ବ୍ୟବସାୟ ଓ ଅର୍ଥନୀତି

ସୁନାରେ ଇନଭେଷ୍ଟ କରିବାକୁ ଚାହୁଁଛନ୍ତି କିମ୍ବା କିଣିବାକୁ ଇଚ୍ଛା, ତେବେ ଜାଣିରଖନ୍ତୁ ସୁନା ଦାମ୍‌ କେତେ ?

ଆପଣ ସୁନା ଜିନିଷ କିଣିବାକୁ ଚାହୁଁଛନ୍ତି କିମ୍ବା ଇନଭେଷ୍ଟମେଣ୍ଟ କରିବାକୁ ଚାହୁଁଛନ୍ତି ତେବେ ସୁନା କିଣିବାକୁ ଯିବା ପୂର୍ବରୁ ଏହାର ଦାମ୍‌ ଜାଣିବା ଜରୁରୀ ।୨୪ କ୍ୟାରେଟ ଏବଂ ୨୨ କ୍ୟାରେଟ ସୁନା ଦାମ୍‌ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତେବେ ଏହି ଖବର ପଢିବା ନିତାନ୍ତ ଜରୁରୀ । ତେବେ ବାହାଘର ସିଜନ୍ ଆସିବା କାରଣରୁ ପୁଣିଥରେ ସୁନା ଏବଂ ରୁପା ଦାମ ବଢିବା ଏବଂ କମିବାରେ ଲାଗିଛି । ଗତ କିଛିଦିନ ହେଲାଣି ଏହାର ଦାମରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆପଣ ଯଦି ଆଜି ଦୋକାନକୁ ଯାଇ ସୁନା କିଣିବାକୁ ମନ ବଳାଇଛନ୍ତି, ତେବେ ପୂର୍ବରୁ ଜାଣି ରଖନ୍ତୁ କେତେ ରହିଛି ଦାମ୍ । ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦଶଗ୍ରାମ୍ ପ୍ରତି ୨୦୦ ଟଙ୍କା ବୃଦ୍ଧି ପାଇ ୪୯, ୯୦୦ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ସୁନା ଦଶଗ୍ରାମ୍ ୫୪, ୪୪୦ ଟଙ୍କା ରହିଛି।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୯,୪୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୩,୯୪୦ ଟଙ୍କା ରହିଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୯,୭୫୦ ଟଙ୍କା ଓ ୫୪,୨୮୦ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୯,୯୦୦ ଟଙ୍କା ଓ ୫୪,୪୪୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ ହୋଇଛି ।

ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୯,୭୫୦ ଟଙ୍କା ଓ ୫୪,୨୮୦ ଟଙ୍କା ରହିଛି । ସେହିପରି ଆଜି ରୁପା ମୂଲ୍ୟ ମଧ୍ୟ ବଢ଼ିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୭,୬୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

1 hour ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago