ଆଧାର କାର୍ଡ ତିଆରି ଓ ଅପଡେଟ୍ ପାଇଁ ଲାଗୁଛି ମାତ୍ର ଏତିକି ଟଙ୍କା, ଅଧିକ ଟଙ୍କା ମାଗିଲେ ଏଠାରେ କରନ୍ତୁ ଅଭିଯୋଗ

ଦେଶରେ ଆଧାର କାର୍ଡ କେତେ ଜରୁରୀ ତାହା ସମସ୍ତେ ଜାଣନ୍ତି। ଏହା ବିନା କୌଣସି ଜରୁରୀ କାମ ସମ୍ଭବପର ନୁହେଁ। ନୂଆ ଆଧାର କାର୍ଡ କରିବା ପାଇଁ କୌଣସି ଦେୟ ଦେବାକୁ ପଡ଼ିନଥାଏ। କିନ୍ତୁ ପରେ ଏଥିରେ କିଛି ପରିବର୍ତ୍ତନ କରିବାକୁ ହେଲେ ସେଥିପାଇଁ କିଛି ଅର୍ଥ ଦେବାକୁ ପଡ଼େ।

ଯଦି ଆପଣ ଆଧାର କାର୍ଡରେ ନାଁ, ଠିକଣା କିମ୍ବା ଅନ୍ୟ କିଛି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ୫୦ ଟଙ୍କା ଦେବାକୁ ହେବ। ଯେତେଥର ଅପଡେଟ କରିବେ ସେତେ ଥର ଏତିକି ହିଁ ଟଙ୍କା ଦେବାକୁ ପଡ଼ିବ।

କିନ୍ତୁ ଯଦି ଆଧାର କାର୍ଡ ଅପଡେଟ ପାଇଁ ଆପଣଙ୍କୁ କେହି ଅଧିକ ଅର୍ଥ ମାଗୁଛି ତେବେ ତାକୁ ଜମା ଅଧିକ ଟଙ୍କା ଦିଅନ୍ତୁ ନାହିଁ। ଆପଣ ଅଧିକ ଟଙ୍କା ମାଗିବା ଲାଗି ଉକ୍ତ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ବି କରିପାରିବେ। ଏଥିପାଇଁ ଆପଣ ୧୯୪୭ ଆଧାର ସମ୍ପର୍କ କେନ୍ଦ୍ରରେ ଯୋଗାଯୋଗ କରିପାରିବେ। ଏଥିସହ ଆପଣ ଚାହିଁଲେ [email protected] ରେ ନିଜ ଅଭିଯୋଗ ଦାଖଲ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.