ପୁଣି ବଢ଼ିଲା ସୁନା ଦର, ଦେଖନ୍ତୁ କେତେ ଅଛି ୧୦ ଗ୍ରାମ୍ ପ୍ରତି ମୂଲ୍ୟ

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩,୭୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୭୦୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୪,୭୦୦ ଟଙ୍କା ଓ ୪୮,୯୦୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୬,୫୯୦ ଟଙ୍କା ଓ ୪୮,୫୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬,୬୫୦ ଟଙ୍କା ଓ ୫୦,୯୦୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୪୫,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୪୯,୨୦୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬,୮୫୦ ଟଙ୍କା ଓ ୪୯,୫୫୦ ଟଙ୍କା ରହିଛି ।
ଅନ୍ୟପଟେ ଆଜି ରୁପା ମୂଲ୍ୟ କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୦,୮୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।