିକି ସଫା ସୁନ୍ଦର ରଖିବାକୁ ଚାହିଁଥାନ୍ତି। ଆଜି ଆମେ କାର ପ୍ରେମୀଙ୍କ ପାଇଁ ଏକ ଜରୁରୀ ଖବର ନେଇ ଆସିଛୁ। ଯାହା ବଡ଼ ଫାଇଦା ଯୋଗାଇବ। ଆଜି ଏହି ଭିଡ଼ିଓଟି ରହିଛି କାର କେୟାର ଟିପ୍ସକୁ ନେଇ..ଏହାକୁ ଜାଣିନେଲେ ଆପଣ ଲୋକାଲ ମେକାନିକ ଙ୍କ ଠୁ ସତର୍କ ରହିବେ। ଏମିତିରେ ସେମାନେ ଆପଣଙ୍କୁ ଠକି ପାରିବେ ନାହିଁ। ଏଠି ଆମେ ଆପଣଙ୍କୁ ୩ଟି ଟିପ୍ସ କହିବୁ। ଯାହାକି ଅତି ସହଜ କିନ୍ତୁ ଜାଣିବା ଖୁବ ଜରୁରୀ।

ଯେବେ ବି ଆମେ ଏକ ନୂଆ କାର କିଣୁ ତେବେ ଏହି ସମୟରେ ଆରମ୍ଭ ହୋଇଥାଏ ଏହାର ସର୍ଭିସକୁ ନେଇ। ପ୍ରାରମ୍ଭିକ ସମୟରେ ଏହାର ସର୍ଭିସିଂ ଫ୍ରି ହୋଇଥାଏ। କିନ୍ତୁ ସମୟ କ୍ରମେ ଏହାର ଚାର୍ଜେସ ବଢ଼ିଥାଏ। କମ୍ପାନୀ ସବୁବେଳେ ସର୍ଭିସିଂ ସେଣ୍ଟରକୁ ଯିବା ପାଇଁ କହିଥାଏ। କିନ୍ତୁ ଅନେକ ଥର ସର୍ଭିସିଂ ଚାର୍ଜ ଲୋକଙ୍କୁ ପକେଟକୁ ମହଙ୍ଗା ପଡ଼ିଯାଏ ତେଣୁ ସେମାନେ ଖାମଖିଆଲି କରିଦିଅନ୍ତି। ଆଉ ଖରାପ ହେଲେ ଲୋକାଲ ମେକାନିକ ଙ୍କ ପାଖକୁ ନେଇଯାନ୍ତି। ଯଦି ଆପଣ ବି ଏମାନଙ୍କ ମଧ୍ୟରୁ ଗୋଟିଏ ତେବେ ଏହିସବୁ କଥାକୁ ଧ୍ୟାନ ରଖନ୍ତୁ। ନହେଲେ ବଡ଼ ଲସ୍‌ ବା କ୍ଷତି ରେ ପଡ଼ିବେ।

ଇଞ୍ଜିନ ଅଏଲ:
କାର ସର୍ଭିସ ସମୟରେ ସବୁଠୁ ବଡ଼ କାମ ଇଞ୍ଜିନ ଅଏଲକୁ ନେଇ ରହିଥାଏ। ସର୍ବ ପ୍ରଥମେ ଦେଖନ୍ତୁ ଯେ ଯେଉଁ ଅଏଲ ଗାଡ଼ି ରୁ ବାହାରେ କଣ ତାହା ଏବେ କାମ ରେ ଲାଗିବ ନାହିଁ? ଅନେକ ଥର ମେକାନିକ ଟଙ୍କା ଲୋଭରେ ସଫା ତେଲକୁ ବି ବାହାର କରିଦିଅନ୍ତି। କିନ୍ତୁ ଯଦି ତେଲ କଳା ପଡ଼ିଛି ତେବେ ଏହାକୁ ବଦଳାଇବା ଉଚିତ। ତେବେ ଏହି ସମୟରେ ତେଲ କ୍ୱାଲିଟି ଭଲ ରହିବା ଆବଶ୍ୟକ।

କୁଲେଣ୍ଟ:
ଅଥରାଇଜଡ ସର୍ଭିସ ସେଣ୍ଟର ର ଫାଇଦା ଏହା ହୋଇଥାଏ ଯେ ସେମାନେ କିଛି ନପାରି ସବୁ ଜରୁରୀ ପାର୍ଟ୍ସକୁ ଚେକ କରିଥାନ୍ତି। ଆଉ ଯେଉଁଠି ଜରୁରୀ ହୋଇଥାଏ ସେଠି ରିଫିଲ ହୋଇଥାଏ। କୁଲେଣ୍ଟ ମଧ୍ୟ ଗାଡ଼ିର ଏମିତି ଲକ ଅଂଶ। ଯାହାକୁ ସମୟ କ୍ରମେ ରିଫିଲ କରାଯାଏ। ଏହାଦ୍ୱାରା ଇଞ୍ଜିନ ଥଣ୍ଡା ରୁହେ। ଶୀଘ୍ର ଖରାପ ହୁଏ ନାହିଁ। କିନ୍ତୁ ଲୋକାଲ ମେକାନିକ ଏହାକୁ କରିବାକୁ ଭୁଲିଯାନ୍ତି। ତେଣୁ ଆପଣ ଏହି କଥାକୁ ଧ୍ୟାନ ଦେବେ ନିଶ୍ଚୟ

ଏୟାର ଫିଲଟର:
ଯେବେ ବି ଆପଣ ଗାଡ଼ିର ସର୍ଭିସିଂ କରୁଛନ୍ତି ତେବେ ଏୟାର ଫିଲଟର ନିଶ୍ଚିତ ଚେକ କରାନ୍ତୁ। ଅନେକ ଥର ଏହା କଟାହୋଇଥାଏ। ଯଦି ଏୟାର ଫିଲଟର ଖରାପ ହୋଇଥାଏ ତେବ ଏହାକୁ ବଦଳାଇ ଦିଅନ୍ତୁ। ଲୋକାଲ ମେକାନିକ ପ୍ରାୟତଃ ପୁରୁଣା ଏୟାର ଫିଲଟର ବ୍ୟବହାର କରିଥାନ୍ତି। ତେଣୁ ଏହି କଥାକୁ ଧ୍ୟାନ ଦିଅନ୍ତୁ।

Leave A Reply

Your email address will not be published.