Festive Sale: Thomson ଟିଭି ଏବଂ ୱାସିଂ ମେସିନରେ ମିଳୁଛି ବମ୍ପର ଡ଼ିସକାଉଣ୍ଟ

ଯଦି ଆପଣ ମଧ୍ୟ ଟିଭି, ସ୍ମାର୍ଟ ଟିଭି ଏବଂ ୱାଶିଂ ମେସିନ୍ କିଣିବା ପାଇଁ କୌଣସି ସେଲକୁ ଅପେକ୍ଷା କରିଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଅଟେ । ଫ୍ଲିପକାର୍ଟର ଏହି ସେଲରେ Thomsonର ଟିଭି ଏବଂ ୱାଶିଂ ମେସିନରେ ବମ୍ପର ଡ଼ିସକାଉଣ୍ଟ ମିଳିବାକୁ ଯାଉଛି । ଥମସନ ଏହି ସେଲରେ ୨,୦୦,୦୦୦ ୟୁନିଟ୍ ବିକ୍ରୟ କରିବାକୁ ଲକ୍ଷ୍ୟ ରଖିଛି । ଅକ୍ଟୋବର ୧୬ରୁ ଫ୍ଲିପକାର୍ଟରେ ହେବାକୁ ଯାଉଥିବା ସେଲରେ ଥମସନ ଟିଭିର ପ୍ରାରମ୍ଭିକ ମୂଲ୍ୟ ୫,୯୯୯ ଟଙ୍କା ରଖାଯାଇଛି ।

ଫ୍ଲିପକାର୍ଟର ଏହି ସେଲ୍ରେ ଥମ୍ସନ୍ ଟିଭି ଏବଂ ୱାଶିଂ ମେସିନ୍ ସହିତ SBI କାର୍ଡରେ 10% ଡ଼ିସକାଉଣ୍ଟ ମଧ୍ୟ ମିଳିବ । ଫ୍ଲିପକାର୍ଟର ଏହି ସେଲରେ ଥମସନ ସ୍ମାର୍ଟ ଟିଭି 10,999 ଟଙ୍କାରେ କିଣାଯାଇପାରିବ ଏବଂ 6.5 କିଲୋଗ୍ରାମ ୱାଶିଂ ମେସିନକୁ ଆପଣ 6,499 ଟଙ୍କାରେ କିଣିବାର ସୁଯୋଗ ପାଇବେ ।

AmazonBasics 7.5 kg Semi-Automatic Top Load Washing machine (Burgundy):  Amazon.in: Home & Kitchen

ସୂଚନା ଅନୁଯାୟୀ ଜୁଲାଇରେ, ଥମସନ 4K ସ୍ମାର୍ଟ ଟିଭିର ନୂଆ ରେଞ୍ଜ ଓଥ୍ ପ୍ରୋ(Oath Pro)ଲଞ୍ଚ କରିଛି । ଏହା ଅଧୀନରେ କମ୍ପାନୀ 43 ​​ଇଞ୍ଚ, 55 ଇଞ୍ଚ ଏବଂ 65 ଇଞ୍ଚ ଟିଭି ସମେତ ତିନୋଟି ସ୍ମାର୍ଟ ଟିଭି ବଜାରକୁ ଆଣିଛି । ଏହି ସମସ୍ତ ଟିଭି 4K ଅର୍ଥାତ ଅଲଟ୍ରା HD ରେଜୋଲୁସନ ଅଟେ । ଏହା ବ୍ୟତୀତ ଏଥିରେ HDR ସପୋର୍ଟ ମଧ୍ୟ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.