ଜାଣନ୍ତୁ ଆଜିର ଅପଡେଟ୍: ଆପଣଙ୍କ ସହରରେ କେତେ ରହିଛି ସୁନା ଓ ରୁପା ଦର

ପ୍ରତ୍ୟେକ ଦିନ ସୁନା ଓ ରୁପା ଦରରେ ପରିବର୍ତ୍ତନ ହୋଇଥାଏ। ତେଣୁ ଆଜି ମଧ୍ୟ ଭାରତୀୟ ବଜାରରେ ସୁନା ମୂଲ୍ୟ ପରିବର୍ତ୍ତନ ହୋଇଛି। ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୭ ହଜାର ୭୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୨ ହଜାର ୧୦୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୭ ହଜାର ୭୬୦ ଟଙ୍କା ଓ ୫୨ ହଜାର ୧୦୦ ଟଙ୍କା ରହିଛି।

ଦେଶର ପ୍ରମୁଖ ସହରମାନଙ୍କରେ ମଧ୍ୟ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୪୭ ହଜାର ୭୬୦ ଟଙ୍କା ଓ ୫୨ ହଜାର ୧୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୭ ହଜାର ୭୬୦ ଟଙ୍କା ଓ ୫୨ ହଜାର ୧୦୦ ଟଙ୍କା ରହିଛି।

ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୪୮ ହଜାର ୩୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୫୨ ହଜାର ୭୬୦ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୭ ହଜାର ୭୬୦ ଟଙ୍କା ଓ ୫୨ ହଜାର ୧୦୦ ଟଙ୍କା ରହିଛି। ଆଜି ରୁପା ମୂଲ୍ୟ ବଢ଼ିଛି। ରୁପା ଦର କିଲୋଗ୍ରାମ ପ୍ରତି ୬୧ ହଜାର ଟଙ୍କା ଥିବା ନେଇ ରେକର୍ଡ ହୋଇଛି।