ବଢ଼ିଲା ପ୍ୟାନ୍‌-ଆଧାର ଲିଙ୍କ୍‌ ସମୟ ସୀମା, ଏବେ ୩୦ ସେପ୍ଟେମ୍ବର ମଧ୍ୟରେ କରି ପାରିବେ ପ୍ୟାନ୍‌-ଆଧାର ଲିଙ୍କ୍‌

ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ମୋଦି ସରକାର ଟ୍ୟାକ୍ସ ପେୟରଙ୍କୁ ଦେଇଛନ୍ତି ବଡ ଆଶ୍ୱସନା । ଆଧାର-ପ୍ୟାନ୍‌ ଲିଙ୍କ ସମୟ ସୀମା ବୃଦ୍ଧି କରିଛନ୍ତି । ପୂର୍ବରୁ ୩୦ ଜୁନ୍‌ ଥିଲା ଆଧାର-ପ୍ୟାନ୍‌ ଲିଙ୍କ୍‌ କରିବାର ଶେଷ ସୀମା । ଏବେ ସରକାର ଏହାକୁ ବୃଦ୍ଧି କରି ପ୍ୟାନ୍‌-ଆଧାର ଲିଙ୍କ କରିବାର ଶେଷ ସମୟ ରଖିଛନ୍ତି ୩୦ ସେପ୍ଟେମ୍ବର ।

ଏକ୍ସଗ୍ରାସିଆ ପେମେଣ୍ଟ ଉପରେ ଟ୍ୟାକ୍ସ ଛାଡ଼ :

କରୋନାରେ ଦିବଂଗତ ହୋଇଥିବା କର୍ମଚାରୀଙ୍କ ପରିବାରକୁ ମିଳୁଥିବା ଏକ୍ସ ଗ୍ରାସିଆ ଉପରେ ୨୦୧୯-୨୦ ଓ ୨୦୨୧-୨୨ ପାଇଁ ଟାକ୍ସ ଛାଡ଼ କରିବାକୁ ସରକାର ଘୋଷଣା କରିଛନ୍ତି । ଏକ୍ସ ଗ୍ରାସିଆ ପେମେଣ୍ଟ ସୀମା ୧୦ ଲକ୍ଷ ଟଙ୍କା ଉପରେ ହେବ ବୋଲି ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.