PF Account ସହିତ ନୂଆ ବ୍ୟାଙ୍କ ଖାତା ଲିଙ୍କ୍ କରେଇବାର ଅଛି କି? ଏ ହେଉଛି ପ୍ରକ୍ରିୟା
ବେତନଭୋଗୀ କର୍ମଚାରୀ ବିଶେଷ ପରିସ୍ଥିତିରେ ଆବଶ୍ୟକ ପଡ଼ିଲେ କିଛି ସର୍ତ୍ତ ସହିତ ନିଜ ଇପିଏଫ୍ ଆକାଉଣ୍ଟରୁ ଉଠାଣ କରିପାରିବେ। କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ(EPFO) ଏଥିପାଇଁ ଅନୁମତି ଦେଉଛି। ଅନେକ ବାର କର୍ମଚାରୀମାନଙ୍କୁ ଆକାଉଣ୍ଟରୁ ଟଙ୍କା ଉଠାଣରେ ସମସ୍ୟା ହୋଇଥାଏ, ଯାହାର ମୁଖ୍ୟ କାରଣ ହେଉଛି, ନିଜର ଚଳିତ ବ୍ୟାଙ୍କ ଆକାଉଣ୍ଟକୁ ପିଏଫ୍ ଆକାଉଣ୍ଟ ସହିତ ଲିଙ୍କ୍ ନ କରେଇବା।
ବେଳେବେଳେ ଏମିତି ବି ହୋଇଥାଏ କି, କର୍ମଚାରୀ ପିଏଫ୍ ଖାତାରୁ ଲିଙ୍କ୍ ବ୍ୟାଙ୍କ ଖାତାକୁ ବନ୍ଦ କରେଇ ନେଇଥାଆନ୍ତି ଏବଂ ନୂଆ ଖାତାକୁ ପିଏଫ୍ ଆକାଉଣ୍ଟ ସହିତ ଲିଙ୍କ୍ କରେଇବା ଭୁଲି ଯାଇଥାଆନ୍ତି। ଯଦି ବ୍ୟାଙ୍କ ଖାତାର ତଥ୍ୟ ଠିକ୍ ନାହିଁ, ତ ଆପଣଙ୍କୁ ପିଏଫ୍ ଆକାଉଣ୍ଟରୁ ଟଙ୍କା ପାଇବାରେ ସମସ୍ୟା ହୋଇପାରେ। ଆସନ୍ତୁ ଜାଣିବା ବ୍ୟାଙ୍କ ଆକାଉଣ୍ଟର ତଥ୍ୟକୁ ପିଏଫ୍ ଖାତା ସହିତ କିପରି ଅପ୍ଡେଟ କରେଇବା।
ସୋପାନ ୧. ପ୍ରଥମେ ଏକୀକୃତ ସଦସ୍ୟ ପୋର୍ଟାଲକୁ ଯାଆନ୍ତୁ ଏବଂ ୟୁଜରନେମ୍ ଓ ପାସ୍ଓ୍ଵାଡ ସହିତ ଲଗ୍ ଇନ କରନ୍ତୁ।
ସୋପାନ ୨. ଏବେ ‘Manage’ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ।
ସୋପାନ ୩. ଡ୍ରପ୍ ଡାଉନ ମେନ୍ୟୁରୁ ‘KYC’କୁ ବାଛନ୍ତୁ।
ସୋପାନ ୪. ଏବେ ବ୍ୟାଙ୍କ ଚୟନ କରନ୍ତୁ ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ନାମ ଓ IFSC code ଭରି ‘Save’ ଉପରେ କ୍ଲିକ୍ କରନ୍ତୁ।
ସୋପାନ ୫. ଏହି ତଥ୍ୟ ଥରେ ନିଯୁକ୍ତିଦାତାଙ୍କ ଦ୍ୱାରା ଆପ୍ରୁଭ୍ଡ ହୋଇଯିବା ପରେ approved KYC sectionରେ ଦେଖାଯିବ। ଏହିଭଳି ଭାବେ ଆପଣଙ୍କ ନୂଆ ବ୍ୟାଙ୍କ ଖାତାର ତଥ୍ୟ ଇପିଏଫ୍ ଆକାଉଣ୍ଟ ସହିତ ଅପଡେଟ୍ ହୋଇଯିବ।
EPFO ସବ୍ସକ୍ରାଇବର୍ସ EPFO ପୋର୍ଟାଲ ମାଧ୍ୟମରୁ ନିଜର EPF ବାଲାନ୍ସ ମଧ୍ୟ ଯାଞ୍ଚ କରିପାରିବେ। ଆସନ୍ତୁ ଜାଣିବା ପ୍ରକ୍ରିୟା।
ସୋପାନ ୧. ପ୍ରଥମେ ମେମ୍ବରଙ୍କୁ www.epfindia.gov.inକୁ ଯିବାକୁ ହେବ।
ସୋପାନ ୨. ଏବେ ଆପଣଙ୍କୁ ‘Our Services’ ଟ୍ୟାବ୍ରୁ ‘For Employees’ ବିକଳ୍ପ ଉପରେ କ୍ଲିକ୍ କରିବାକୁ ହେବ।
ସୋପାନ ୩. ‘Services’ ଟ୍ୟାବ୍ରୁ ‘Member Passbook’ ଉପରେ କ୍ଲିକ୍ କରନ୍ତୁ।
ସୋପାନ ୪. ଆପଣଙ୍କୁ ଲଗ୍ ଇନ୍ କରିବା ପାଇଁ UAN ଏବଂ ପାସ୍ଓ୍ଵାଡ ଦେବାକୁ ହେବ। ଏବେ ଆପଣ ନିଜ ପିଏଫ୍ ଆକାଉଣ୍ଟର ପାସ୍ବୁକ ଦେଖିପାରିବେ।
ଏଠି ଆପଣଙ୍କ ଆକାଉଣ୍ଟ ଆପଣଙ୍କ UAN ସହିତ ଟ୍ୟାଗ୍ ହେବା ଉଚିତ। ଏଥିସହିତ UAN ନିଯୁକ୍ତିଦାତାଙ୍କ ଦ୍ୱାରା ଆକ୍ଟିଭେଟ୍ ହେବା ଉଚିତ। ସବ୍ସକ୍ରାଇବର୍ସ ଏହି ପୋର୍ଟାଲରୁ ପାସ୍ବୁକର ପ୍ରିଣ୍ଟ ମଧ୍ୟ ବାହାର କରିପାରିବେ।