Nissan ମୋଟର ଇଣ୍ଡିଆ ୪ ଅକ୍ଟୋବରରେ ଏହାର ନୂଆ କାର୍ ମାଗ୍ନାଇଟ୍ ଫେସଲିଫ୍ଟ ଲଞ୍ଚ କରିବାକୁ ଯାଉଛି । ଏ ବାବଦରେ କମ୍ପାନୀ ଏହାର କାର୍ ବୁକିଂ କରିବା ଆରମ୍ଭ କରି ଦେଇଛି । ବଡ କଥା ହେଉଛି ଏହି କାରର ଡେଲିଭରି ମଧ୍ୟ ଏହାର ଲଞ୍ଚର ପରଦିନ ଆରମ୍ଭ ହେବ । କାର୍ ଲଞ୍ଚ ହେବା ପୂର୍ବରୁ ମଧ୍ୟ ଫେସଲିଫ୍ଟର ଡିଟେଲ୍ସ ପ୍ରକାଶ ପାଇଛି । ଏହି କାରଟି ନୂଆ ଅପଡେଟ୍ ସହିତ ଆସିବାକୁ ଯାଉଛି ।
ନୂଆ ଫେସଲିଫ୍ଟର, ଆପଣ ନୂଆ ବମ୍ବର ପାଇବା ସହିତ, ନୂଆ ହେଡଲ୍ୟାମ୍ପ ମଧ୍ୟ ପାଇପାରିବେ । ଏହା ସହିତ, ନୂଆ ଆଲୟ ହ୍ୱିଲ୍ଗୁଡିକ ଫେସଲିଫ୍ଟରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ଇଣ୍ଟେରିୟର ଅପଡେଟ୍ ବିଷୟରେ କହିବାକୁ ଗଲେ, ଗାଡିର ସିଙ୍ଗଲ୍ ପ୍ୟାନ୍ ଇଲେକ୍ଟ୍ରିକ୍ ସନ୍ ରୁଫ୍ ସହିତ ଆସିଥାଏ । କାରରେ ଏକ ବଡ଼ ୯-ଇଞ୍ଚ ଟଚ୍ ସ୍କ୍ରିନ୍ ଇନଫୋଟେନ୍ମେଣ୍ଟ ସିଷ୍ଟମ୍ ମଧ୍ୟ ରହିଛି ।
Nissan ମାଗ୍ନାଇଟ୍ ଫେସଲିଫ୍ଟରେ ମିଳିବ ଭଲ ଫିଚର୍ସ :
କାରର ଡ୍ୟାସବୋର୍ଡରେ ଡିଜାଇନ୍ ବିଷୟରେ କହିବାକୁ ଗଲେ ଏହା ପୂର୍ବପରି ପ୍ରାୟ ସମାନ ରହିବ । କାରର Android Auto ଏବଂ Apple CarPlay ମିଳିବାକୁ ଯାଉଛି । ଏହା ବ୍ୟତୀତ, ୱାୟରଲେସ୍ ଫୋନ୍ ଚାର୍ଜିଂ ଫିଚର୍ସ ମଧ୍ୟ ପ୍ରଦାନ କରାଯାଇପାରିବ । ଏହା ସହ ଗାଡିରେ ଡ୍ରାଇଭର ପାଇଁ ୭-ଇଞ୍ଚର ଡିଜିଟାଲ ଡିସପ୍ଲେ ମଧ୍ୟ ରହିବ ।
ବର୍ତ୍ତମାନ କାରର ପାଓ୍ୱାର୍ ଟ୍ରେନ ବିଷୟରେ କହିବାକୁ ଗଲେ ଏହା ମାକେର୍ଟରେ ଉପସ୍ଥିତ ମଡେଲର ଇଞ୍ଜିନ ସହିତ ସମାନ ହୋଇପାରେ । ଏହି Nissan କାରର ଇଞ୍ଜିନ୍ ନେଚୁରାଲ୍ ଆସ୍ପିରେଟେଡ୍ ୟୁନିଟ୍ ଟର୍ବୋଚାର୍ଜଡ଼ ୟୁନିଟ୍ ଏହି ଦୁଇଟି ରହିବ । ଉଭୟ ପାୱାର ଟ୍ରେନ ୧.୦ ଲିଟର ଏବଂ ୩ ସିଲିଣ୍ଡର ଇଞ୍ଜିନ୍ର କ୍ଷମତା ରହିବ । ଏହାର ନେଚୁରାଲ୍ ଆସ୍ପିରେଟେଡ୍ ଇଞ୍ଜିନର ୭୧bhp ପାୱାର ରହିବା ସହ ୯୬nm ର ଟର୍କ ଜେନେରେଟ କରେ । ଏହା ବ୍ୟତୀତ, ଟର୍ବୋ ଚାର୍ଜ ୟୁନିଟ୍ ୯୮bhp ପାୱାର ଏବଂ ୧୬୦nm ର ଟର୍କ ଜେନେରେଟ୍ କରେ ।
କ’ଣ ହେବ କାରର ମୂଲ୍ୟ :
Nissan ମାଗ୍ନାଇଟ୍ ଫେସଲିଫ୍ଟ କାରର ଅପ୍ଡେଟ୍ ଭର୍ସନ ସୁଲଭ ମୂଲ୍ୟରେ ଆପଣ ପାଇବାକୁ ଯାଉଛନ୍ତି । ବର୍ତ୍ତମାନ ସୁଦ୍ଧା ୬ଲକ୍ଷ ରୁ ୧୧ଲକ୍ଷ ୨୭ ହଜାର ପର୍ଯ୍ୟନ୍ତ ଏହି କାରର ମୂଲ୍ୟ ରହିଛି । ତେବେ ମାଗ୍ନାଇଟ୍ ଫେସେଲିଫ୍ଟର ମୂଲ୍ୟ କ’ଣ ରହିବ ଏବେ ତାହା ଅପେକ୍ଷା ।