ଡିସେମ୍ବର ୧ରୁ ବଦଳିଯିବ ଟୋଲ ଟ୍ୟାକ୍ସର ନିୟମ, ଗାଡ଼ିରେ ନିଶ୍ଚୟ ଲଗାନ୍ତୁ ଏହି ଟ୍ୟାଗ୍‌

ଟୋଲ୍‌ ପ୍ଲାଜାରେ ଟ୍ୟାକ୍ସ ଭରିବା ବେଳେ ଲୋକମାନେ ସାଧାରଣତଃ ଲମ୍ବା ଲାଇନ୍‌ରେ ଠିଆ ହୋଇଥାନ୍ତି। କିନ୍ତୁ ଡିସେମ୍ବର ୧ରୁ ଏହି ନିୟମରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି। କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଛନ୍ତି ଯେ ୨୦୧୯ ଡିସେମ୍ବର ୧ରୁ ଟୋଲ୍‌ ପଇଠ କେବଳ ଫାଷ୍ଟଟ୍ୟାଗ୍‌ ଦ୍ୱାରା କରାଯିବ। ଏହି ସ୍କିମ୍‌ ଲାଗୁ ହେବା ପରେ ସାରା ଦେଶରେ ଯେକୌଣସି ଗାଡ଼ି ବିନା କ୍ୟାସ୍‌ ପଇଠ କରି ଯାତ୍ରା କରିପାରିବେ। ତେବେ ଯାତ୍ରା କରୁଥିବା ଗାଡ଼ିରେ ଫାଷ୍ଟଟ୍ୟାଗ୍‌ ଲାଗିଥିବା ଜରୁରୀ।

ଗଡ଼କରୀ କହିଛନ୍ତି ଯେ, ଫାଷ୍ଟଟ୍ୟାଗ୍‌ ହେଉଛି ମନ୍ତ୍ରାଳୟର ଏକ ପ୍ରମୁଖ ନିୟମ, ଯାହା ଗାଡ଼ିଗୁଡ଼ିକର ସୁରକ୍ଷା ଓ ଯାତ୍ରାରେ ଆସୁଥିବା ସମସ୍ୟାକୁ ଦୂର କରିବ। ଜିଏସ୍‌ଟି ପରିଷଦ, ଜିଏସ୍‌ଟି ଇ-େଓ୍ଵ ବିଲ୍‌ ପ୍ରଣାଳୀର ଏକୀକରଣର ସିଦ୍ଧାନ୍ତକୁ ସରକାରଙ୍କ ମଞ୍ଜୁରୀ ମିଳିସାରିଛି। ସେ କହିଛନ୍ତି ଯେ, ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) ଅଧୀନରେ ମୋଟ ୧.୪ ଲକ୍ଷ କିଲୋମିଟର ରହିଥିବା ବେଳେ ସେଥିରୁ ୨୪,୯୯୬ କିଲୋମିଟର ରାଜମାର୍ଗ ଟୋଲ୍‌ ଅଧୀନରେ ଆସୁଛି। ବର୍ଷ ଶେଷରେ ଏହା ବୃଦ୍ଧି ପାଇ ୨୭,୦୦୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବ ବେଲି ଗଡ଼କରୀ ସୂଚନା ଦେଇଛନ୍ତି।

କେମିତି କାର୍ଯ୍ୟ କରେ ଫାଷ୍ଟଟ୍ୟାଗ୍‌:

ଇଲେକ୍ଟ୍ରୋନିକ ଟୋଲ କଲେକ୍ସନ୍‌ ସିଷ୍ଟମ୍‌ ବା ଫାଷ୍ଟଟ୍ୟାଗ୍‌ ସ୍କିମ୍‌ ଭାରତରେ ୨୦୧୪ ମସିହାରୁ ଲାଗୁ ହୋଇଛି। ଧୀରେ ଧୀରେ ସାରା ଦେଶରେ ଏହାକୁ ପ୍ରଚଳନ କରିବାକୁ ସରକାରଙ୍କ ପକ୍ଷରୁ ଉଦ୍ୟମ ଚାଲିଛି। ଏହା ମାଧ୍ୟମରେ ଆପଣ ଟୋଲ୍‌ ଗେଟ୍‌ରେ ନ ଅଟକି ଟ୍ୟାକ୍ସ ପଇଠ କରିପାରିବେ। ଏଥିପାଇଁ କାରର ଓ୍ଵିଣ୍ଡସ୍କ୍ରିନ୍‌ରେ ଫାଷ୍ଟଟ୍ୟାଗ୍‌ ଲଗାଇବାକୁ ପଡ଼ିଥାଏ। ସେଥିରେ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍‌(RFID) ଲାଗିଥାଏ। ଯେତେବେଳେ ଆପଣଙ୍କ ଗାଡ଼ି ଟୋଲ୍‌ ଗେଟ୍‌ ନିକଟକୁ ଆସିବ, ସେତେବେଳେ ସେଠାରେ ଲାଗିଥିବା ସେନ୍ସର ଆପଣଙ୍କ ଗାଡ଼ିର ଓ୍ଵିଣ୍ଡ ସ୍କ୍ରିନ୍‌କୁ ସ୍କାନ୍‌ କରିବ ଓ ଆପେ ଆପେ ଆପଣଙ୍କ ପ୍ରିପେଡ୍‌ ଆକାଉଣ୍ଟରୁ ଟଙ୍କା କଟିଯିବ। ତେବେ ଏହି ଆକାଉଣ୍ଟରୁ ଟଙ୍କା ସରିଗଲେ ଆପଣ ଏହାକୁ ପୁଣିଥରେ ରିଚାର୍ଜ ମଧ୍ୟ କରିପାରିବେ। ସୂଚନାଯୋଗ୍ୟ ଯେ ଗୋଟିଏ ଫାଷ୍ଟଟ୍ୟାଗ୍‌କୁ ଆପଣ କେବଳ ୫ ବର୍ଷ ବ୍ୟବହାର କରିପାରିବେ। ୫ ବର୍ଷ ପରେ ଆପଣଙ୍କ ପୁଣି ଏକ କାର୍ଡ ତିଆରି କରିବାକୁ ପଡ଼ିବ।

WCW 11

Recent Posts

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

16 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago