ଏହି ଇଲେକ୍ଟ୍ରିକ୍ ବାଇକ୍ ଦିଏ ୧୭୫ କିଲୋମିଟର ରେଞ୍ଜ, ମୂଲ୍ୟ ୯୦ ହଜାରରୁ ବି କମ୍

ଯେଉଁମାନେ ଦୈନନ୍ଦିନ ବ୍ୟବହାର ପାଇଁ ଏକ ବାଇକ୍ ଚାହୁଁଛନ୍ତି ଏବଂ ପେଟ୍ରୋଲ୍ ଖର୍ଚ୍ଚରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଏହି ଇଲେକ୍ଟ୍ରିକ୍ ବାଇକ୍ ଏକ ଭଲ ଅପ୍ସନ ବୋଲି ପ୍ରମାଣିତ ହେବ । ଏହି Oben Electric Rorr EZ ବାଇକ୍ ଏକ ପୂର୍ଣ୍ଣ ଚାର୍ଜରେ ୧୭୫ କିଲୋମିଟର ଏବଂ ୯୫ କିଲୋମିଟର ଟପ୍ ସ୍ପିଡ୍ ପ୍ରଦାନ କରେ । ଏହି ବାଇକରେ ଆପଣ ଅନ୍ୟ କେଉଁ ଫିଚର୍ସ ପାଇପାରିବେ ଆସନ୍ତୁ ଜାଣିବା । ଏହି ବାଇକ୍ ଆପଣଙ୍କ ପାଇଁ ଏକ ଲାଭଦାୟକ ଡିଲ୍ ହୋଇପାରେ । ଓବେନର ଦାବି ଅନୁଯାୟୀ, ବାଇକର ଟପ୍ ମଡେଲ୍ ଗୋଟିଏ ଫୁଲ୍ ଚାର୍ଜରେ ୧୭୫ କିଲୋମିଟର ପର୍ଯ୍ୟନ୍ତ ଅଫର୍ ଦେଇଥାଏ ।
ସେହି ସମୟରେ, ଏହାର ଲୋୟର ମଡେଲର ରେଞ୍ଜ ଏହାଠାରୁ ସାମାନ୍ୟ କମ୍ ହୋଇପାରେ । ଏହି ବାଇକ୍ କୁ ବାରମ୍ବାର ଚାର୍ଜ କରିବାର କୌଣସି ଆବଶ୍ୟକତା ନାହିଁ, ଥରେ ଚାର୍ଜ ହୋଇଗଲେ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥାଏ । ବାଇକର ହାଇ ସ୍ପିଡ ଘଣ୍ଟା ପ୍ରତି ୯୫ କିଲୋମିଟର ଅଟେ । ଏହା ୦-୪୦ କିଲୋମିଟର ୩.୩ ସେକେଣ୍ଡରେ ଚଲାଯାଇପାରିବ । କେବଳ ଏତିକି ନୁହେଁ, ଆପଣ ଏହି ବାଇକରେ ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ପାଇପାରିବେ । ୪୫ ମିନିଟରେ ଏହା ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇପାରିବ ।
ଫିଚର୍ସ ଏବଂ କଲର୍ ଅପ୍ସନ୍:
ଆପଣ ଏହି ଇଲେକ୍ଟ୍ରିକ୍ ବାଇକରେ ୩ ଟି ରାଇଡିଂ ମୋଡ୍ ପାଇଛନ୍ତି । ଯେଉଁଥିପାଇଁ ରାଇଡ୍ କ୍ୱାଲିଟି ଉନ୍ନତ ହେବ ଏବଂ ଆପଣଙ୍କର ରାଇଣ୍ଡିଙ୍ଗ ଏକ୍ସପେରିଏନ୍ସ ମଧ୍ୟ ଅଧିକ ଭଲ ହେବ । ଆପଣ ଏହି ବାଇକ୍ କୁ ୪ ଟି କଲର ଅପ୍ସନରେ ପାଇପାରିବେ ଯେଉଁଥିରୁ ଆପଣ ଆପଣଙ୍କର ପ୍ରିୟ କଲର୍ ଚୟନ କରିପାରିବେ ।
ଏଥି ମଧ୍ୟରେ ଇଲେକ୍ଟ୍ରୋ ଆମ୍ବର, ସର୍ଜ୍ ସିଆନ୍, ଲ୍ୟୁମିନା ଗ୍ରୀନ୍, ଏବଂ ଫୋଟନ୍ ହ୍ୱାଇଟ୍ କଲର୍ ସାମିଲ ଅଛି । ଏହି ବାଇକ୍ ARX ଫ୍ରେମେୱର୍କରେ ଡିଜାଇନ୍ ହୋଇଛି ଏବଂ ଏହାର ଡିଜାଇନ୍ ନିୟୋ-କ୍ଲାସିକ୍ ରହିଛି । ଯୁବକମାନେ ଏହି ବାଇକ୍ କୁ ବହୁତ ପସନ୍ଦ କରନ୍ତି । ଆଜିକାଲିର ଟ୍ରେଣ୍ଡ ଏବଂ ଚାହିଦାକୁ ଦୃଷ୍ଟିରେ ରଖି ଏହାର ଲୁକ୍ ଡିଜାଇନ୍ କରାଯାଇଛି ।
ଦାମ୍:
ବଜାରରେ ବିଭିନ୍ନ ଭାରିଆଣ୍ଟରେ ଇଲେକ୍ଟ୍ରିକ୍ ବାଇକ୍ ଉପଲବ୍ଧ । ଏହାର ୨. ୬kWh ଭାରିଆଣ୍ଟର ମୂଲ୍ୟ ବିଷୟରେ କହିବାକୁ ଗଲେ ଏହାର ଏକ୍ସ ଶୋ’ରୁମ୍ ମୂଲ୍ୟ ୮୯,୯୯୯ ଟଙ୍କା । ଯେତେବେଳେ କି ଏହାର ୩. ୪ kWh ଭାରିଆଣ୍ଟର ଏକ୍ସ-ଶୋରୁମ୍ ମୂଲ୍ୟ ୯୯,୯୯୯ ଟଙ୍କା ଏବଂ ଏହାର ୪. ୪ kWh ଭାରିଆଣ୍ଟର ଏକ୍ସ-ଶୋରୁମ୍ ମୂଲ୍ୟ ୧,୦୯,୯୯୯ ଟଙ୍କା ।