ନୂତନ ପେନସନ ସ୍କିମ୍ : ପ୍ରତିମାସ ମିଳିବ ୩ ହଜାର ଟଙ୍କା, ଜାଣନ୍ତୁ କେଉଁଠୁ ଏବଂ କେମିତି କରିପାରିବେ ରେଜିଷ୍ଟ୍ରେସନ

ଅସଂଗଠିତ କ୍ଷେତ୍ରର କର୍ମଚାରୀ ଏବେ ନୂଆ ପେନସନ ସ୍କିମ ପାଇଁ ପଞ୍ଜୀକରଣ କରିପାରିବେ। ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ-ଧନ ଯୋଜନା ଜରିଆରେ ୬୦ ବର୍ଷ ପରେ ପ୍ରତିମାସ ୩ ହଜାର ଟଙ୍କା ପେନସନ ରୂପରେ ପାଇପାରିବେ। ଅବଶ୍ୟ ଯୋଜନା ପାଇଁ କିଛି ରାଶି ଅଂଶଦାନ ରୂପରେ ଜମା କରିବାକୁ ହେବ। ଏହି ଯୋଜନା ସେହି ଲୋକ ମାନେ ପାଇପାରିବେ ଯେଉଁମାନଙ୍କର ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବ ଏବଂ ସେମାନେ ୧୫ ହଜାର ଟଙ୍କା ମାସିକ ଦରମା ପାଉଥିବା ଆବଶ୍ୟକ। ପେନସନ ରାଶି କର୍ମଚାରୀଙ୍କୁ ଦେଶର ପ୍ରାୟ ୩,୧୩ ଲକ୍ଷ ସାମାନ୍ୟ ସେବା କେନ୍ଦ୍ରରେ ବଣ୍ଟାଯିବ।

ଜାଣନ୍ତୁ କେଉଁଠି ଏବଂ କେମିତି ଏହା ପାଇଁ ପଞ୍ଜୀକରଣ କରିପାରିବେ

ପ୍ରଧାନମନ୍ତ୍ରୀ ଏସୱାଇଏମକୁ କେନ୍ଦ୍ରୀୟ ଶ୍ରମ ମନ୍ତ୍ରାଳୟ ଲାଗୁ କରିଛନ୍ତି। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ମହତ୍ତାକାଂକ୍ଷୀ ସାମାଜିକ ସୁରକ୍ଷା ଯୋଜନା ମଧ୍ୟରୁ ଗୋଟିଏ। ଯୋଜନାର ପଞ୍ଜୀକରଣ ପାଇଁ ନିକଟସ୍ଥ ସିଆରସି ଯିବାକୁ ହେବ। ସେମାନଙ୍କୁ ସାଥିରେ ଆଧାର କାର୍ଡ ଏବଂ କିମ୍ବା ଜନଧନ ଖାତାର ପାସବୁକ୍ ନେବାକୁ ହେବ। ପ୍ରଥମ ମାସରେ କର୍ମଚାରୀ ମାନଙ୍କୁ ଅଂଶଦାନ ରାଶି ଦେବାକୁ ହେବ, ଯାହା ବଦଳରେ ସେମାନଙ୍କୁ ରସିଦ ମଧ୍ୟ ଦିଆଯିବ।

Pensionସୂଚନା ଅନୁଯାୟୀ ସିଆରଏସ ପ୍ରଧାନମନ୍ତ୍ରୀ-ଏସୱାଇଏସ ପାଇଁ ଏକ ଆପ୍ଲିକେସନ ପ୍ରସ୍ତୁତ କରିଛନ୍ତି। ଯାହାର ଲକ୍ଷ୍ୟ ହେଉଛି ସମସ୍ତ ପଞ୍ଜୀକରଣ ଏବଂ ଡାଟା ରଖିବା ପ୍ରକ୍ରୀୟାକୁ ସହଜ କରିବ। ପଞ୍ଜୀକରଣ ପରେ ସିଆରସି ଲାଭାର୍ଥୀଙ୍କୁ ଏକ କାର୍ଡ ଜାରୀ କରିବ, ଯେଉଁଥିରେ ୟୁନିକ( ଅଲଗା ପ୍ରକାର ) ଆଇଡି ନମ୍ବର ରହିଥିବ।

ନିଶ୍ଚୟ ପଢ଼ନ୍ତୁ : ବଜାରରେ ଘୂରି ବୁଲୁଛି ୧୦୦ ଟଙ୍କିଆ ନକଲି ନୋଟ ! ଏଇଠି ରହିଛି ଅସଲି ନୋଟ ଜାଣିବାର ଉପାୟ,ନିଶ୍ଚୟ ପଢ଼ନ୍ତୁ ଏହି ରିପୋର୍ଟ

ସିଆରସି ଏହାଛଡା ଗ୍ରାମୀଣ ଏବଂ ପଛୁଆ ଅଞ୍ଚଳରେ ବ୍ୟାଙ୍କିଂ କରେସପଣ୍ଡେଣ୍ଟ ଭାବରେ ମଧ୍ୟ କାମ କରିବ। ଏହା ସାହାଯ୍ୟରେ ବ୍ୟାଙ୍କ ଶାଖାରେ ବିନା କର୍ମଚାରୀଙ୍କ ଖାତା ଖୋଲା ଯାଇପାରିବ।