ଆଜି ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ, ବିଳମ୍ବ ନ କରି ଜଲଦି ଜାଣନ୍ତୁ ତାଜା ଅପଡେଟ

ସୁନାପ୍ରେମୀ ମାନଙ୍କ ପାଇଁ ଖୁସି ଖବର। ପ୍ରତିଦିନର ସୁନା ମୂଲ୍ୟରେ ଆଜି ହୋଇଛି ସାମାନ୍ୟ ପରିବର୍ତ୍ତନ। ଗ୍ରାହକ ଯେଉଁମାନେ ଆଜି ଭାବୁଛନ୍ତି ସୁନା କିଣିବାକୁ ସେମାନେ ନିହାତି ଭାବେ ଆଜିର ତାଜା ଅପଡେଟ ଜାଣି ରଖନ୍ତୁ। ଆଜି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୭.୯୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୨.୩୧୦ ଟଙ୍କା ରହିଛି।

ସେହିପରି ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୭.୫୫୦ ଟଙ୍କା ଓ ୫୧.୮୭୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୭.୭୦୦ ଟଙ୍କା ଓ ୫୨.୦୩୦ ଟଙ୍କା ରହିଛି।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୪୭.୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୫୨.୨୮୫ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୭.୫୫୦ ଟଙ୍କା ଓ ୫୧.୮୭୦ ଟଙ୍କା ରହିଛି । ଅନ୍ୟପଟେ ଆଜି ରୁପା ମୂଲ୍ୟ ମଧ୍ୟ ବଢ଼ିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୫୭,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

 

You might also like