୧ ଲକ୍ଷ ଟଙ୍କାରୁ କମରେ ରହିଛି ଏହି ୫ଟି ସ୍କୁଟର, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

ଯଦି ଆପଣଙ୍କର ବଜେଟ୍ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ଏବଂ ଆପଣ ଏକ ଭଲ ସ୍କୁଟର କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଏହି ରେଞ୍ଜରେ ଅନେକ ଦମଦାର୍ ସ୍କୁଟର ରହିଛି ଯାହା ଫିଚର୍ସ ଏବଂ ମାଇଲେଜ୍ ଦ୍ରୁଷ୍ଟିରୁ ଉନ୍ନତ । ଭାରତରେ ଟୁ-ହୁଇଲର ଗାଡ଼ି ସେଗମେଣ୍ଟରେ ସ୍କୁଟରର ଡିମାଣ୍ଡ ଅଧିକ ରହିଛି, ଏବଂ ଏଥି ସହ ପ୍ରଥମ ଗାଡ଼ି ଭାବରେ ସ୍କୁଟରକୁ ବିଶେଷ ପସନ୍ଦ କରାଯାଏ ।
ଆସନ୍ତୁ ଆପଣଙ୍କୁ ଏପରି ପାଞ୍ଚଟି ପପୁଲାର୍ ସ୍କୁଟର ବିଷୟରେ କହିବୁ ଯାହାର ଅନ୍-ରୋଡ୍ ପ୍ରାଇସ୍ ୧ ଲକ୍ଷ ଟଙ୍କାରୁ କମ୍ ଏବଂ ୧ ଲକ୍ଷ ଟଙ୍କା । ଏଥି ସହ ଏଗୁଡିକ ପରଫରମାନ୍ସ, ଷ୍ଟାଇଲ୍ ଏବଂ ମାଇଲେଜ୍ର ଉନ୍ନତ କମ୍ବିନେସନ୍ ସହିତ ଆସିଥାଏ ।
Honda Activa 6G :
Honda Activa 6G ର ଅନ୍-ରୋଡ୍ ପ୍ରାଇସ୍ ୯୨,୧୮୧ ଟଙ୍କାରୁ ୯୮,୭୩୧ ଟଙ୍କା ମଧ୍ୟରେ ଅଛି । ଏଥିରେ ୧୦୯.୫୧ ସିସି ଇଞ୍ଜନ ରହିଛି, ଯାହା ପ୍ରତି ଲିଟରରେ ୫୯.୫ କିଲୋମିଟର ମାଇଲେଜ୍ ଦିଏ । ଏହାର ସର୍ବାଧିକ ଗତି ଘଣ୍ଟା ପ୍ରତି ୮୫ କିଲୋମିଟର । Honda Activa କୁ ଭାରତୀୟ ବଜାରରେ ସବୁଠାରୁ ସର୍ବାଧିକ ବିକ୍ରି ହେଉଥିବା ସ୍କୁଟର ଭାବରେ ବିବେଚନା କରାଯାଏ । ଏଥି ସହ ଏହି ସ୍କୁଟରକୁ ପ୍ରାୟ ସମସ୍ତ ଲୋକ ବହୁତ ପସନ୍ଦ ମଧ୍ୟ କରିଥାନ୍ତି ।
TVS Jupiter :
TVS Jupiter ର ଅନ୍-ରୋଡ୍ ପ୍ରାଇସ୍ ୮୮,୫୬୧ ଟଙ୍କାରୁ ୧.୦୬ ଲକ୍ଷ ଟଙତ୍କା ମଧ୍ୟରେ ରହିଛି । ଏଥିରେ ୧୧୩.୩ସିସି ଇଞ୍ଜିନ୍ ଅଛି ଏବଂ ଏହା ୪୮ କିଲୋମିଟର ପ୍ରତି ଲିଟର ମାଇଲେଜ୍ ଦିଏ । ଏହାର ସର୍ବାଧିକ ଗତି ଘଣ୍ଟା ପ୍ରତି ୮୨ କିଲୋମିଟର । ଏହି ସ୍କୁଟରଟି ନିଜର ସ୍ମୁଥ୍ ରାଇଡ୍ ଏବଂ ଉନ୍ନତ ଗ୍ରାଉଣ୍ଡ କ୍ଲିୟରାନ୍ସ ପାଇଁ ବେସ୍ ଜଣାଶୁଣା ।
