ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଆଜିର ସୁନା ଓ ରୂପା ଦାମ୍

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୭,୮୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୨ ହଜାର ୧୪୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭ ହଜାର ୮୦୦ ଥିବା ବେଳେ ୨୪ କ୍ୟାରେଟ୍ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୫୨ ହଜାର ୧୪୦ ଟଙ୍କା ରହିଛି ରହିଛି।ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୭,୮୦୦ଟଙ୍କା ଓ ୫୨,୧୪୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୭,୮୦୦ ଟଙ୍କା ଓ ୫୨,୧୪୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୪୮,୧୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୫୨ ହଜାର ୫୪୦ ଟଙ୍କା ହୋଇଛି। କହିବାକୁ ଗଲେ ଗତ କଲି ତୁଳନାରେ ଚେନ୍ନାଇରେ ସୁନା ଦର ବଢ଼ିଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୭,୮୦୦ ଟଙ୍କା ଓ ୫୨,୧୪୦ ଟଙ୍କା ରହିଛି । ହାଇଦ୍ରାବାଦରେ ମଧ୍ୟ ସମାନ ମୂଲ୍ୟ ରହିଛି। ଆଜି ରୁପା ମୂଲ୍ୟ କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୬ ହଜାର ୩୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି। ପ୍ଲଟିନମ କଥା କହିବାକୁ ଗଲେ ଆଜିର ପ୍ଲଟିନମ ଦର ୧୦ ଗ୍ରାମ ପ୍ରତି ରହିଛି ୨୩ ହଜାର ୭୩୦ ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.