ଆଜି ବଢ଼ିଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍‌

ସୁନା କିଣିବାକୁ ଚାହୁଁଥିଲେ ଆପଣ ଆଜି ଆପଣଙ୍କ ସହରରେ କେତେ ସୁନା ଦର ରହିଛି ଜାଣି ରଖନ୍ତୁ। ଆଜି ଭାରତୀୟ ବଜାରରେ ସୁନା ଦାମରେ କିଛି ଟା ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ଭାରତୀୟ ବଜାରରେ ସୁନା ଦର ଆଜି ବଢ଼ିଛି। ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୭,୬୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୧,୯୯୦ ଟଙ୍କା ରହିଥିବା ଜଣାପଡ଼ିଛି।

gold

ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ସୁନା ଦାମ୍‌ ବଢି ଏବେ ୨୨ କ୍ୟାରେଟ ସୁନା ଦର ୪୭,୬୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୧,୯୯୦ ଟଙ୍କା ଛୁଇଁଛି । ଦେଶର ପ୍ରମୁଖ ସହରମାନଙ୍କରେ ମଧ୍ୟ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୭,୬୫୦ ଟଙ୍କା ଓ ୫୧,୯୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୭,୬୫୦ ଟଙ୍କା ଓ ୫୧,୯୯୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୦୪୦ ଟଙ୍କା ଥିବା ରେକର୍ଡ ହୋଇଛି।

gold-9-1

ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୭,୬୫୦ ଟଙ୍କା ଓ ୫୧,୯୯୦ ଟଙ୍କା ରହିଛି।କିନ୍ତୁ ଆଜି ଭାରତୀୟ ବଜାରରେ ରୂପା ଦର ସାମାନ୍ୟ ପରିବର୍ତ୍ତନ ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୦ ହଜାର ୨୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.