ଆଜି ଆୟକର ଦାଖଲର ଶେଷ ତାରିଖ, ଡେଡଲାଇନ ପରେ ଦେବାକୁ ପଡିବ ଫାଇନ

ନୂଆଦିଲ୍ଲୀ : ଆଜି ଆୟକର ଦାଖଲର ଶେଷ ତାରିଖ । ଡେଡଲାଇନ ପରେ ଦେବାକୁ ପଡିବ ଫାଇନ। ଆୟକର ବିଭାଗର ସୂଚନା ଅନୁସାରେ ଜୁଲାଇ ୨୬ ସୁଦ୍ଧା ଦେଶର ପ୍ରାୟ ୫ କୋଟି କରଦାତା ନିଜ ଆଇଟିଆର ଦାଖଲ କରିଛନ୍ତି । ଯେଉଁମାନେ ଜୁଲାଇ ୩୧ ପରେ ଆଇଟିଆର ଦାଖଲ କରିବେ ସେମାନଙ୍କୁ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ତେବେ ଯେଉଁମାନଙ୍କ ଆୟ ୫ ଲକ୍ଷ ଟଙ୍କା ବା କମ ଥିବ ସେମାନଙ୍କୁ ୧ ହଜାର ଟଙ୍କା ଦେବାକୁ ପଡିବ।

ଏପରିକି ଶୂନ ଆୟକରଦାତାଙ୍କ ଲାଗି ବି ଏକ ହଜାର ଟଙ୍କାର ଜରିମାନା ଲାଗୁ ହେବ । ସୂଚନା ଅନୁଯାୟୀ, ଯେଉଁମାନେ ବିଳମ୍ବରେ ଆଇଟିଆର ଦାଖଲ କରିବେ ସେମାନେ ଚାଲାଣ ସମ୍ପର୍କରେ ସୂଚନା ଦେବେ। ସର୍ବନିମ୍ନ ଛାଡ ସୀମାଠାରୁ ଯଦି କର ଯୋଗ୍ଯ ଆୟ ରହିଥାଏ ତେବେ ସେହି କ୍ଷେତ୍ରରେ ଜରିମାନା ଲାଗୁ ହେବ । ସମସ୍ତ କରଦାତାଙ୍କ ଲାଗି ୭ ଲକ୍ଷ ଟଙ୍କା ଆୟ ଉପରେ କର ଛାଡ ବ୍ଯବସ୍ଥା ରହିଥିବାବେଳେ ଓଲଡ ରିଜାଇମ ଅନୁସାରେ ବୟସ ଆଧାରରେ ଛାଡ ସୀମା ନିର୍ଦ୍ଧାରିତ ରହିଛି ।