ବଦଳିବ ରୁଟିର ରଙ୍ଗ, ବଜାରକୁ ଆସିବ ବାଇଗଣୀ, କଳା ଏବଂ ନୀଳ ରଙ୍ଗର ଗହମ

ଆଠ ବର୍ଷର ଲମ୍ବା ରିସର୍ଚ୍ଚ ପରେ ଏବେ କୃଷି ବୈଜ୍ଞାନିକମାନେ ଗହମର ତିନି ଅଲଗା ଅଲଗା ରଙ୍ଗର ଗହମ ପ୍ରସ୍ତୁତ କରିବାରେ ସଫଳତା ପ୍ରାପ୍ତ କରିଛନ୍ତି। ଏହାଦ୍ବାରା ରୁଟିର ରଙ୍ଗ ମଧ୍ୟ ବଦଳିବ।

ଏହି ତିନି ରଙ୍ଗରେ ପ୍ରସ୍ତୁତ ହେଉଛି କିସମ

ପଞ୍ଜାବର ମୋହାଲୀରେ ସ୍ଥିତ ନେସନାଲ ଏଗ୍ରୀ ଫୁଡ୍ ବୟୋଟେକ୍ନୋଲୋଜୀ ଇନଷ୍ଟିଚ୍ୟୁଟଏହି କିସମକୁ ପ୍ରସ୍ତୁତ କରିଛନ୍ତି। ଏବେ ବାଇଗଣୀ, କଳା ଏବଂ ନୀଳ ରଙ୍ଗର ପ୍ରଜାତିର ଗହମ ପ୍ରସ୍ତୁତ କରାଯାଇଛି। ଏହାକୁ ୭୦୦ ଏକର ରୁ ଅଧିକରେ ଚାଷ କରାଯାଇଛି। ଏହି ଚାଷ ପଞ୍ଜାବର ପଟିୟାଲା, ଜଲନ୍ଧରରୁ ନେଇ ମଧ୍ୟ ପ୍ରଦେଶର ବିଦିଶା ପର୍ଯ୍ୟନ୍ତ ହୋଇଛି।

ଏହି ଲୋକମାନଙ୍କ ପାଇଁ ଲାଭଦାୟକ

ରଙ୍ଗୀନ ଗହମରେ ଆପଣଙ୍କୁ ଆନ୍ଥୋକ୍ୟାନିନ ପ୍ରଚୁର ମାତ୍ରାରେ ମିଳିଥାଏ। ଆନ୍ଥୋକ୍ୟାନିନ ଏକ ଆଣ୍ଟିଅକ୍ସିଡେଣ୍ଟ ଅଟେ ଏବଂ ଏହାକୁ ଖାଇବା ଦ୍ବାରା ହୃଦୟ ରୋଗ, ମଧୁମେହ ଏବଂ ମୋଟାପଣ ଭଳି ଜୀବନଶୈଳୀରେ ଜଡିତ ରୋଗକୁ ରୋକିବା ପାଇଁ ସାହାଯ୍ୟ କରିବ। ଗହମ ପ୍ରୋଜେକ୍ଟର ପ୍ରମୁଖ ବୈଜ୍ଞାନିକ ମୋନିକା ଗର୍ଗ କହିଛନ୍ତି ଯେ ଆମକୁ ଜାପାନରୁ ସୂଚନା ମିଳିବା ପରେ ୨୦୧୧ ଠାରୁ ଏହା ଉପରେ କାମ କରିବା ଆରମ୍ଭ କରିଥିଲୁ। ଆମେ କିଛି ସିଜନ ପର୍ଯ୍ୟନ୍ତ ପ୍ରୟୋଗ କରିବା ପରେ ସଫଳତା ପାଇଥିଲୁ।

ସାଧାରଣ ଗହମରେ ଏହାର ମାତ୍ରା ପାଞ୍ଚ ପିପିଏମ୍ ହୋଇଥାଏ,ସେପରି କଳା ରଙ୍ଗର ଗହମରେ ୧୪୦ ପିପିଏମ୍, ନୀଳ ରଙ୍ଗର ଗହମରେ ୮୦ ପିପିଏମ୍ ଏବଂ ବାଇଗଣୀ ଗହମରେ ୪୦ ପିପିଏମ୍ ରହିଥାଏ। ବୈଜ୍ଞାନିକମାନେ କହିଲେ ଯେ ଆମେ ମୂଷା ଉପରେ ଏହାର ପ୍ରୟୋଗ କରିଥିଲୁ ଏବଂ ଜଣା ପଡିଲା ଯେ ରଙ୍ଗୀନ ଗହମ ଖାଇଥିବା ମୂଷାଙ୍କ ଓଜନ ବଢ଼ିବାର ସମ୍ଭାବନା କମ ରହିଛି।

କୁହାଯାଉଛି ଏହି ଗହମ ସାଧାରଣ ଗହମ ଠାରୁ ମହଙ୍ଗା ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.