ପୁଣି ଆକାଶଛୁଆଁ ସୁନା ଦର, ଜାଣନ୍ତୁ କେଉଁ ସହରରେ କେତେ ଦାମ୍‌ ?

ଯଦି ଆପଣ ସୁନା ଏବଂ ରୁପା କିଣିବାର ପ୍ଲାନ୍ କରୁଛନ୍ତି ତେବେ ଆଜି ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଅର୍ଥାତ୍ ଆଜି ସୁନା ଦର ବୃଦ୍ଧି ପାଇଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୮ ହଜାର ୦୪୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୦ ହଜାର ୭୦୦ ଟଙ୍କା ଛୁଇଁଛି ।

ସେହିପରି ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାଦର ୮୦ ହଜାର ୭୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାଦର ୮୮ ହଜାର ୦୪୦ ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୮୦,୭୦୦ ଟଙ୍କା ଓ ୮୮,୦୪୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୮୦, ୮୫୦ ଟଙ୍କା ଓ ୮୮, ୧୯୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୮୦,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୮, ୦୪୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୮୦,୭୦୦ ଟଙ୍କା ଓ ୮୮,୦୪୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୦, ୫୦୦ ଟଙ୍କା ହୋଇଛି ।

 

 

ଆହୁରି ପଢନ୍ତୁ : ଏପ୍ରିଲରେ ଲଞ୍ଚ ହୋଇପାରେ Tesla ର ଇଲେକ୍ଟ୍ରିକ୍ କାର୍, ଜାଣନ୍ତୁ ଡିଟେଲ୍ସ