ଅକ୍ଟୋବର ୧ରୁ ନିଜର Credit Card କିମ୍ବା Debit Card କୁ ବନାନ୍ତୁ ଟୋକନ୍: ନହେଲେ ପଡ଼ିପାରନ୍ତି ଅସୁବିଧାରେ, ଜାଣନ୍ତୁ ଏହାର ଫାଇଦା

Credit Card ଏବଂ Debit Card ବ୍ୟବହାରକାରୀ ମାଙ୍କ ପାଇଁ ରିଜର୍ଭ ବ୍ୟାଙ୍କ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛି। ଅକ୍ଟୋବର ପହିଲାରୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ କାର୍ଡ-ଅନ- ଫାଇଲ(CoF Card Tokenisation)ନିୟମ ଜାରି କରିବା ପାଇଁ ଯାଉଛି। ଏହି ନିୟମ ଲାଗୁ ହେବା ପରେ କାର୍ଡ ବ୍ୟବହାରରେ ସୁଧାର ଆସିବା ସହିତ ଡେବିଟ୍‌ ଏବଂ କ୍ରେଡିଟ୍‌ କାର୍ଡର ବ୍ୟବହାର ମଧ୍ୟ ସୁରକ୍ଷିତ ହୋଇଯିବ। ବ୍ୟାଙ୍କ ବି ତାର ଗ୍ରାହକମାନଙ୍କୁ ଏହି ବାବଦରେ ସଚେତନ କରିବା ପାଇଁ ମେସେଜ୍‌ ପଠାଉଛି। ଲୋକଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠୁଛି ଯେ ଏହି ଟେକ୍ନନାଇଜେସନ କ’ଣ ,ଏହା କିପରି ହୁଏ। ଆସନ୍ତୁ ଜାଣିବା ଏହି ବିଷୟରେ।

ଏହି ନିୟମ ଲାଗୁ ହେବା ପରେ ଗ୍ରହକମାନେ ଯେଉଁଠି ବି ଅନଲାଇନ ,ସ୍ୱାଇପ୍‌ କିମ୍ବା କୌଣସି ଆପ୍‌ ମାଧ୍ୟମରେ ପେମେଣ୍ଟ କରିପାରିବେ। ଗ୍ରହକମାନଙ୍କର ବିବରଣୀ ଇନକ୍ରିପ୍ଟେଡ୍‌ ଟୋକନ୍ସ ମାଧ୍ୟମରେ ଷ୍ଟୋର ହେବ। ପ୍ରଥମେ ଏହା ଜାନୁଆରୀ ୧ ରେ ଲାଗୁ ହେବାରେ ଥିଲା। ରିଜର୍ଭ ବ୍ୟାଙ୍କ ଅନେକ ବିଭାଗରୁ ମତ ନେବା ପରେ କାର୍ଡ-ଅନ- ଫାଇଲ(CoF Card Tokenisation) ଷ୍ଟୋର କରିବାର ସମୟସୀମା ୩୧ ଡିସେମ୍ବର ୨୦୨୧ରୁ ୨୦ ଜୁନ୍‌ ୨୦୨୨କୁ ଘୁଞ୍ଚାଇ ଦେଇଥିଲେ। ପରେ ପରେ ଏହା ୩୦ ସେପ୍ଟେମ୍ବର କୁ ଘୁଞ୍ଚାଇ ଦିଆଯାଇଥିଲା।

ବର୍ତ୍ତମାନ ଏହାର ତାରିଖ ରିଜର୍ଭ ବ୍ୟାଙ୍କ ଆଉ ଘୁଞ୍ଚାଇବାକୁ ଚାହୁଁ ନାହାନ୍ତି,ଏହାର ଅର୍ଥ ହେଉଛି ପେମେଣ୍ଟ କମ୍ପାନୀ ଗୁଡ଼ିକ ୩୦ ସେପ୍ଟେମ୍ବର ପୂର୍ବରୁ ଲୋକଙ୍କର କ୍ରେଡିଟ୍‌ କାର୍ଡ ଏବଂ ଡେବିଟ୍‌ କାର୍ଡର ଡାଟା ଖାଲି କରିବେ । ସିଧା ସିଧା କହିବାକୁ ଗଲେ ଯଦି ଆପଣ ଟେକ୍ନନାଇଜେସନ କରୁ ନାହାନ୍ତି। ତେବେ ବିଭିନ୍ନ ପ୍ଲାଟଫର୍ମରେ କିମ୍ବା ଇ-କମର୍ସ କ୍ଷେତ୍ରରେ ବହୁତ ଅସୁବିଧାରେ ପଡ଼ିପାରନ୍ତି।

