ବ୍ୟବସାୟ ଓ ଅର୍ଥନୀତି

Fresco XL ଇଲେକଟ୍ରିକ ଗାଡ଼ିର ରହିଛି ଦମଦାର ଫିଚର୍ସ, ଥରେ ଚାର୍ଜ କଲେ ଯିବ ସିଧା ୧୦୦୦ କିଲୋମିଟର

ବଜାରକୁ ଆସୁଛି ଫ୍ରେସ୍କୋର ନୂଆ ଇଲେକଟ୍ରିକ ମଡେଲ। ଯାହାର ଡିଜାଇନ ସମସ୍ତଙ୍କୁ ଘାଇଲା କରିଛି। ଫ୍ରେସ୍କୋର ଏକ୍ସଏଲ ନାମକ ଇଲେକଟ୍ରିକ କାର ବଜାରରେ ଲଞ୍ଚ କରାଯାଇଛି। ଥରେ ଏହାର ଡିଜାଇନ ଆପଣ ବି ଦେଖନ୍ତୁ। ଆଖି ଲାଖିହୋଇ ରହିଯିବ।ଏହି ନୂଆ ଇଲେକଟ୍ରିକ କାରର ମଡେଲ ଏତେ ଜବରଦସ୍ତ ରହିଛି ଯେ ସବୁଠି ଏହାର ପ୍ରଶଂସା କରାଯାଉଛି। ସବୁଠୁ ବଡ଼ କଥା ହେଉଛି ଏହି ଇଲେକଟ୍ରିକ କାରକୁ ଥରେ ମାତ୍ର ଚାର୍ଜ କଲେ ସିଧା ୧୦୦୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଇଥାଏ। ଏଠାରେ ବସିବା ପାଇଁ ସଫିସିଏଣ୍ଟ ସ୍ପେଶ ମଧ୍ୟ ରହିଛି।

ଫ୍ରେସ୍କୋର ଏହି ଇଲେକଟ୍ରିକ ଷ୍ଟାର୍ଟଅପ୍‌ କମ୍ପାନୀ ନିଜର ସାନଦାର ଇଭି ମାବେ ଇଲେକଟ୍ରିକ ଭେଇକିଲ ବାହାର କରିଛି। ଯେଉଁଥିରେ ଆରାମରେ ୮ ଜଣ ଲୋକ ବସିପାରିବେ। ଏହି ଗାଡ଼ି ଥରେ ଫୁଲ ଚାର୍ଜ ହେଲା ପରେ ୧୦୦୦ କିମି ପର୍ଯ୍ୟନ୍ତ ଯାଇପାରିବ। ଫ୍ରେସ୍କୋ ଏହା ପୂର୍ବରୁ ମଧ୍ୟ ଏକ କନସେପ୍ଟ କାର ବାହାର କରିଥିଲା। ଯାହାର ନାମ reverie ଥିଲା। ଆଉ ଏବେ କମ୍ପାନୀ ନିଜ ଇଲେକଟ୍ରିକ ଗାଡ଼ି ବାହାର କରିଛି। ବର୍ତ୍ତମାନ ନୂଆ ମଡେଲର ନାମ ରହିଛି ଫ୍ରେସ୍କୋ ଏକ୍ସଏଲ । ଏହା ଦେଖିବାକୁ ଷ୍ଟାଣ୍ଡାର୍ଡ କାର ଭଳି ହୋଇଥିବା ବେଳେ କାମ କିନ୍ତୁ ଏମପିବି ଭଳି କରିଥାଏ।

ଗାଡ଼ିରେ ସଫିସିଏଣ୍ଟ ସ୍ଥାନ ରହିଥିବାରୁ ଏହା ଗ୍ରାହକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଜଣାପଡ଼ିଛି। କିନ୍ତୁ ଭାଇରାଲ ହେଉଥିବା ଫଟୋରେ କାରର କେବିନ ଫଟୋ ଦିଆଯାଇନାହିଁ। ତେବେ କାରର ସିଟସ୍‌ ଏଭଳି ଭାବେ ରହିଛି ଯେ ଏହାକୁ ବେଡ୍‌ ଭଳି ମଧ୍ୟ ବ୍ୟବହାର କରାଯାଇପାରିବ। ସୂଚନା ଅନୁଯାୟୀ ଏହି କାରରେ ୪ଟି ଇଲେକଟ୍ରିକ ମୋଟର୍ସ , ୨ େଓ୍ଵ ଚାର୍ଜିଂ ପଏଣ୍ଟ ସହ ଦମଦାର ବ୍ୟାଟେରୀ ପ୍ୟାକ ଦିଆଯାଇଛି।

ତେବେ କମ୍ପାନୀ ତରଫରୁ ଏହା ସମ୍ପର୍କରେ ବେଶି ସୂଚନା ଦିଆଯାଇନାହିଁ। କିନ୍ତୁ କମ୍ପାନୀ ତରଫରୁ ଏହାର ଦାମ ସମ୍ପର୍କରେ କୁହାଯାଇଛି। ଏହାର ଦାମ ପାଖାପାଖି ୧ୟୁରୋ ଯାହା ଇଣ୍ଡିଆନ କରେନ୍ସିରେ ପାଖାପାଖି ୮୬ ଲକ୍ଷ ଟଙ୍କା ଅଛି। ଏହାର ପ୍ରଥମ ମଡେଲ ୨୦୧୭ ମସିହାରେ ଆସିଥିଲା। କିନ୍ତୁ ଏହାର ଟପସ୍ପିଡ ବହୁତ କମ ଥିଲା।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago