ଆଜି ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ, ବିଳମ୍ବ ନ କରି ଜଲଦି ଜାଣନ୍ତୁ ତାଜା ଅପଡେଟ

ବିଶ୍ୱ ବଜାରରେ ଅସ୍ଥିରତା ଏବଂ ଭୁ- ରାଜନୈତିକ ସମସ୍ୟା ମଧ୍ୟରେ ହୁ ହୁ ହୋଇ ବଢିଚାଲିଛି ଦର । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ୧୦ ଗ୍ରାମ ପିଛା ୮୯ ହଜାର ୪୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୧ ହଜାର ୯୫୦ ଟଙ୍କାକୁ ପହଞ୍ଚିଛି ।
ସେହିପରି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୯ ହଜାର ୪୦୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୧, ୯୫୦ ଟଙ୍କା ଛୁଇଁଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୮୧,୯୫୦ ଟଙ୍କା ଓ ୮୯,୪୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୮୨, ୧୦୦ ଟଙ୍କା ଓ ୮୯, ୫୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୮୧,୯୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୯, ୪୦୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୮୧,୯୫୦ ଓ ୮୯,୪୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୩,୦୦୦ ଟଙ୍କା ହୋଇଛି ।
ଆହୁରି ପଢ଼ନ୍ତୁ : ଭାରତୀୟ ବଜାରରେ ଲଞ୍ଚ ହୋଇଛି ଦୁଇଟି ପାୱାରଫୁଲ୍ ସ୍କୁଟର, ପ୍ରାଇସ୍ ରହିଛି ୧ ଲକ୍ଷ ଟଙ୍କାରୁ ମଧ୍ୟ କମ୍