ଆଜି IGNOU ଫର୍ମ ପୂରଣର ଶେଷ ତାରିଖ, କରି ନଥିଲେ ତୁରନ୍ତ ଭରି ଦିଅନ୍ତୁ

ଭାରତର ସର୍ବବୃହତ ମୁକ୍ତ ବିଶ୍ୱ ବିଦ୍ୟାଳୟ ବା ଇଗ୍ନୋରେ ପୂର୍ବରୁ ପଢି ଆସୁଥିବା କିମ୍ବା ପଢିବା ପାଇଁ ଇଚ୍ଛା ରଖୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଚଳିତ ସେସନ ପାଇଁ ଦାଖିଲା ନେବା ପାଇଁ ଅଥବା ରି ଆଡ଼ମିସନ ନେବା ପାଇଁ ଆଜି ହେଉଛି ଶେଷ ତାରିଖ । ଯେଉଁମାନେ ଏଯାବତ ଫର୍ମ ପୂରଣ କରିନାହାନ୍ତି ସେମାନେ ବିଶ୍ୱବିଦ୍ୟାଳୟ ଦ୍ୱାରା ଜାରି ହୋଇଥିବା ଅଫିସିଆଲ ୱେବସାଇଟ ignou.ac.in କୁ ଯାଇ ତୁରନ୍ତ ଫର୍ମ ଭରି ଦିଅନ୍ତୁ ।

କହିରଖିବା ୟୁଜି, ପିଜି, ଡିପ୍ଲୋମା ଓ ସାର୍ଟିଫିକେଟ କୋର୍ସ ପାଇଁ ଏହି ଆବେଦନ ଜାରି ହୋଇଛି । ଫର୍ମ ଭରିବା ପୂର୍ବରୁ ଆବେଦନକାରୀ ମାନେ ଏଥିପାଇଁ ଆବଶ୍ୟକ ଥିବା ଯୋଗ୍ୟତା, ଫିସ, ସିଲାବସ, ଲର୍ଣ୍ଣିଙ୍ଗ ମୋଡ଼ ଗୁଡିକ ବାବଦରେ ଜାଣି ରଖିବା ଉଚିତ । ଏହାସହ ପ୍ରାର୍ଥୀ ମାନେ ଇଗ୍ନୋ ଦ୍ୱାରା ପରିଚାଳିତ ଡିଷ୍ଟାନ୍ସ ଲର୍ଣ୍ଣିଙ୍ଗ କୋର୍ସ, ଅନଲାଇନ ମୋଡ କୋର୍ସ ପାଇଁ ଥିବା ଭିନ୍ନ ଭିନ୍ନ ପୋର୍ଟାଲ ଗୁଡିକୁ ଯାଇ ରେଜିଷ୍ଟ୍ରେସନ କରିପାରିବେ ।

ଛାତ୍ରଛାତ୍ରୀ ମାନେ ପ୍ରଥମେ “କ୍ଲିକ ହିୟର ଫର ନ୍ୟୁ ରେଜିଷ୍ଟ୍ରେସନ” ଲିଙ୍କ ଉପରେ କ୍ଲିକ କରି ପ୍ରଥମେ ରେଜିଷ୍ଟ୍ରେସନ ପେଜକୁ ଯାଆନ୍ତୁ । ଏଠାରେ ଦିଆଯାଇଥିବା ବିବରଣୀ ଗୁଡିକୁ ଭରି ପଞ୍ଜିକରଣ କରିବାକୁ ପଡିବ । ଆଉ ପରେ ନିଜ ରେଜିଷ୍ଟର୍ଡ ୟୁଜରନେମ ଓ ପାସୱାର୍ଡ ସାହାଯ୍ୟରେ ଲଗଇନ କରି ଛାତ୍ରଛାତ୍ରୀ ମାନେ ନିଜ ଆଡମିସନ ଫର୍ମ ଭରି କରିପାରିବେ ।

 

 

You might also like