ଦାମୀ କାରକୁ ଟକ୍କର ଦିଏ Hondaର ଏହି ବାଇକ୍, ଦାମ୍ ଶୁଣିଲେ ଉଡିଯିବ ହୋସ୍

ହୋଣ୍ଡା କେବଳ ଯେ ସୁଲଭ ବାଇକ୍ ତିଆରି କରେ ତା ନୁହେଁ ଏହି କମ୍ପାନୀ ଏଭଳି ବାଇକ୍ ମଧ୍ୟ ବିକ୍ରି କରେ ଯାହାର ମୂଲ୍ୟ ବହୁତ ଅଧିକ । ତେବେ ଏଠାରେ ଆମେ Honda Gold Wing Tour ବିଷୟରେ କହୁଛୁ, ଯାହାର ମୂଲ୍ୟ ଟୟୋଟା ଫର୍ଚୁନରର ବେସ୍ ମଡେଲ୍ ଠାରୁ ମଧ୍ୟ ଅଧିକ । ତେବେ ଆସନ୍ତୁ ଜାଣିବା ହୋଣ୍ଡାର ଏହି ବାଇକରେ ଏଭଳି କ’ଣ ଫିଚର୍ସ ଅଛି ଯେ ଏହାର ମୂଲ୍ୟ ଫର୍ଚ୍ୟୁନର୍ ସହିତ ସମାନ ରହିଛି ।
ଗତ ବର୍ଷ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଏହି ବାଇକକୁ ଭାରତରେ ଲଞ୍ଚ କରିଥିଲା । ଏହାର ଏକ୍ସ ଶୋ’ରୁମ୍ ମୂଲ୍ୟ ବିଷୟରେ କହିବାକୁ ଗଲେ ଏହାର ମୂଲ୍ୟ ୩୯ ଲକ୍ଷ ୭୦ ହଜାର ଟଙ୍କା । ହୋଣ୍ଡା ଏହି ବାଇକ୍ କୁ ସିବିୟୁ ରୁଟ୍ ମାଧ୍ୟମରେ ଭାରତରେ ଆମଦାନୀ ଏବଂ ବିକ୍ରି କରେ । ଏହି ବାଇକ୍ ବୁକ୍ କରିବା ପାଇଁ ଆପଣଙ୍କୁ ହୋଣ୍ଡାର ପ୍ରିମିୟମ୍ ବିଗୱିଙ୍ଗ୍ ଡିଲରସିପ୍ ସହିତ ଯୋଗାଯୋଗ କରିବାକୁ ପଡିବ । ତେବେ ଆସନ୍ତୁ ଏହାର ଫିଚର୍ସ ବିଷୟରେ ଜାଣିବା…
ଫିଚର୍ସ:
ଗୋଲ୍ଡ ୱିଙ୍ଗ୍ ଟୁର୍ ବାଇକରେ ଫୁଲ୍ ଏଲଇଡି ଲାଇଟିଂ ସିଷ୍ଟମ୍ ଏବଂ ୭-ଇଞ୍ଚ ଫୁଲ୍ କଲର TFT ଡିସପ୍ଲେ ଭଳି ଫିଚର୍ ଅଛି । ଏହା ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ୍ କାରପ୍ଲେକୁ ସପୋର୍ଟ କରେ ଏବଂ ରାଇଣ୍ଡିଙ୍ଗ, ନାଭିଗେସନ୍ ଏବଂ ଅଡିଓ ସୂଚନା ପ୍ରଦାନ କରେ । ଏକ୍ସିଲେଣ୍ଟ ଏୟାର ପ୍ରୋଟେକ୍ସନ ପାଇଁ ଏକ ବଡ଼ ଇଲେକ୍ଟ୍ରିକ୍ ସ୍କ୍ରିନ୍, ୨ ଟି USB ଟାଇପ୍-ସି ସକେଟ୍ ସହିତ ବ୍ଲୁଟୁଥ୍ କନେକ୍ଟିଭିଟି, ଟାୟାର୍ ପ୍ରେସର ମନିଟରିଂ ସିଷ୍ଟମ୍, ଏୟାରବ୍ୟାଗ ଏବଂ ଅନ୍ୟାନ୍ୟ ଫିଚର୍ସ ପ୍ରଦାନ କରାଯାଇଛି । ଏହି ହୋଣ୍ଡା ବାଇକ୍ ର ଓଜନ ୩୯୦ କିଲୋଗ୍ରାମ, ତଥାପି ଏହି ବାଇକ୍ ଚଳାଇବା ବହୁତ ସହଜ । ଏଥିରେ ଆପଣ ୨୧. ୧ ଲିଟରର ଏକ ବଡ଼ ଫୁଏଲ ଟ୍ୟାଙ୍କ ପାଇପାରିବେ ଏବଂ ବାଇକର ସିଟ୍ ଉଚ୍ଚତା ୭୪୫mm ରହିଛି ।
ପାୱାର୍ ଟ୍ରେନ୍:
ଗୋଲ୍ଡ ୱିଙ୍ଗ୍ ଟୁର୍ ଏକ ୧୮୩୩cc, ଲିକ୍ୱିଡ୍-କୁଲ୍ଡ, ୪ ଷ୍ଟ୍ରୋକ, ୨୪ ଭଲଭ୍, ଫ୍ଲାଟ ୬-ସିଲିଣ୍ଡର ଇଞ୍ଜିନ ବ୍ୟବହାର କରେ ଯାହା ୧୨୪.୭bhp ପାୱାର ଏବଂ ୧୭୦Nm ଟର୍କ ଜେନେରେଟ କରେ । ଏହି ଇଞ୍ଜିନ୍ ୭-ସ୍ପିଡ୍ ଡୁଆଲ୍-କ୍ଲଚ୍ ଟ୍ରାନ୍ସମିସନ୍ (DCT) ସହିତ ପେୟାର ହୋଇଛି । ଏଥିରେ ଆରାମଦାୟକ କ୍ରିପ୍ ଫରୱାର୍ଡ ଏବଂ ବ୍ୟାକ୍ ଫଙ୍କସନ୍ ମଧ୍ୟ ସାମିଲ ରହିଛି । ଏହି ବାଇକରେ ଟୁର୍ ଥ୍ରୋଟଲ୍-ବାଇ-ୱାୟାର୍ (TBW) ସିଷ୍ଟମ୍ ସହ ଚାରୋଟି ରାଇଡିଂ ମୋଡ୍ ସହିତ ଆସିଥାଏ – ଟୁର୍, ସ୍ପୋର୍ଟ୍ସ, ଇକୋନୋମି ଏବଂ ରେନ୍ ।