ନିୟମ ଆରମ୍ଭରୁ ବଡ଼ ବଡ଼ ବ୍ୟବସୟୀ ମାନେ ଏହାକୁ ମାନିନେଇଛନ୍ତି। ଗ୍ରାହକମାନଙ୍କ Credit Card ଏବଂ Debit Card ବଦଳରେ ୧୯.୫ କୋଟି ଟୋକନ୍‌ ଜାରି ହୋଇଛି। ଏବେ ପର୍ଯ୍ୟନ୍ତ ଏହି ଗ୍ରାହକଙ୍କ ସଂଖ୍ୟା କୋଟିରେ ଅଛି। ଯେଉଁମାନେ ଏ ପର୍ଯ୍ୟନ୍ତ ନିଜର କାର୍ଡକୁ ଟୋକନାଇଜେସନ କରି ନାହାଁନ୍ତି। ରିଜର୍ଭ ବ୍ୟାଙ୍କ ସବୁ ପେମେଣ୍ଟ କମ୍ପାନିମାନଙ୍କୁ ଗାହକ ମାନଙ୍କର Credit Card ଏବଂ Debit Card ର ଡାଟା ଷ୍ଟୋର କରିବା ପାଇଁ ମନା କରିଦେଇଛି । ପେମେଣ୍ଟ କମ୍ପାନୀ ମାନଙ୍କୁ କାର୍ଡ ବଦଳରେ ଏକ ୟୁନିକ କୋଡ୍‌ ଦେବାକୁ ପଡ଼ିବ। ଯାହାକୁ ଟୋକନ୍‌ ବୋଲି କୁହାଯାଉଛି। ଏହି କୋଡ୍‌ ୟୁନିକ୍‌ ରହିବ ଏବଂ ଅନେକ କାର୍ଡ଼ ପାଇଁ ଗୋଟିଏ ଟୋକନ ହିଁ ରହିବ । ଏହି ନିୟମ ଲାଗୁ ହେବା ପରେ ସିଧା କାର୍ଡ଼ ବ୍ୟବହାର ନକରି ୟୁନିକ୍‌ ଟୋକନ୍‌ ୟୁଜ୍‌ କରିବାକୁ ବଡ଼ିବ। ଏହି ନିୟମ ଲାଗୁ ହେବା ପରେ କାର୍ଡ଼ରେ ପେମେଣ୍ଟ କରିବା ବହୁତ ସହଜ ହୋଇଯିବ।

ରିଜର୍ଭ ବ୍ୟାଙ୍କର ଏହି ନିୟମ ମାଧ୍ୟମରେ ଫ୍ରଡ଼୍‍ କମିବ ବୋଲି କୁହାଯାଉଛି। ଗ୍ରାହକ ଯେତେବେଳେ ଅନଲାଇନ ଟ୍ରାନ୍‌ଜାକ୍ସନ କରନ୍ତି ସେତେବେଳେ କାର୍ଡର ଡିଟେଲ୍‌ସ ଲିକ୍‌ ହେବାର ସମ୍ଭାବନା ଥାଏ,ଏବଂ ଫ୍ରଡ଼୍‍ର ଶୀକାର ହୁଅନ୍ତି। ଏହି ନିୟମରେ ଗ୍ରାହକମାନଙ୍କର କାର୍ଡର ସିଭିଭି,ଏକ୍ସପାରୀ ଡେଟ୍‌ କିଛି ବି ଲିକ୍‌ ହେବାର ସମ୍ଭାବନା ନାହିଁ ଏବଂ ଆପଣ ସାଇବର ଠକାମିର ଶୀକାର ହେବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.