ବଡ଼ ବଡ଼ ଗାଡ଼ିକୁ ଟକ୍କର ଦେବ ଏହି Mini Fortuner, ଜାଣନ୍ତୁ କେତେ ରହିଛି ଦାମ

ବର୍ତ୍ତମାନ Toyota ଭାରତରେ ଏମିତି ଏକ କାର ଆଣିବା ପାଇଁ ପ୍ରସ୍ତୁତ ହେଉଛି, ଯାହା ମହିନ୍ଦ୍ରା ଥାର ରକ୍ସ ଏବଂ  ଲୋକପ୍ରିୟ କାର ମହିନ୍ଦ୍ରା ସ୍କର୍ପିଓକୁ ଟକ୍କର ଦେବ । ଖୁବ୍ ଶୀଘ୍ର ଭାରତୀୟ ବଜାରରେ Mini Fortuner ଲଞ୍ଚ ହେବ ।

Toyota Mini Fortuner :

Toyota Mini Fortuner ଏକ ନୂଆ ପ୍ଲାଟଫର୍ମରେ ଭାରତୀୟ ବଜାରରେ ଇଣ୍ଟ୍ରଡ୍ୟୁସ୍ ହେବ । ଯାହା ଏହାର ବଡି ଷ୍ଟାଇଲ୍ ଏବଂ ପାୱାର୍ ଟ୍ରେନ୍ କୁ ସପୋର୍ଟ କରିବ । Toyota Fortuner ଦାମ୍ ୩୦ ଲକ୍ଷରୁ ଅଧିକ । କମ୍ ଦାମରେ Toyota Mini Fortuner  ଆସିବ ବୋଲି ଆଶା କରାଯାଉଛି । ଏହି ନୂଆ Mini Fortunerର ପ୍ରଡକ୍ସନ ଚଳିତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ଆରମ୍ଭ ହୋଇପାରେ ।

Mini Fortuner ପାୱାର୍ ଟ୍ରେନ୍ ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ସୂଚନା ସେୟାର କରାଯାଇ ନାହିଁ । କିନ୍ତୁ ଏହି ନୂଆ ଏସୟୁଭି ପେଟ୍ରୋଲ ଏବଂ ପାୱାରଫୁଲ୍ ହାଇବ୍ରିଡର ଅପ୍ସନ ସହିତ ଆସିପାରେ । ଏଥି ସହିତ ଏହି କାରର ଇଲେକ୍ଟ୍ରିକ୍ ଭାରିଆଣ୍ଟ ମଧ୍ୟ ଆଗାମୀ ସମୟରେ ବଜାରରେ ଲଞ୍ଚ ହୋଇପାରେ । Toyota Mini Fortunerର ଇଞ୍ଜିନ୍ ପେଟ୍ରୋଲ-ହାଇବ୍ରିଡ ମିଶ୍ରଣ ଇନୋଭା ହାଇକ୍ରୋସରେ ଥିବା ଇଞ୍ଜିନ ପରି ହେବ ।

Toyota Mini Fortuner ଭଲ ଗ୍ରାଉଣ୍ଡ କ୍ଲିୟରାନ୍ସ ଏବଂ ଦମଦାର ଲୁକ୍ ସହିତ ବଜାରରେ ଏଣ୍ଟ୍ରି କରିପାରିବ । ଏହି ଅଲ୍ ନ୍ୟୁ ଏସୟୁଭି FJ Cruiser ନାମରେ ଆସିବ ବୋଲି କୁହାଯାଉଛି । ମହାରାଷ୍ଟ୍ରର ଟୟୋଟାର ନୂଆ ଛତ୍ରପତି ସମ୍ୱାଜୀ ନଗର ପ୍ଲାଣ୍ଟରେ ଏହି କାର ପ୍ରସ୍ତୁତ ହୋଇପାରେ । ଭାରତରେ ଏହି ଗାଡ଼ିର ପ୍ରଡକ୍ସନ ୨୦୨୭ରେ ଆରମ୍ଭ ହୋଇପାରେ ।

You might also like