କର୍ମଚାରୀ ଚୟନ ଆୟୋଗ (SSC) ଦ୍ୱାରା ବର୍ଷ ୨୦୨୦ରେ ସଂଯୁକ୍ତ ଉଚ୍ଚ ମାଧ୍ୟମିକ ସ୍ତର (CHSL- Combine Higher Secondary Level) ରେ ନିଯୁକ୍ତି ପାଇଁ ପରୀକ୍ଷା ଆୟୋଜିତ ହେବାକୁ ଯାଉଛି। ସୂଚନା ମୁତାବକ ଏହି ପରୀକ୍ଷା ମାଧ୍ୟମରେ ଚୟନ ହୋଇଥିବା ପାର୍ଥୀମାନଙ୍କୁ କେନ୍ଦ୍ର ସରକାରଙ୍କ ଭିନ୍ନ ଭିନ୍ନ ବିଭାଗରେ ଚାକିରୀର ସୁଯୋଗ ମିଳିବ।
ମହତ୍ୱପୂର୍ଣ୍ଣ ତାରିଖ:
ଅନଲାଇନ୍ ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ: ୩ ଡିସେମ୍ବର ୨୦୧୯
ଅନଲାଇନ୍ ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୧୦ ଜାନୁଆରୀ ୨୦୨୦
SSC CHSL ୨୦୧୯ ଚରଣର ପ୍ରଥମ ପରୀକ୍ଷା ତାରିଖ: ୧୬ ରୁ ୨୭ ମାର୍ଚ୍ଚ ୨୦୨୦
ବୟସ ସୀମା:
ପାର୍ଥୀମାନଙ୍କ ନ୍ୟୁନତମ ବୟସ ସୀମା ୧୮ ବର୍ଷ ଏବଂ ଅଧିକତମ ବୟସ ସୀମା ୨୭ ବର୍ଷ ନିର୍ଧାରିତ ହୋଇଛି।
ପଦବୀ ନାମ:
ଲୋଅର ଡିଭିଜନ କ୍ଲର୍କ (LDC) / ଜୁନିଅର ସଚିବାଳୟ ସହାୟକ (JSA)
ଡାକ ସହାୟକ (PA) / ସର୍ଟିଙ୍ଗ ଆସିଷ୍ଟାଣ୍ଟ (SA)
ଡାଟା ଏଣ୍ଟ୍ରି ଅପରେଟର (DEO)
ଶିକ୍ଷାଗତ ଯୋଗ୍ୟତା:
+୨ ପାସ୍ କରିଥିବା ପାର୍ଥୀମାନେ ଏସଏସସୀ ସିଏଚଏସଏଲ ୨୦୧୯ ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଜାଣିବା ପାଇଁ ୨୦୧୯-୨୦ବର୍ଷର ଅଧିକାରିକ ଅଧିସୂଚନା ପିଡିଏଫ୍ ଭଲଭାବେ ପଢନ୍ତୁ।
କିପରି କରିବେ ଆବେଦନ:
ଇଛୁକ ପାର୍ଥୀମାନେ SSC CHSL 2019 ବର୍ଷର ନିଯୁକ୍ତି ପରୀକ୍ଷା ପାଇଁ ୩ ଡିସେମ୍ବରରୁ ୧୦ ଜାନୁଆରୀ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନକାରୀ ନିଜ ଆବେଦନର ଏକ ପ୍ରିଣ୍ଟ ବାହାର କରି ଭବିଷ୍ୟ ପାଇଁ ଦାୟିତ୍ୱର ସହ ରଖନ୍ତୁ।