ଗ୍ରାହକଙ୍କ ପାଇଁ ଦୀପାବଳି ଉପହାର ଘୋଷଣା କଲା ଏହି ସରକାରୀ ବ୍ୟାଙ୍କ, ଶସ୍ତା କଲା ସୁଧହାର ଓ ଚାର୍ଜ

ଦୀପାବଳିକୁ ଦୃଷ୍ଟିରେ ରଖି ଦେଶର ସବୁ ବଡ଼ ବଡ଼ ବ୍ୟାଙ୍କ ଗିଫ୍ଟ ଦେବାକୁ ଘୋଷଣା କରିଛନ୍ତି। ଏହି ତାଲିକାରେ ଏବେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ବି ସାମିଲ ହୋଇଛି। ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ସୋମବାର ଏକ ବଡ଼ ଘୋଷଣା କରିଛି। ବ୍ୟାଙ୍କ ଆରଏଲ୍‌ଏଲ୍‌ଆର-ରେପୋ ଲିଙ୍କଡ୍‌ ଲ୍ୟାଣ୍ଡିଂ ରେଟ୍‌(RLLR) ଉପରେ ଆଧାରିତ ସୁଧ ହାରକୁ ୦.୧୫ ପ୍ରତିଶତ କମାଇ ଦେଇଛି। ଏହି ନିଷ୍ପତ୍ତି ପରେ ଏବେ ନୂଆ ସୁଧହାର କମି ୬.୯୦ ପ୍ରତିଶତ ହୋଇଛି। ବ୍ୟାଙ୍କର ଏହି ନିଷ୍ପତ୍ତି ପରେ ଆରଏଲ୍‌ଏଲ୍‌ଆରର ସମସ୍ତ ସୁଧହାର ୦.୧୫ ପ୍ରତିଶତ କମ୍‌ ହୋଇଯିବ। ଏଥିସହ ବ୍ୟାଙ୍କ ପ୍ରୋସେସିଂ ଫିସ୍‌ ବି ଛାଡ଼ କରିଦେଇଥିବା ଘୋଷଣା କରିଛି।


ବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ସୂଚନା ମୁତାବକ ନୂଆ ସୁଧହାର ୭ ନଭେମ୍ବର ୨୦୨୦ରୁ ଲାଗୁ ହେବ। ବ୍ୟାଙ୍କ ହୋମ୍‌ ଲୋନ୍‌, କାର ଲୋନ୍‌, ଗୋଲ୍ଡ ଲୋନ୍‌, ଏଜୁକେସନ୍‌ ଲୋନ୍‌ ଓ ଏମ୍‌ଏସ୍‌ଏମ୍‌ଇରେ ସୁଧହାର ୦.୧୫ ପ୍ରତିଶତ କମାଇ ଦେଇଛି। ବ୍ୟାଙ୍କର ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ହେମନ୍ତ ଟମ୍‌ଟା କହିଛନ୍ତି ପାର୍ବଣ ଋତୁରେ ବ୍ୟାଙ୍କ ହୋମ୍‌, କାର ଓ ଗୋଲ୍ଡ ଲୋନ୍‌ ଉପରେ ପ୍ରୋସେସିଂ ଫିସ୍‌ ଛାଡ଼ କରିବାକୁ ଘୋଷଣା କରିଛି।

ଏହି ନୂଆ ଘୋଷଣାରେ ମହିଳାଙ୍କୁ ୦.୦୫ ପ୍ରତିଶତ ଅତିରିକ୍ତ ଛାଡ଼ ମିଳିବ ବୋଲି ଜଣାଯାଇଛି। ଏହା ବ୍ୟତୀତ ଡିଫେନ୍ସ (ଆର୍ମି, ନାଭି ଓ ଏୟାର ଫୋର୍ସ)ରେ କାମ କରୁଥିବା ଯବାନଙ୍କୁ ବି ୦.୦୫ ପ୍ରତିଶତ ଅତିରିକ୍ତ ଛାଡ଼ ଦେବାକୁ ଘୋଷଣା କରିଛି ବ୍ୟାଙ୍କ।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ବ୍ୟାଙ୍କ ଅଫ୍‌ ବରୋଦା ମଧ୍ୟ ନିଜ ଗ୍ରାହକଙ୍କୁ ଦୀପାବଳିରେ ବଡ଼ ଉପହାର ଦେବାକୁ ଘୋଷଣା କରିଥିଲା। ବ୍ୟାଙ୍କ ଅଫ୍‌ ବରୋଦା ରେପୋ ଦର ସହ ଜଡ଼ିତ ଋଣର ସୁଧହାର (BRLLR) ୭ ପ୍ରତିଶତ କମାଇ ୬.୮୫ ପ୍ରତିଶତ କରିଛି। ବ୍ୟାଙ୍କର ଏହି ନୂଆ ନିୟମ ୧ ନଭେମ୍ବର ୨୦୨୦ରୁ ଲାଗୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.