Oben ଇଲେକ୍ଟ୍ରିକ୍ ଭାରତରେ ଏହାର ଇଲେକ୍ଟ୍ରିକ୍ ମୋଟରସାଇକେଲ୍ Rorr EZ ଲଞ୍ଚ କରିଛି । ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଇଲେକ୍ଟ୍ରିକ୍ ବାଇକ୍ ଆପଣଙ୍କୁ ଏକ ପାୱାରଫୁଲ୍ ରେଞ୍ଜ ଦେବ, ଏହା ଟ୍ରେଣ୍ଡିଂ ଡିଜାଇନ୍ ସହିତ ପ୍ରସ୍ତୁତ ହୋଇଛି । Rorr EZ ଲିମିଟେଡ୍ ସମୟ ପାଇଁ ପ୍ରାରମ୍ଭିକ ମୂଲ୍ୟ ୮୯,୯୯୯ (ଏକ୍ସ-ସୋ’ରୁମ୍) ମୂଲ୍ୟରେ ଉପଲବ୍ଧ ।
ବଢ଼ୁଥିବା ଇନ୍ଧନ ମୂଲ୍ୟ ଏବଂ ହାଇ ମେଣ୍ଟେନାନ୍ସକୁ ଧ୍ୟାନରେ ରଖି Rorr EZରେ ଆରାମଦାୟକ ହ୍ୟାଣ୍ଡଲିଙ୍ଗ୍, ଆକର୍ଷଣୀୟ ଡିଜାଇନ୍,କ୍ଲଚ୍ ଏବଂ ଗିଅର ସିଫ୍ଟ ଭଳି ସୁବିଧା ଦିଆଯାଇଛି । ଏହି ବାଇକ୍ ତିନୋଟି ବ୍ୟାଟେରୀ ଭାରିଆଣ୍ଟ ୨.୬ kWhh, ୩.୪ kWhh ଏବଂ ୪.୪ kWhhରେ ଉପଲବ୍ଧ । Rorr EZ ଏକ ସହଜ ଏବଂ ଆରାମଦାୟକ ଯାତ୍ରା ପ୍ରଦାନ କରେ । ପ୍ରତ୍ୟେକ ଆରୋହୀଙ୍କ ବିଭିନ୍ନ ଆବଶ୍ୟକତା ପୂରଣ କରିବା ପାଇଁ ଏହା ହେଉଛି ବେଷ୍ଟ ବାଇକ୍ ।
Roar EZ ଗ୍ରାହକଙ୍କୁ ଆଡଭାନ୍ସ ପେଟେଣ୍ଟର ହାଇ କ୍ବାଲିଟି LFP ବ୍ୟାଟେରୀ ଟେକ୍ନୋଲୋଜି ପ୍ରଦାନ କରେ । Rorr EZର ସମସ୍ତ ଭାରିଆଣ୍ଟଗୁଡିକ ଭଲ ଭାବରେ କାର୍ଯ୍ୟ କରିଥାଏ, ଘଣ୍ଟାପ୍ରତି ୯୫ କିଲୋମିଟର ବେଗରେ ପହଞ୍ଚି ୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟାକୁ ମାତ୍ର ୩.୩ ସେକେଣ୍ଡରେ ସ୍ପିଡ୍ ଧରେ ।
୫୨ Nmର କ୍ୟାଟାଗୋରୀରେ ଥିବା ଏହି ବାଇକ୍ ସବୁଠାରୁ ଭଲ ଇଲେକ୍ଟ୍ରିକ୍ ବାଇକ୍ । ଏହି ସମସ୍ତ ଫିଚର ଥିବାରୁ ଟ୍ରାଫିକରେ ଆପଣଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଆପଣଙ୍କୁ ଏହି ବାଇକ୍ ୧୭୫ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେବ । Rorr EZ ଫାଷ୍ଟ-ଚାର୍ଜିଂ କ୍ଷମତା ସହିତ ଲ୍ୟାସ ହୋଇଛି, ଯାହାକି ମାତ୍ର ୪୫ ମିନିଟରେ ୮୦% ଚାର୍ଜ ହାସଲ କରିବାକୁ ଅନୁମତି ଦେଇଥାଏ ।