Suzuki Access :
Suzuki Access 125 ର ଅନ୍-ରୋଡ୍ ପ୍ରାଇସ୍ ପ୍ରାୟ ୧ ଲକ୍ଷ ଟଙ୍କାରୁ ଆରମ୍ଭ ହୁଏ । ଏହା ଏକ ୧୨୪ସିସି ଇଞ୍ଜିନ୍ ଲାଗିଛି, ଯାହା ୮.୪୨ PS ର ପାୱାର ଦେଇଥାଏ ଏବଂ ୪୫ kmpl ର ମାଇଲେଜ୍ ଅଫର କରିଥାଏ । ଏହି ସ୍କୁଟର ସେହି ଗ୍ରାହକଙ୍କ ପାଇଁ ପରଫେକ୍ଟ ହୋଇପାରିବ ଯେଉଁମାନେ ଅଧିକ ପାୱାର, ଭଲ ଡିଜାଇନ୍ ଏବଂ ଦମଦାର୍ ପରଫରମାନ୍ସ ଖୋଜୁଛନ୍ତି ।
TVS Jupiter 125 :
TVS Jupiter 125 ର ଅନ୍-ରୋଡ୍ ପ୍ରାଇସ୍ ପ୍ରାୟ ୧ ଲକ୍ଷ ଟଙ୍କାରୁ ଆରମ୍ଭ ହୁଏ । ଏଥିରେ ୧୨୪.୮ସିସି ର ଇଞ୍ଜିନ୍ ଦିଆଯାଇଛି, ଯାହା ୫୭.୨୭ kmpl ର ମାଇଲେଜ୍ ଏବଂ ୯୫ kmph ଟପ୍ ସ୍ପିଡର ଏକ୍ସପେରିୟନ୍ସ ଦେଇଥାଏ । ଏହି ସ୍କୁଟର ବିଶେଷ ଭାବରେ ସେହି ପରିବାର ପାଇଁ ଡିଜାଇନ୍ କରାଯାଇଛି ଯେଉଁମାନେ ଅଧିକ ସ୍ପସ୍, ଆରାମଦାୟମ ରାଇହ୍ ଏବଂ ଭଲ ଫ୍ୟୁଏଲ୍ ଏଫିସିଏନ୍ସି ଚାହାଁନ୍ତି ।
Yamaha Fascino 125 :
Yamaha Fascino 125 Fi Hybrid ର ଅନ୍-ରୋଡ୍ ପ୍ରାଇସ୍ ୯୯,୯୬୯ ଟଙ୍କାରୁ ଆରମ୍ଭ ହୋଇଥାଏ । ଏଥିରେ ୧୨୫ସିସି ର ଇଞ୍ଜିନ୍ ଅଛି, ଯାହା ୬୮.୭୫ kmpl ର ମାଇଲେଜ୍ ଦେଇଥାଏ ଏବଂ ଏହାର ଟପ୍ ସ୍ପିଡ୍ ୯୦ kmph ରହିଛି । ଏହି ସ୍କୁଟରଟି ଯୁବପିଢ଼ିଙ୍କୁ ଆଖି ଆଗରେ ରଖି ଡିଜାଇନ କରାଯାଇଛି । ଏହାର ହାଇବ୍ରିଡ୍ ଟେକ୍ନୋଲୋଜି ସହିତ ଲେସ୍ ଷ୍ଟାଇଲିସ୍ ଡିଜାଇନ୍ ଏବଂ ଦମଦାର୍ ମାଇଲେଜ୍ ଏହାକୁ ଏକ ସ୍ମାର୍ଟ ଚଏସ୍ କରିଥାଏ । ଏହି ସବୁ ସ୍କୁଟର ୧ ଲକ୍ଷ ଟଙ୍କା ବଜେଟରେ ଆସିଥାଏ ।
Also read: ପୁରୁଣା Activa ଓ Jupiter ବଦଳରେ ଘରକୁ ନେଇ ଆସନ୍ତୁ ନୂଆ Ampere Electric Scooters, ଜାଣନ୍ତୁ କେଉଁଠି ମିଳୁଛି…