ଭାରତୀୟ ବଜାରରେ ସୁନା ଦାମ୍‌ରେ ଆସିଲା ପରିବର୍ତ୍ତନ, ଜାଣନ୍ତୁ ଆଜିର ଦାମ

ଭାରତୀୟ ବଜାରରେ କିଛି କିଛି ସ୍ଥାନରେ ସ୍ଥିର ରହିଥିବା ବେଳେ କିଛି କିଛି ସ୍ଥାନରେ ଅତି ସାମାନ୍ୟ ପରିବର୍ତ୍ତନ ଆସିଥିବା ଜଣାଯାଇଛି । କିଛି ସ୍ଥାନରେ ସୁନାର ଦାମ୍‌ ବଢିଥିବା ବେଳେ ଆଉ କେତେକ ସ୍ଥାନରେ ସ୍ଥିର ରହିଛି। ସୋମବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୩, ୪୧୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ସମାନ ଭାବେ ୫୨, ୪୦୦ ଟଙ୍କାରେ ପହଁଚିଥିବା ରେକର୍ଡ ହୋଇଛି । ସେପଟେ ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୬, ୬୦୦ ଟଙ୍କା ଓ ୫୧, ୮୯୦ ଟଙ୍କାରେ ପହଁଚିଥିବା ରେକର୍ଡ ହୋଇଛି ।

ସେହିପରି ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ମୂଲ୍ୟରେ ସାମାନ୍ୟ ଧରଣର ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୩, ୪୧୦ ଟଙ୍କା ଓ ୫୨, ୪୧୦ ଟଙ୍କା ଥିବା ବେଳେ ଦିଲ୍ଲୀରେ ଏହି ମୂଲ୍ୟ ଯଥାକ୍ରମେ ୫୩, ୬୬୦ ଟଙ୍କା ଓ ୫୨, ୪୬୦ ଟଙ୍କା ଥିବା ରେକର୍ଡ ହୋଇଛି ।

gold

ସେପଟେ ଦକ୍ଷିଣ ଭାରତ ସହର ଚେନ୍ନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ଦର ଯଥାକ୍ରମେ ୫୬, ୬୦୦ ଟଙ୍କା ଓ ୫୧, ୮୯୦ ଟଙ୍କା ଥିବା ବେଳେ କୋଲକାତା ସହରରେ ଏହି ଦର ୫୩, ୯୧୦ ଟଙ୍କା ଓ ୫୨, ୫୧୦ ଟଙ୍କାରେ ସ୍ଥିର ଥିବା ଜଣାଯାଇଛି । ସେପଟେ ଅନ୍ୟତମ ମୂଲ୍ୟବାନ ଧାତୁ ରୂପା ଦରରେ । ରବିବାର ସନ୍ଧ୍ୟା ସୁଦ୍ଧା ରୂପା କିଲୋଗ୍ରାମ ପ୍ରତି ପ୍ରାୟ ସ୍ଥିର ଥିବା ଲକ୍ଷ୍ୟ କରାଯାଇଛି । ରୁପା ମୂଲ୍ୟ ୬୫,୧୨୦ ଟଙ୍କାରେ ସ୍ଥିର ଥିବା ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.