ଏହି ଦେଶରେ ଏମିତି କାମ ହେବା ପୂର୍ବରୁ ଦେବାକୁ ପଡିଥାଏ ଟ୍ୟାକ୍ସ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଇତିହାସରେ ଉଲ୍ଲେଖ ରହିଛି ଉନ୍ନତ ସ୍ୱାସ୍ଥ୍ୟ ପାଇଁ ସରକାର ଭିନ୍ନ-ଭିନ୍ନ ପ୍ରକାର ଟ୍ୟାକ୍ସ ଲଗାଇଥାନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି କି ଦୁନିଆର ଏଭଳି କିଛି ଦେଶ ରହିଛି, ଯେଉଁଠାରେ ସେକ୍ସ ଏବଂ ମୃତ୍ୟୁ ପରେ ମଧ୍ୟ ଟ୍ୟାକ୍ସ ଲଗାଯାଇଥାଏ। ଏହାବ୍ୟତୀତ ଅନ୍ୟ କିଛି ସ୍ୱତନ୍ତ୍ର ଟ୍ୟାକ୍ସ ମଧ୍ୟ ଲାଗିଥାଏ। ତେବେ ଜାଣନ୍ତୁ କଣ ରହିଛି ସେହି ସ୍ୱତନ୍ତ୍ର ଟ୍ୟାକ୍ସ।

୧୯୭୧ ମସିହାରେ ଆମେରିକାର ରୋଡ ଆଇଲେଣ୍ଟରେ ଆର୍ଥିକ ଅବସ୍ଥା ଶୋଚନୀୟ ଥିବା କାରଣରୁ ଡେମୋକ୍ରେଟିକ ଷ୍ଟେଟ ଲେଜିସ୍ଲେଟର ବର୍ନାଡ କ୍ଲେଡଷ୍ଟୋନ ସେହି ସମୟରେ ଏକ ନୂଆ ବିଲ୍‌ ପାସ୍‌ କରିଥିଲେ। ନୂଆ ବିଲ୍‌ ମାଧ୍ୟମରେ ରାଜ୍ୟରେ ସେକ୍ସୁଅଲ ଇଣ୍ଟରକୋର୍ସ କରୁଥିବା ଲୋକଙ୍କ ଠାରୁ ୨ ଡଲାର (ପାଖାପାଖି ୧୩୦ ଟଙ୍କା) ଦେବାକୁ କୁହାଯାଉଥିଲା। ଏହି ଟ୍ୟାକ୍ସ ଦେବା କିମ୍ବା ନଦେବା ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଙ୍କ ଇଛା ଉପରେ ନିର୍ଭର କରୁଥିଲା। ଏହି ଟ୍ୟାକ୍ସ ଦେବା ପାଇଁ କେବେ ବି ଜବରଦସ୍ତି କରାଯାଉନଥିଲା।

taxସେହିଭଳି ଆମେରିକାରେ ମଧ୍ୟ ଏଭଳି ଏକ ସ୍ଥାନ ରହିଛି ଯେଉଁ ମୃତ୍ୟୁ ମଧ୍ୟ ଫ୍ରି ନୁହେଁ। ଅର୍ଥାତ ମୃତ୍ୟୁ ହେବା ପରେ ମଧ୍ୟ ଟ୍ୟାକ୍ସ ଦେବାକୁ ପଡିଥାଏ। ଆଇନ ଅନୁଯାୟୀ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ସମ୍ପକୀୟଙ୍କୁ ୫୦ ଡଲାର (୩୨୫୦ ଟଙ୍କା) ଫିସ୍‌ ଚିକିତ୍ସା ଯାଞ୍ଚ କରୁଥିବା ଅଧିକାରୀଙ୍କୁ ଦେବାକୁ ପଡିଥାଏ। ଏହାପରେ ଅଧିକାରୀ ଅନ୍ତିମ ସଂସ୍କାର କରିବା ପାଇଁ ଅନୁମତି ଦେଇଥାନ୍ତି।

ଆମେରିକାର ଦକ୍ଷିଣରେ ଅବସ୍ଥିତ ଅରକନ୍ସାରେ ଟାଟୁ କରିବାରେ ମଧ୍ୟ ଟ୍ୟାକ୍ସ ଲାଗିଥାଏ। ଏଥିପାଇଁ ଟାଟୁ କରୁଥିବା ଲୋକଙ୍କୁ ୬ ପ୍ରତିଶତ ସେଲ୍ସ ଟ୍ୟାକ୍ସ ଦେବାକୁ ପଡ଼ିଥାଏ।

ଏହାବ୍ୟତୀତ ଆମେରିକାର ନ୍ୟୁୟର୍କ ସହରରେ ମକଦମା ଲଢିବା ପାଇଁ ମଧ୍ୟ ଟ୍ୟାକ୍ସ ଦେବାକୁ ପଡିଥାଏ। ଓ୍ଵିଙ୍ଗଙ୍କ କହିବାନୁଯାୟୀ ଆମେରିକାର ଦୁଇ ପ୍ରାନ୍ତ ମେରୀଲ୍ୟାଣ୍ଡ ଏବଂ ଭର୍ଜିନୀୟାରେ ମଧ୍ୟ ଟଏଲେଟ୍‌ ଫ୍ଲ ସ କରିବା ଉପରେ ଟ୍ୟାକ୍ସ ଦେବାକୁ ପଡିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.