ପୁଣି ଖସିଲା ସୁନା ରୁପା ଦର । ୨୪ କ୍ୟାରେଟ୍ ସୁନା ୧୪ ଶହ ୨୦ ଟଙ୍କା ଖସିଥିବା ବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧୩ ଶହ ଟଙ୍କା ଖସିଛି । ସେହିଭଳି ରୁପା ୨୦ ହଜାର ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ଖସିବା ପରେ ୧୦ ଗ୍ରାମ ପିଛା ୧ ଲକ୍ଷ ୫୧ ହଜାର ୭୫୦ ଟଙ୍କା ହେଲା । ସେହିଭଳି ୨୨ କ୍ୟାରେଟ୍ ସୁନା ୧ ଲକ୍ଷ ୩୯ ହଜାର ୧୦୦ ଟଙ୍କାକୁ ପହଞ୍ଚିଛି । ରୁପା ୨୦ ହଜାର ଟଙ୍କା ହ୍ରାସ ହେବାପରେ ୨ ଲକ୍ଷ ୮୦ ହଜାର ଟଙ୍କାରେ ପହଞ୍ଚିଛି ।
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୧,୭୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୯,୧୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୧,୭୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୩୯,୧୦୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧,୫୧,୭୫୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧,୩୯,୧୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୫୧,୯୦୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୩୯,୨୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୫୩,୦୬୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୪୦,୩୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୫୧,୭୫୦ ଓ ୧,୩୯,୧୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୮୦,୦୦୦ ଟଙ୍କା ହୋଇଛି ।
କେମିତି ଜାଣିବେ ସୁନାର ଶୁଦ୍ଧତା ଜାଣନ୍ତୁ –
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।
Also Read : ବାହାଘର ସିଜନରେ କମିଲା ସୁନା ଦର, ୨୪ କ୍ୟାରେଟ ସୁନା ଦର ୯ ହଜାର ୫୦ ଟଙ୍କା ହ୍ରାସ